Business Today
ରାମଚନ୍ଦ୍ରପୁର: କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଗଡ଼ବାନ୍ଧଗୋଡ଼ା ଗ୍ରାମରେ ହୋଲି ଖେଳକୁ କେନ୍ଦ୍ର କରି ଶାସକ ବିଜେଡି ଦଳର ଦୁଇ ଗୋଷ୍ଠୀ ଯୁବକଙ୍କ ମଧ୍ୟରେ ଗତ ଶନିବାର ହୋଇଥିବା ମାର୍ପିଟ ଘଟଣାରେ ରାମଚନ୍ଦ୍ରପୁର ପୁଲିସ ସୋମବାର ଉଭୟ ଗୋଷ୍ଠୀର ୪ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ରାମଚନ୍ଦ୍ରପୁର ଥାନା ଅଧିକାରୀ ପ୍ରଫୁଲ୍ଲକୁମାର ବାର୍ଲାଙ୍କ ନେତୃତ୍ବରେ ଏସଆଇ ଅଭିମନ୍ୟୁ ଦାସ, ଚିତ୍ରଗୁପ୍ତ ଚମ୍ପିଆ ଆବଶ୍ୟକ ପୁଲିସ ଫୋର୍ସ ସହ ଗଡ଼ବାନ୍ଧଗୋଡ଼ାରେ ଚଢ଼ଉ କରି ହଟକେଶ୍ବର ଜେନା(୨୭), ଧୀରେନ୍ଦ୍ର ଜେନା(୫୦), ରାଜେଶ ରାଉତ ଓରଫ ଲକି(୨୨), ଅସିତକୁମାର ଚକ୍ର ଓରଫ ହାପି(୨୬)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାକୁ ନେଇ ଏବେ ମଧ୍ୟ ଗାଁରେ ଚାପା ଉତ୍ତେଜନା ପରିସ୍ଥିତି ଲାଗି ରହିଥିବାରୁ ଗାଁରେ ଶାନ୍ତି ବଜାୟ ରଖିବାକୁ ପ୍ରଶାସନ ତରଫରୁ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି।
Follow Us