ବାତ୍ୟା ତିତ୍‌ଲି ଯୋଗୁଁ ଏଇ ଟ୍ରେନ୍‌ ଗୁଡ଼ିକ ହେଲା ବାତିଲ, ହେଲପ୍‌ଲାଇନ୍‌ ନମ୍ବର ଜାରି

ବାତ୍ୟା ତିତ୍‌ଲି ଯୋଗୁଁ ଏଇ ଟ୍ରେନ୍‌ ଗୁଡ଼ିକ ହେଲା ବାତିଲ, ହେଲପ୍‌ଲାଇନ୍‌ ନମ୍ବର ଜାରି

ଭୁବନେଶ୍ୱର: ବାତ୍ୟା ତିତ୍‌ଲି ଯୋଗୁଁ ଭାରତୀୟ ରେଳବାଇ ଗ୍ରୁପ-ଡି ପରୀକ୍ଷା ବାତିଲ କରିଛି। ଆସନ୍ତା ୨ ଦିନ ଭିତରେ ଗ୍ରୁପ-ଡି ପରୀକ୍ଷା ହେବ ନାହିଁ। ଭୁବନେଶ୍ୱର, ବ୍ରହ୍ମପୁର, କଟକ, ଖୋର୍ଦ୍ଧା, ଢ଼େଙ୍କାନାଳ, ସମ୍ବଲପୁରରେ ଥିବା ସେଣ୍ଟରରେ ଏହି ପରୀକ୍ଷା ହେବ ନାହିଁ। ମିଳିଥିବା ସୂଚନା ଅନୁସାରେ ସମ୍ଭାବିତ ଭୟଙ୍କର ବାତ୍ୟାକୁ ଦୃଷ୍ଟିରେ ରଖି ତଥା ପରୀକ୍ଷାର୍ଥୀଙ୍କ ସୁରକ୍ଷାକୁ ନଜରରେ ରଖି ରେଳବାଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

ସେହିପରି ପୂର୍ବତଟ ରେଳପଥ ପକ୍ଷରୁ କିଛି ଟ୍ରେନ୍‌କୁ ବାତିଲ କରି ଦିଆଯାଇଛି। ଗ୍ରାହକଙ୍କ ଅସୁବିଧାକୁ ଦୃଷ୍ଟିରେ ହେଲପ୍‌ଲାଇନ୍‌ ଜାରି କରି ଦିଆଯାଇଛି। ଗ୍ରାହକମାନେ ହେଲପ୍‌ଲାଇନ୍‌ ନମ୍ବର ୮୪୫୫୮୮୫୯୩୬, ୦୬୭୪-୨୩୦୧୫୨୫, ୨୩୦୧୬୨୫ରେ କଲ୍‌ କରିପାରିବେ।

ବାତ୍ୟାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କେନ୍ଦ୍ରୀୟ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିବାକୁ ଯାଉଛନ୍ତି। ସେହିଭଳି ଏନ୍‌ଡିଆରଏଫ ପକ୍ଷରୁ ମଧ୍ୟ ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe