କୁକୁରକୁ ନେଇ ଗୋଷ୍ଠୀ ସଂଘର୍ଷ, ଜଣେ ଗୁରୁତର

Advertisment
କୁକୁରକୁ ନେଇ ଗୋଷ୍ଠୀ ସଂଘର୍ଷ, ଜଣେ ଗୁରୁତର

Wikipedia

ଢେଙ୍କାନାଳ: ଢେଙ୍କାନାଳ ପୌରାଞ୍ଚଳର ଖମାର ସାହିରେ ଆଜି ରାତି ପ୍ରାୟ ୧୧ଟା ବେଳେ କୁକୁର ବୁଲାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଖବରପାଇ ପୁଲିସ ସେଠାରେ ପହଞ୍ଚିଥିଲା। ଆହତ ଯୁବକଙ୍କୁ ଉଦ୍ଧାର କରିବା ବେଳେ ପୁଲିସ ଗାଡ଼ି ଉପରକୁ ମଧ୍ୟ ପଥର ମାଡ଼ ହୋଇଥିଲା। ଘଟଣାସ୍ଥଳରେ ପରିସ୍ଥିତି ଉତ୍ତେଜନା ଥିବାରୁ ପୁଲିସ ମୁତୟନ କରାଯାଇଛି।

ପ୍ରକାଶ ଯେ, ଖମାର ସାହିର ଜଣେ ଯୁବକ ଆଜି ରାତି ପ୍ରାୟ ୧୧ଟା ବେଳେ ତାଙ୍କ ପୋଷା କୁକୁରକୁ ବାହାରକୁ ବୁଲାଇବାକୁ ନେଇଥିଲେ। ଏହିସମୟରେ ରାସ୍ତାରେ ଯାଉଥିବା ଜଣେ ଯୁବକଙ୍କୁ ଉକ୍ତ କୁକୁର କାମୁଡ଼ିବାକୁ ଦୌଡ଼ିଥିଲା। ଏଥିରେ ରାସ୍ତାରେ ଯାଉଥିବା ଯୁବକଜଣକ କୁକୁରକୁ ପଥର ମାଡ଼ କରିବାକୁ ଉଦ୍ୟମ କରିଥିଲା। ଏହାକୁ ନେଇ ଉଭୟ ଯୁବକଙ୍କ ମଧ୍ୟରେ ବଚସା ଓ ଧସ୍ତାଧସ୍ତି ହୋଇଥିଲା। ପରେ ରାସ୍ତାରେ ଯାଉଥିବା ଯୁବକ ଜଣକ ସାହିର ଅନ୍ୟ କିଛି ଲୋକଙ୍କୁ ସେଠାକୁ ଡାକିବାରୁ ପରିସ୍ଥିତି ଉତ୍ତେଜନାମୂଳକ ହୋଇଥିଲା। ରାସ୍ତାରେ ଯାଉଥିବା ୪/୫ ଯୁବକ ଓ ଅନ୍ୟମାନେ କୁକୁର ଧରି ଯାଉଥିବା ଯୁବକଙ୍କୁ ମାଡ଼ ମାରିଥିଲେ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଯୁବକଙ୍କୁ ଥାନାକୁ ନେଇଥିଲା। ତେବେ ଏହାକୁ ନେଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉତ୍ତେଜନାମୂଳକ ପରିସ୍ଥିତି ଜାରି ରହିଥିଲା। ଏ ନେଇ ଥାନାରେ କୌଣସି ମାମଲା ରୁଜୁ ହୋଇ ନଥିବା ଥାନା ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe