ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ସର୍ବଭାରତୀୟ ସ୍ତରରେ ପୁରସ୍କୃତ

ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ସର୍ବଭାରତୀୟ ସ୍ତରରେ ପୁରସ୍କୃତ

ଭୁବନେଶ୍ବର : ଓଡିଶା ଉଠାଜଳସେଚନ ନିଗମ(ଓଏଲ୍‌ଆଇସି)ର ‘ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ’ ୨୦୨୨-୨୩ ବର୍ଷ ପାଇଁ ସର୍ବ ଭାରତୀୟ ସ୍ତରରେ ଶ୍ରେଷ୍ଠ ବିବେଚିତ ହୋଇଛି। ଜଳ ସୁପରିଚାଳନା ତଥା ଚାଷୀମାନଙ୍କର ଆର୍ଥିକ ମାନଦଣ୍ଡକୁ ସଶକ୍ତୀକରଣ କ୍ଷେତ୍ରରେ ଉଲେଖନୀୟ ଉଦ୍ୟମ ପାଇଁ ଓଏଲ୍‌ଆଇସିକୁ ଏହି ‘ୱାଟର ଡାଇଜେଷ୍ଟ ୱାଟର ଆୱାର୍ଡସ ୨୦୨୨-୨୩’ ପ୍ରଦାନ କରାଯାଇଛି। ଗତ ୧୬ ତାରିଖରେ ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଠାରୁ ଓଏଲ୍‌ଆସି ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାମଲ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ଓଏଲ୍‌ଆଇସି ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଅବସରରେ ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯାଉଥିବା ବେଳେ ନିଗମ କ୍ରମାଗତ ଭାବରେ ଦିତୀୟ ଥର ପାଇଁ ଜାତୀୟସ୍ତରର ପୁରସ୍କାର ଲାଭ କରିଥିବାରୁ ନିଗମର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉତ୍ସାହିତ ହୋଇଛନ୍ତି। ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଳସମ୍ପଦ ବିଭାଗକୁ ଶୁଭେଚ୍ଛା ଜଣାଇଛନ୍ତି। ଜଳ ସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି।
ରାଜ୍ୟ ଉନ୍ନୟନ କମିଶନର ତଥା ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଓଏଲଆସିର ଅଧ୍ୟକ୍ଷ ଅମରେଶ ପତ୍ରୀ, ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାମଲ ଓଏଲଆଇସିକୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହିତ ଆଗାମୀ ଦିନରେ ଓଡିଶା ଉଠାଜଳସେଚନ ନିଗମ ଅଧିକ ଭଲ କାମ କରି ଅନ୍ୟ ପ୍ରକଳ୍ପଗୁଡିକୁ ମଧ୍ୟ ଏହି ଶ୍ରେଣୀରେ ଅନ୍ତର୍ଭୁକ୍ତ ହେଉ ବୋଲି ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe