ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବେତନଟୀ ରେଞ୍ଜ ଅଧୀନ ଫୁଲଝରି ତଥା ଆଖପାଖ ଜଙ୍ଗଲରେ ଥିବା ୪୯ଟିକିଆ ହାତୀପଲଙ୍କ ଉପଦ୍ରବ ଦିନକୁ ଦିନ ବଢିବାରେ ଲାଗିଛି l ଶନିବାର ରାତିରେ ଫୁଲଝରି ଗ୍ରାମର ଜନୈକ ଚାଷୀଙ୍କ ବିଲରେ ପଶି ଅମଳ ହୋଇ ରଖାଯାଇଥିବା ୩୦ କ୍ୱିଣ୍ଟାଲରୁ ଅଧିକ ଅଖା ଭର୍ତ୍ତି ଧାନ ଖାଇବା ସହିତ ଛୀନଭିନ କରିଦେଇଛନ୍ତି।
ଏହି ଖବର ପଢ଼ନ୍ତୁ: ହାତୀ ଆକ୍ରମଣରେ ୩ ବନ କର୍ମଚାରୀ ଆହତ
ସୂଚନା ଅନୁଯାଇ ୪୯ଟିକିଆ ହାତୀପଲ ଏକାଧିକ ଭାଗରେ ବିଭକ୍ତ ହୋଇ ଗତ ସପ୍ତାହେରୁ ଅଧିକ ହବ ଫୁଲଝରି, ଭୁଡୁ଼ରୁବଣି ଓ କ୍ଷୀରପଦା ପ୍ରଭୁତି ଜଙ୍ଗଲରେ ରହି ଜଙ୍ଗଲ ସଂଲଗ୍ନ ଗାଁ ସମେତ ଏକର ଏକର ଚାଷଜମିରେ ପଶି ଚାଷୀଙ୍କର ବର୍ଷକର ପରିଶ୍ରମକୁ ଉଜାଡି ଚାଲିଛନ୍ତି l ଏହି କ୍ରମରେ ଶନିବାର ରାତିରେ ଫୁଲଝରି ଗ୍ରାମର ଅଜୟ କୁମାର ମହାକୁଡ଼ଙ୍କର ୩ମାଣ ଜମିର ଅମଳକୁ ଉଜାଡି ଦେଇଛନ୍ତି ହାତୀପଲl
ଏହି ଖବର ପଢ଼ନ୍ତୁ: ଗୋସମ୍ପଦ ସୁରକ୍ଷା, ଚିକତ୍ସାରେ ଅବହେଳା
ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଅଜୟ ଓ ତାଙ୍କ ପୁଅ କିସାନ ଜଙ୍ଗଲ ପାର୍ଶ୍ୱରେ ଥିବା ତାଙ୍କର ୩ମାଣ ଜମିରୁ ଧାନ କାଟି ଗୋଟିଏ ସ୍ଥାନରେ ପୁଞ୍ଜି ମାରି ରଖିଥିଲେl ଶୁକ୍ରବାର ଦିନରେ ଝିପିଝିପି ବର୍ଷାକୁ ଦେଖି ଗତକାଲି ଟ୍ରାକ୍ଟର ଓ ଥ୍ରେସର ମେସିନ ଡାକି ଉକ୍ତ ବିଲ କିଆରୀ ମଝିରେ କଳେଇ ପିଟି ଅମଳ ଧାନକୁ ଅଖାରେ ପୁରାଇ ରଖିଚାଲି ଥିଲେl ସନ୍ଧ୍ୟା ସୁଦ୍ଧା କଳେଇ ପିଟା ସରିନଥିଲାl ହେଲେ ସନ୍ଧ୍ୟା ସମୟରେ ହଟାତ ଗର୍ଜନ କରି ହାତୀପଲ ଉକ୍ତ ସ୍ଥାନକୁ ମାଡ଼ି ଆସିଥିଲେl ବୁଦ୍ଧିବାଟ ନପାଇ କୌଣସି ମତେ ଟ୍ରାକ୍ଟର ଇଞ୍ଜିନକୁ ଜୋରରେ ଗର୍ଜନ କରାଇ ଉକ୍ତ ସ୍ଥାନରୁ ଜୀବନ ବଞ୍ଚାଇ ବାପପୁଅଙ୍କ ସମେତ ଅନ୍ୟ ଶ୍ରମିକମାନେ ସ୍ଥାନ ଛାଡି ପଳିଆସିଥିଲେl ଫଳରେ ହାତୀପଲଙ୍କ ପାଇଁ ମଉକା ସୃଷ୍ଟି ହୋଇଯାଇଥିଲାl ସେମାନେ ଅଖା ଭର୍ତ୍ତି ପାଖାପାଖି ୩୦କ୍ୱିଣ୍ଟାଲରୁ ଅଧିକ ଧାନ ଖାଇଯାଇଥିଲେ ଓ ସବୁ ପିଟା ହବାକୁ ବାକି ଥିବା କଳେଇ ସବୁକୁ ଖିନଭିନ କରିଦେଇଥିଲେl
ଏହି ଖବର ପଢ଼ନ୍ତୁ: ଭୁବେନଶ୍ବର ପ୍ରଧାନଙ୍କ ନାମରେ ମୋହର
ହାତୀପଲ ସୁଯୋଗ ପାଇ ଅଖା ଭର୍ତ୍ତି ପାଖାପାଖି ୩୦କ୍ୱିଣ୍ଟାଲରୁ ଅଧିକ ଧାନ ଖାଇଯାଇଥିଲେ ଓ ସବୁ ପିଟା ହବାକୁ ବାକି ଥିବା କଳେଇ ସବୁକୁ ଖିନଭିନ କରିଦେଇଥିଲେl
ରବିବାର ସକାଳୁ ଅଜୟ ଓ କିସାନ ବିଲକୁ ଯାଇ ତାଙ୍କ ବର୍ଷକର ଅମଳ ଫସଲ ସମ୍ପୂର୍ଣ ଅଜୁଡ଼ି ଯାଇଥିବା ଦେଖି ହତବାକ ହୋଇଯାଇଥିଲେl ଆଗକୁ ବର୍ଷ ତମାମ ତାଙ୍କ ପରିବାର କଣ ଖାଇବେ ସେ ନେଇ ତାଙ୍କ ମୁଣ୍ଡରେ ଚଡ଼କ ପଡ଼ି ଯାଇଥିଲାl ଏନେଇ ସେ ବନବିଭାଗକୁ ଖବର ଦେଇଥିଲେ ବି କୌଣସି କର୍ମଚାରୀ ତାଙ୍କ ନିକଟକୁ କିମ୍ବା ଉଜୁଡା କ୍ଷେତକୁ ଦେଖିବାକୁ ଆସିନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତିl ତେବେ ସରକାର ଯଦି ତାଙ୍କ ଦୁଃଖ ନଶୁଣନ୍ତି ତାହେଲେ ତାଙ୍କ ପରିବାର ଭୋକଉପାସରେ ରହିବାନେଇ ସେ ଦୁଃଖପ୍ରକାଶ କରିଛନ୍ତି l
ଏହି ଖବର ପଢ଼ନ୍ତୁ: ନୂଆବର୍ଷରେ ପରମାଣୁ ପରୀକ୍ଷା କରିବ ଇରାନ!
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/12/01/3b6e8a5d-f67b-4917-a8bc-f260b0a33d77.jpg)