ତୋରାଣିପୋଖରୀରେ ହାତୀପଲ

Advertisment
ତୋରାଣିପୋଖରୀରେ ହାତୀପଲ

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ  ପିପିଳିଆ ନିକଟବର୍ତୀ ତୋରାଣୀ ପୋଖରୀ ଗ୍ରାମରେ ୧୩ ଟିକିଆ ହାତୀପଲ ଡେରା ପକାଇଛନ୍ତି। ସେଥିରେ ଅଛନ୍ତି ତିନିଟି ଛୁଆହାତୀଙ୍କ ସମେତ ଦନ୍ତା ହାତୀ, ମାଈ ହାତୀ।  ଗ୍ରାମବାସୀ ହାତୀ ପଲକୁ ଘଉଡ଼ାଇବାରୁ ହାତୀପଲ ନିକଟବର୍ତ୍ତୀ ଜଙ୍ଗଲକୁ ଚାଲିଯାଇଛନ୍ତି। ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି।

ସେପଟେ  ହାତୀପଲ ଫସଲ ନଷ୍ଟ କରିଦେବା ଆଶଙ୍କାରେ ଚାଷୀମାନେ ରହିଛନ୍ତି।  ଖବରପାଇ କେନ୍ଦୁଝର ଏସିଏଫ ଅଶୋକ ଦାସ୍, ଢ଼େଙ୍କିକୋଟର ଫରେଷ୍ଟର ଶିବ ନାରୟଣ ଦେବ, ବନରଖି ଯୋଗେଶ୍ୱର ମାଝୀ ଓ ଜଂଗଲ ସ୍କ୍ଵାଡ୍‌ ହାତୀପଲକୁ ଘଉଡ଼ାଇବାକୁ ଉକ୍ତ ଗ୍ରାମରେ ପହଞ୍ଚିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe