ରାହାଡ଼ପୁର ଗୋଷ୍ଠୀସଂଘର୍ଷ ଘଟଣାରେ ୧୦ ଗିରଫ

Advertisment
ରାହାଡ଼ପୁର ଗୋଷ୍ଠୀସଂଘର୍ଷ ଘଟଣାରେ ୧୦ ଗିରଫ

Business Insider India

ଧର୍ମଶାଳା: ଜେନାପୁର ଥାନା ଅନ୍ତର୍ଗତ ରାହାଡ଼ପୁର ଗ୍ରାମରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ପୁଲିସ୍‌ ଆଜି ଉଭୟ ପକ୍ଷର ୧୦ ଜଣଙ୍କୁ ଗିରଫ କରିଛି। ଗିରଫ ସାହାଣି ପରିବାରର ବଳରାମ ସାହାଣି, ଅର୍ଜୁନ ସାହାଣି, ଅଜୟ ସାହାଣି, ଅକ୍ଷୟ ସାହାଣି, ସୁଦାମ ସାହାଣି, ରଂଜିତ ସାହାଣି ଓ ଦେହୁରୀ ପରିବାରର ପବନ ଦେଉରୀ, ସୁପୁ ଦେଉରୀ, ସାଦା ଦେଉରୀ ଓ ବିଜୟ ଦେହୁରୀଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସୂଚନା ମୁତାବକ, ଟଙ୍କା ଭାଗବଣ୍ଟାକୁ କେନ୍ଦ୍ର କରି ରାହଡ଼ପୁର ଗ୍ରାମର ୨ଗୋଷ୍ଠୀଙ୍କ ମଧ୍ୟରେ ଗତ ଗୁରୁବାର ସଂଧ୍ୟାରେ ଗଣ୍ତଗୋଳ ହୋଇ ୧୬ଜଣ ଆହତ ହୋଇଥିଲେ। ଏନେଇ ଉଭୟ ଗୋଷ୍ଠୀ ପକ୍ଷରୁ ଜେନାପୁର ଥାନାରେ ଏତଲା ଦିଆଯାଇଥିଲା। ଅଭିଯୋଗ ପାଇ ପୁଲିସ୍‌ ନଂ. ୩୯୮/୨୧ ଓ ୩୯୦/୨୧ ନମ୍ବରରେ ଦୁଇଟି ମାମଲା ରୁଜୁ କରି ଉଭୟ ପକ୍ଷର ୧୦ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଥାନାଧିକାରୀ ଉମାକାନ୍ତ ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe