ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ କୋଟିପତି ଜିଆର୍‌ଏସ୍‌ ଗିରଫ, ୧.୫୦ କୋଟି ଟଙ୍କାର ସଂପତ୍ତି ଠାବ

Advertisment

ଭିଜିଲାନ୍‌ସର ୬ଟି ଟିମ୍‌ର ଚଢଉ: ପଂଚାୟତ କାର୍ଯ୍ୟାଳୟ, ବାସଗୃହ ସମେତ କ୍ଲିନିକ୍‌ ଜବତ

ଭିଜିଲାନ୍‌ସର ୬ଟି ଟିମ୍‌ର ଚଢଉ: ପଂଚାୟତ କାର୍ଯ୍ୟାଳୟ, ବାସଗୃହ ସମେତ କ୍ଲିନିକ୍‌ ଜବତ

ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ କୋଟିପତି ଜିଆର୍‌ଏସ୍‌ ଗିରଫ, ୧.୫୦ କୋଟି ଟଙ୍କାର ସଂପତ୍ତି ଠାବ

ଗୋପ: ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ଛଇତନା ପଂଚାୟତର କୋଟିପତି ଜିଆର୍‌ଏସ୍‌ ଗୋବିନ୍ଦ ଚନ୍ଦ୍ର ପରିଡାଙ୍କୁ ଆଜି ପୁରୀ ଭିଜିଲାନ୍‌ସ ଆୟ ବର୍ହିଭୂତ ସମ୍ପତି ଠୁଳ ମାମଲାରେ ଗିରଫ କରିଛି । ପୁରୀ ଭିଜିଲାନ୍‌ସ ଡିଏସପି ହର ନାରାୟଣ ପତିଙ୍କ ନେତୃତ୍ୱରେ ଏକ ୬ ଜଣିଆ ଟିମ୍‌ ଏକକାଳୀନ ଛଇତନା ସ୍ଥିତ ପଂଚାୟତ କାର୍ଯ୍ୟାଳୟ, ତରକୋର ପଂଚାୟତର ବାଲିକପିଳେଶ୍ୱର ଛକ ନିକଟରେ ଥିବା କ୍ଲିନିକ୍‌, ପୁରୀରେ ଥିବା ତିନି ମହଲା ଦୁଇଟି କୋଠାଘର ସମେତ ତାଙ୍କର ନିଜସ୍ୱ ବାସଭବନ ଆଳଶଙ୍ଖାରେ ଅଚାନକ ଚଢଉ କରିଥିଲାା

ଚଢଉ ସମୟରେ ଅନେକ ଆଶ୍ଚର୍ଯ୍ୟ ଘଟଣା ସାମ୍ନାକୁ ଆସିଛି । ଜିଆର୍‌ଏସ୍‌ ଜଣକ ନିଜକୁ ଡାକ୍ତର କହି ବେଆଇନ୍‌ ଭାବେ ରୋଗୀ ଚିକିତ୍ସା କରୁଥିଲେ, ଯାହାକୁ ନେଇ ଆଜି ଗୋପ ଅଂଚଳରେ ଚାଂଚଲ୍ୟ ସୃଷ୍ଟି ହୋଇଛି । ଏହି ଜିଆର୍‌ଏସଙ୍କ ଗିରଫ ପରେ ଗୋପ ବ୍ଲକର ଅନ୍ୟ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଛି ।

publive-image

ଭିଜିଲାନ୍‌ସ ସୂତ୍ରରୁ ଜଣାପଡିଛି ଯେ, ଏହି କୋଟିପତି ଜିଆରଏସ ତଥା ନକଲି ଡାକ୍ତରଙ୍କର ସମୁଦାୟ ୧.୭୦କୋଟି ଟଙ୍କାର ସମ୍ପତି ଠାବ ହୋଇଛି। । ତାଙ୍କ ପାଖରେ ୧.୫୦କୋଟି ଟଙ୍କା ଆୟ ବର୍ହିଭୂତ ସମ୍ପତି ଠୁଳ ହୋଇଥିବା ଜଣାପଡିଛି । ପୁରୀରେ ଦୁଇଟି ତିନିମହଲା ବିଶିଷ୍ଟ ଦୁଇଟି କୋଠାଘର, ଏକ ଘରୋଇ କ୍ଲିନିକ୍‌ ଓ ଔଷଧ ଦୋକାନ, ୧୬ ଲକ୍ଷ ୭୦ ହଜାର ବ୍ୟାଙ୍କ ବାଲାନ୍‌ସ ଓ ୭ ଲକ୍ଷ ୬୨ ହଜାର ବୀମା, ୫ ଟି ପ୍ଲଟ୍‌, ଏକ ଏକର ପରିମିତ ନିଜ ଗ୍ରାମରେ ଚାଷଜମି, ଗୃହୋପକରଣ ୨ ଲକ୍ଷ ୮୬ ହଜାର ସମେତ ନଗଦ ୪ଲକ୍ଷ ୨୮ହଜାର ୯୬୦ଟଙ୍କା ଜବତ କରାଯାଇଥିବା ପ୍ରାଥମିକ ଆକଳନରୁ ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe