୧୪ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜିଆରଏସ୍‌

୧୪ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜିଆରଏସ୍‌

ଝାରସୁଗୁଡ଼ା/ଭୁବନେଶ୍ବର: ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଜିଆରଏସ। ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ କନକତୋରା ପଞ୍ଚାୟତର ଜିଆରଏସ ମନୋଜ କୁମାର ସାହୁ ୧୪ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧାରା ପଡିଛନ୍ତି। କନକତୋରା ଗ୍ରାମର ସୁବାଷ ପ୍ରଧାନଙ୍କ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଘର କରିବା ପାଇଁ ଜିଆରଏସ ମାଗିଥିଲେ ଲାଞ୍ଚ। ଆଜି କନକତୋରା ପଂଚାୟତ କାର୍ଯ୍ୟାଳୟରେ ସୁବାଷଙ୍କ ଠାରୁ ଲାଞ୍ଚ ନେଉଥିବାବେଳେ ଜିଆରଏସ ମନୋଜ କୁମାର ସାହୁଙ୍କୁ ଭିଜିଲାନ୍ସ ବିଭାଗ ଧରିବାସହ ୧୪ ହଜାର ଟଙ୍କା ଜବତ କରିଛି ଏବଂ ପଂଚାୟତ କାର୍ଯ୍ୟାଳୟରେ ଜିଆରଏସଙ୍କ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରୁଛି।

ସୂଚନାଯୋଗ୍ୟ, ଦୁଇ ଦିନ ପୂର୍ବରୁ ବନ୍ଧ ପୁନରୁଦ୍ଧାର କାମର ବିଲ୍ ପାସ୍ କରିବାକୁ ଲାଞ୍ଚ ମାଗି ଭିଜିଲାନ୍ସ୍ ଜାଲରେ ପଡ଼ିଥିଲେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ଇନ୍ଦ୍ରାକ୍ଷୀ ପଞ୍ଚାୟତର ଗ୍ରାମ ରୋଜଗାର ସେବକ ସିଏଚ୍‌.ଚନ୍ଦ୍ରେୟା। ଅଭିଯୋଗକାରୀ ହନ୍ତଳୁ ଗ୍ରାମର ଋଷି ରେଡ୍ଡୀଙ୍କ ଠାରୁ ୨୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଚନ୍ଦ୍ରେୟାଙ୍କୁ ବ୍ଲକ୍ ଅଫିସ୍ ପରିସରରୁ ବ୍ରହ୍ମପୁର ଭିଜିଲାନ୍ସ୍ ଡିଭିଜନ୍ ଅଧିକାରୀ କାବୁ କରିଥିଲା। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ ସହ କେସ୍ ନମ୍ବର ୨୦ ଅନୁସାରେ ଏକ ମାମଲା ରୁଜୁ ହୋଇଛି। ଏଥି ସହିତ ବ୍ଲକ୍‌ କନିଷ୍ଠ ଯନ୍ତ୍ରୀ ପ୍ରତାପ କୁମାର ନାୟକଙ୍କୁ ମଧ୍ୟ ଭିଜିଲାନସ୍‌ ଟିମ୍‌ ଉଠାଇ ନେଇ ଜେରା ଚଳାଇଛନ୍ତି। ଭିଜିଲାନ୍ସ୍ ପକ୍ଷରୁ ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe