ଦରମା ବୃଦ୍ଧି ସତ୍ତ୍ୱେ ଜିଆରଏସ୍‌ କର୍ମଚାରୀଙ୍କ ଆନ୍ଦୋଳନ ଜାରି

Advertisment

ମନ୍ତ୍ରୀ କହିଲେ ବିଜେପି ଅଫିସ୍‌ରେ ଭୋଜନ କରି ଆନ୍ଦୋଳନ କରୁଛନ୍ତି ଜିଆରଏସ୍‌ କର୍ମୀ

ମନ୍ତ୍ରୀ କହିଲେ ବିଜେପି ଅଫିସ୍‌ରେ ଭୋଜନ କରି ଆନ୍ଦୋଳନ କରୁଛନ୍ତି ଜିଆରଏସ୍‌ କର୍ମୀ

କାଳିଆ ଯୋଜନାକୁ ବିରୋଧୀଙ୍କ ସମାଲୋଚନା ପରେ ଉଚିତ ଜବାବ ରଖିଲେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ

ଭୁବନେଶ୍ୱର: ଦରମା ବୃଦ୍ଧି ସତ୍ତ୍ୱେ ଜିଆରଏସ୍‌ କର୍ମଚାରୀମାନେ ଗତ ଅକ୍ଟୋବର ୧୮ରୁ ଆନ୍ଦୋଳନ ଜାରି ରଖିଛନ୍ତି। ଏ ନେଇ ପଞ୍ଚାୟତରାଜମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି ଜିଆରଏସ୍‌ କର୍ମୀମାନେ ଭାରତୀୟ ଜନତା ପାର୍ଟିର ଛତ୍ରଛାୟା ତଳେ ଆନ୍ଦୋଳନ କରୁଛନ୍ତି। ସେମାନେ ବିଜେପି ଅଫିସରେ ଭୋଜନ କରି ଲୋୟର ପିଏମ୍‌ଜିରେ ଆନ୍ଦୋଳନ ଜାରି ରଖିଛନ୍ତି।

ମନ୍ତ୍ରୀ ମହାରଥୀ ଜିଆରଏସ୍‌ କର୍ମୀଙ୍କୁ ଅକ୍ଟୋବର ୩୧ ସୁଦ୍ଧା କାର୍ଯ୍ୟରେ ଯୋଗ ଦେବା ପାଇଁ ଡେଡଲାଇନ ଦେଇଛନ୍ତି। ଏହାରି ଭିତରେ ସେମାନେ କାର୍ଯ୍ୟରେ ଯୋଗ ନ ଦେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି। ମହାରଥୀ କହିଛନ୍ତି, ବିଜେପି ଅଙ୍ଗନଓ୍ଵାଡ଼ି କର୍ମୀଙ୍କ ଭଳି ଜିଆରଏସ୍‌ କର୍ମୀଙ୍କୁ ନେଇ ରାଜନୀତି କରୁଛି। ଜିଆରଏସ୍‌ଙ୍କ ଦରମା କେନ୍ଦ୍ର ସରକାରଙ୍କର ହୋଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଏ ପ୍ରସଙ୍ଗରେ କାହିଁକି ଆଲୋଚନା କରୁ ନାହାଁନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ଆନ୍ଦୋଳନ ପାଇଁ ପୁଲିସ କର୍ମଚାରୀଙ୍କ ଠାରୁ ମାଡ଼ ଖାଇବା ପରେ ଗ୍ରାମ୍ୟ ରୋଜଗାର ସେବକ (ଜିଆରଏସ୍‌)ଙ୍କ ଦରମା ବଢ଼ିଛି। ଜିଆରଏସ୍‌ କର୍ମଚାରୀଙ୍କ ଦରମା ବଢ଼ାଇବା ନେଇ ଶୁକ୍ରବାର ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏଣିକି ଜିଆରଏସ୍‌ କର୍ମଚାରୀମାନେ ମାସିକ ଦରମା ୭ ହଜାର ଟଙ୍କା ପାଇବେ। ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଏହି ସୂଚନା ଦେଇଛନ୍ତି। ପୂର୍ବରୁ ସେମାନଙ୍କୁ ୫ ହଜାର ଟଙ୍କା ମାସିକ ଦରମା ମିଳୁଥିଲା। ମନ୍ତ୍ରୀ ଶ୍ରୀ ମହାରଥୀ କହିଛନ୍ତି, ବିଭିନ୍ନ ସ୍କିମରେ ଜିଆରଏସ୍‌ କର୍ମଚାରୀଙ୍କୁ ୧୮ଶହ ଟଙ୍କା ସହାୟତା ରାଶି ମିଳିବ। ଜିଆରଏସ କର୍ମଚାରୀ ମାସକୁ ସମୁଦାୟ ୮ହଜାର ୮ଶହ ଟଙ୍କା ପାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe