ଜିଏସଟିର ଅତିରିକ୍ତ କମିସନର ପିୟୁଷକାନ୍ତଙ୍କ ୧୧ଟି ପ୍ଲଟର ମୂଲ୍ୟ ୩ କୋଟି, ୬ଟି କାର୍‌ର ଦାମ୍‌ ୬୧ ଲକ୍ଷ

Advertisment
ଜିଏସଟିର ଅତିରିକ୍ତ କମିସନର ପିୟୁଷକାନ୍ତଙ୍କ ୧୧ଟି ପ୍ଲଟର ମୂଲ୍ୟ ୩ କୋଟି, ୬ଟି କାର୍‌ର ଦାମ୍‌ ୬୧ ଲକ୍ଷ

ଭୁବନେଶ୍ବର: କଟକ ସିଟି ଓ ଜିଏସଟିର ଅତିରିକ୍ତ କମିସନର ପିୟୁଷକାନ୍ତ ପାଣି ଭିଜିଲାନ୍ସ ପଞ୍ଝାରେ ଫସିଛନ୍ତି। ପିୟୁଷକାନ୍ତଙ୍କ ସ୍ଥାବର ଓ ଅସ୍ଥାବର ସଂପତ୍ତି ଦେଖି ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଭିଜିଲାନ୍ସ ଟିମ୍‌ ଆଜି ଭୋର ସକାଳୁ  ଯାଜପୁରରୋଡସ୍ଥିତ ଘର ସମେତ କଟକ ଓ ଭୁବନେଶ୍ୱରରେ ଏକକାଳୀନ ଚଢ଼ଉ କରିଥିଲେ।

କେବଳ ଭୁବନେଶ୍ବରରେ ପିୟୁଷକାନ୍ତଙ୍କର ୧୧ଟି ପ୍ଲଟ ରହିଛି, ଯାହାର ମୂଲ୍ୟ ପାଖାପାଖି ୩ କୋଟି ଲକ୍ଷ ଟଙ୍କା ହେବ। ଭିଜିଲାନ୍ସ ଟିମ୍‌ ଭୁବନେଶ୍ବରର ଚନ୍ଦ୍ରଶେଖରପୁରରରେ ଏକ ତିନି ମହଲା କୋଠା, ଭୁବନେଶ୍ୱର ଅନ୍ଧାରୁଆରେ ଏକ ଫାର୍ମ ହାଉସ୍, ଭୁବନେଶ୍ୱର ଚକେଇସିଆଣୀରେ ଏକ ମହଲା କୋଠା, ଯାଜପୁର ରୋଡ୍‌ ବ୍ୟାସନଗର ସହରର ଚୋରଦା ଛକଠାରେ ୩ଟି ତିନି ମହଲା କୋଠା ଓ ଗୋଟିଏ ଏକ ମହଲା କୋଠା ମଧ୍ୟ ଠାବ କରିଛି।

ଏତଦ୍‌ ବ୍ୟତୀତ ୫୩.୬୩ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ଇନ୍‌ସୁରାନ୍ସ ଡିପୋଜିଟ୍ ସମେତ ୬ଟି ଦାମୀ କାର ଓ ୩୮୭ ଗ୍ରାମର ସୁନା ଧରପଗଡ଼ରେ ମିଳିଛି। କାରଗୁଡ଼ିକର ମୂଲ୍ୟ ୬୧ ଲକ୍ଷ ଟଙ୍କା ହେବ ବୋଲି ଆକଳନ ହେବ ଅଧିକ ହେବ ବୋଲି ଭିଜିଲାନ୍ସ ପକ୍ଷରୁ ଆକଳନ କରାଯାଇଛି। ତେବେ ସମ୍ପତ୍ତି ଠୁଳ କରିବା ନେଇ ଶ୍ରୀ ପାଣିଙ୍କୁ ଭିଜିଲାନ୍ସ ପକ୍ଷରୁ ପଚରାଉଚରା ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe