କୋକସରା ବନଦୁର୍ଗା ​ଟ୍ରେଡର୍ସରେ ଜିଏସ୍‌ଟି ଚଢ଼ଉ

Advertisment
କୋକସରା ବନଦୁର୍ଗା ​ଟ୍ରେଡର୍ସରେ ଜିଏସ୍‌ଟି ଚଢ଼ଉ

କୋକସରା: କଳାହାଣ୍ଡି ଜିଲ୍ଲା କୋକସରାରେ ଥିବା ବନଦୁର୍ଗା ଟ୍ରେଡସ୍‌ ଉପରେ ସୋମବାର ଭବାନୀପାଟଣା ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରାଯାଇଛି। ସୂଚନାନୁସାରେ ବନଦୁର୍ଗା ଟ୍ରେଡର୍ସ ବହୁଦିନ ହେଲା ଜିଏସ୍‌ଟି ଫାଙ୍କୁଥିବା ନେଇ ବିଭାଗ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା।

ଆଜି ଜିଲ୍ଲା ଜିଏସ୍‌ଟି ଅତିରିକ୍ତ ନିର୍ଦ୍ଦେଶକ ସମୀର ମାଝୀଙ୍କ ନେତୃତ୍ବରେ ୮ ଜଣିଆ ଟିମ୍‌ ବନଦୁର୍ଗା ଟ୍ରେଡର୍ସ ଉପରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରିବା ସହ ଦୋକାନରେ ଥିବା ଅନ୍‌ଲାଇନ୍‌ ବ୍ୟବସାୟ ତଥ୍ୟକୁ ମଧ୍ୟ ଟିକିନିଖି ଯାଞ୍ଚ କରିଥିଲା। ତେବେ କେତେ ଟଙ୍କାର ଜିଏସ୍‌ଟି ଠକେଇ ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନଥିବା ବେଳେ ଆକଳନ ପରେ ତଥ୍ୟ ସାମ୍ନାକୁ ଆସିବ ବୋଲି ଜିଏସ୍‌ଟି ବିଭାଗ ସୂଚନା ଦେଇଛି। ଆଜିର ଏହି ଚଢ଼ଉରେ ଅତିରିକ୍ତ ଜିଏସ୍‌ଟି ଅଧିକାରୀ ହରେକୃଷ୍ଣ ସାହୁ, ଟଙ୍କଧର ସାହୁ, ସୁଧାଂଶୁ ଶେଖର ବେହେରା, ମହମ୍ମଦ ଆଝାରୁଦ୍ଦିନ ଖାଁ, ଶ୍ୟାମ ବାଗ, ଧରଣୀଧର ପୁରୋହିତ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe