କଣ୍ଟାବାଞ୍ଜିରେ ଜିଏସ୍‌ଟି ବିଭାଗର ଚଢ଼ଉ, ସାଇକଲ ଦୋକାନ ଆଢ଼ୁଆଳରେ ପ୍ଲାଇଉଡ୍‌ ବେପାର

କଣ୍ଟାବାଞ୍ଜିରେ ଜିଏସ୍‌ଟି ବିଭାଗର ଚଢ଼ଉ, ସାଇକଲ ଦୋକାନ ଆଢ଼ୁଆଳରେ ପ୍ଲାଇଉଡ୍‌ ବେପାର

କଂଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଂଟାବାଞ୍ଜିରେ ପୁଣି ରାଜ୍ୟ ସରକାରଙ୍କ ବାଣିଜ୍ୟକର ଓ ଦ୍ରବ୍ୟ ସେବା କର (ଜିଏସଟି) ବିଭାଗର ଶୁକ୍ରବାର ଚଢ଼ଉ କରିଛି। ଏଥର ସ୍ଥାନୀୟ ଭଗବତୀ ସାଇକଲ ଷ୍ଟୋରର ମାଲିକଙ୍କ ଘର ଓ ଗୋଦାମରେ ଚଢ଼ଉ କରାଯାଇଛି। କାଗଜପତ୍ର ଯାଞ୍ଚ କରିବା ପରେ ସାଇକଲ ଦୋକାନ ଆଢ଼ୁଆଳରେ ପ୍ଲାଇଉଡ଼ ବେପାର ଚାଲିଥିବା ଜଣାପଡ଼ିଛି।

ପ୍ରକାଶ ଯେ, କଂଟାବାଞ୍ଜି ମାତା ମନ୍ଦିର ରୋଡ଼ସ୍ଥିତ ଭଜନଲାଲ ଅଗ୍ରଓ୍ବାଲଙ୍କ ଭଗବତୀ ସାଇକଲ ଷ୍ଟୋର ନାଁରେ ପ୍ଲାଇଉଡ୍‌ କାରବାର ଚାଲିଥିବା ଅଭିଯୋଗ ହୋଇଥିଲା। ଏଣୁ ଶୁକ୍ରବାର ଜିଏସଟି ବିଭାଗ ଅଧିକାରୀମାନେ ତାଙ୍କ ଘର ଏବଂ କୁର୍ଲିସ୍ଥିତ ଗୋଦାମରେ ଚଢ଼ଉ କରିଥିଲା। ସେଠାରେ ପ୍ଲାଇଉଡ୍‌ ଥିବା ଜଣାପଡ଼ିଥିଲା। ଗୋଦାମ ସହ ଘର ଲାଗିଥିବା ଗୋଦାମରେ ଥିବା ଷ୍ଟକ ଯାଞ୍ଚ କରିଥିଲେ। କୁର୍ଲିସ୍ଥିତ ଗୋଦାମରେ ନୂଆପଡ଼ା ଜିଏସ୍‌ଟି ଡେପୁଟି କମିସନର ପ୍ରିୟବ୍ରତ ଗଡ଼ତିଆ ଏବଂ ବଲାଙ୍ଗୀର ଜିଏସଟି ଅଧିକାରୀ ଆଶିଷ ସାହୁଙ୍କ ନେତୃତ୍ୱରେ ୭ ଜଣିଆ ଟିମ ଚଢ଼ଉ କରିଥିଲେ। ଏହି ଗୋଦାମରେ ଏବଂ ମାତା ମନ୍ଦିରସ୍ଥିତ ଶ୍ରୀ ଅଗ୍ରଓ୍ବାଲଙ୍କ ଘର ପାଖ ଗୋଦାମରେ ବିଭିନ୍ନ କମ୍ପାନିର ପ୍ଲାଇଉଡ୍ ଥିବା ଅଧିକାରୀମାନେ ଦେଖିବାକୁ ପାଇଥିଲେ। ସେସବୁର ତାଲିକା ପ୍ରସ୍ତୁତ କରି କାଗଜ ପତ୍ର ଯାଞ୍ଚ କରିଥିଲେ। ଏହି ଚଢ଼ଉରେ କଣ୍ଟାବାଞ୍ଜି ପୁଲିସର ଏସ୍‌ଆଇ ପ୍ରଦୀପ ଗୁରିଆ, ଏଏସଆଇ ପଂଚାନନ ଖୁଆସ ପ୍ରମୁଖ ସାମିଲ ଥିଲେ। ଖବର ଲେଖାଯିବା ପର୍ଯ୍ୟନ୍ତ ଶ୍ରୀ ଅଗ୍ରୱାଲଙ୍କ ଘରେ କାଗଜପତ୍ର ଯାଞ୍ଚ ଚାଲିଥିଲା। ଏଥିରେ ଜିଏସଟି ଠକେଇ ହୋଇଛି ନା ଜିଏସଟିରେ କିଛି ହେରଫେର ହୋଇଛି ସଂପୂର୍ଣ୍ଣ ଯାଞ୍ଚ ପରେ ଜଣାପଡ଼ିବ ବୋଲି ବିଭାଗଠାର ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe