ବ୍ୟବସାୟୀଙ୍କ ଗୋଦାମରେ ଜିଏସଟି ବିଭାଗର ଚଢ଼ଉ

ରାଜଗାଙ୍ଗପୁରରେ ତମାଖୁ ବ୍ୟବସାୟୀଙ୍କ ଗୋଦାମ ଉପରେ ଜିଏସଟି ବିଭାଗର ଚଢଉ କରାଯାଇଛି । ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୦ ଟା ସମୟରେ ରାଜଗାଙ୍ଗପୁର ଷ୍ଟେସନପଡ଼ା ସ୍ଥିତ ତମାଖୁ ଗୋଦାମରେ ରାଉରକେଲା ଜିଏସଟି ଟିମ୍ ଚଢ଼ଉ କରିଥିଲା ...

GST department raids traders' warehouses

GST department raids traders' warehouses Photograph: (sambad.in)

ରାଜଗାଙ୍ଗପୁର: ରାଜଗାଙ୍ଗପୁରରେ ତମାଖୁ ବ୍ୟବସାୟୀଙ୍କ ଗୋଦାମ ଉପରେ ଜିଏସଟି ବିଭାଗର ଚଢ଼ଉ କରାଯାଇଛି। ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୦ ଟା ସମୟରେ ରାଜଗାଙ୍ଗପୁର ଷ୍ଟେସନପଡ଼ା ସ୍ଥିତ ମଞ୍ଜିତ  ରାୟଙ୍କ ତମାଖୁ ଗୋଦାମରେ ରାଉରକେଲା  ଜିଏସଟି ଟିମ୍ ଚଢ଼ଉ କରିଥିଲା ।

ଜିଏସଟି ବିଭାଗର ୭ରୁ ୮ଜଣିଆ ଟିମ୍ ମଞ୍ଜିତଙ୍କ ଷ୍ଟେସନପଡ଼ା ସ୍ଥିତ ଘର ଓ ଗୋଦାମ ଉପରେ ଚଢ଼ଉ କରିଥିଲେ । ରଞ୍ଜିତ ତମାଖୁ ବ୍ୟବସାୟ କରୁଥିବା ବେଳେ "ତୋତା" ଖଇନି ନାମକ ଏକ ତମାଖୁ ପ୍ୟାକେଟ ମାର୍କେଟରେ ବିକ୍ରି କରୁଥିଲେ । 

ବସ୍ତା ବସ୍ତା ତମାଖୁ ଗୋଦାମ ଘରେ ମହଜୁଦ ଥିବା ଦେଖିବାକୁ ମିଳିଥିଲା । ଚଢ଼ଉ  ବାବଦରେ ଜିଏସଟି ବିଭାଗର ଅଧିକାରୀ ମୁଁହ ଖୋଲି ନଥିଲେ ।

GST  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe