କଣ୍ଟାବାଞ୍ଜିରେ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟର ଚଢ଼ଉ

Advertisment

ଦୁଇଟି ପ୍ରତିଷ୍ଠାନର କାଗଜପତ୍ର ତନଖି, ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରି ଫେରାର୍‌ ମାରିଲେ ଟିକସ ଫାଙ୍କୁଥିବା ବ୍ୟବସାୟୀ

ଦୁଇଟି ପ୍ରତିଷ୍ଠାନର କାଗଜପତ୍ର ତନଖି, ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରି ଫେରାର୍‌ ମାରିଲେ ଟିକସ ଫାଙ୍କୁଥିବା ବ୍ୟବସାୟୀ

୫ହଜାର କୋଟିର ଜିଏସ୍‌ଟି ଫାଙ୍କି

The Economic Times

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ବୁଧବାର ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଟିମ୍‌ ପକ୍ଷରୁ ଦୁଇଟି ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ଉ କରାଯାଇଥିଲା। ଜିଏସ୍‌ଟି କମିସନର ସଂଜୟ ସିଂହଙ୍କ ନିର୍ଦ୍ଦେଶକ୍ରମେ ବଲାଙ୍ଗୀର ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟର ଦୁଇଟି ଟିମ୍‌ ସମେତ ଭବାନୀପାଟଣା ଓ ନୂଆପଡ଼ାର ଚାରିଜଣିଆ ଟିମ୍‌ ମିଳିତ ଭାବେ ଚଢ଼ଉ କରିଥିଲେ।

ଜିଏସ୍‌ଟି ଫାଙ୍କୁଥିବା ଅଭିଯୋଗରେ ପ୍ରେମ ଜୈନଙ୍କ ଭବାନୀ ଷ୍ଟିଲ୍‌ ନାମରେ ଥିବା ଲୁହାଛଡ଼ ଦୋକାନ ଓ ନୂଆପଡ଼ାକୁ ଲାଗିକରି ଥିବା ଗୋଦାମରେ ଏକାସାଙ୍ଗରେ ଚଢ଼ଉ କରି ଟିକିନିକି ଯାଞ୍ଚ କରାଯାଇଥିଲା। ସେହିପରି ସହରର ୫ ନମ୍ବର ରାସ୍ତାର ମହିଳା କଲେଜ ନିକଟରେ ଥିବା ବଜରଙ୍ଗ ଜିନ୍ଦଲଙ୍କ ପଙ୍କଜ ଏଜେନ୍ସିରେ ମଧ୍ୟ ଏହି ଟିମ୍‌ ପକ୍ଷରୁ ଚଢ଼ଉ କରାଯାଇଛି। ଏଠାରେ ମଧ୍ୟ ଦୋକାନ ଓ ଗୋଦାମର ଷ୍ଟକ୍‌ ଯାଞ୍ଚ ସହିତ ଜରୁରୀ କାଗଜପତ୍ର ତନଖି କରାଯାଇଥିଲା। ଏହି ଦୁଇ ବ୍ୟବସାୟିକ ପ୍ରତିଷ୍ଠାନ ବହୁଦିନରୁ ଲକ୍ଷ ଲକ୍ଷ ଟଙ୍କାର ଜିଏସ୍‌ଟି ଫାଙ୍କୁଥିବା ଅଭିଯୋଗ ହୋଇଆସୁଥିଲା। ଉଭୟ ବ୍ୟବସାୟୀଙ୍କୁ ଟିମ୍‌ ପକ୍ଷରୁ ସମନ ଜାରି କରାଯାଇ ଛାଡ଼ିଦିଆଯାଇଛି। ଆଗାମୀ ଦିନରେ ଯାଞ୍ଚ କରି କେତେଟଙ୍କାର ଟିକସ ଫାଙ୍କିଛନ୍ତି ତାହା ଉପରେ ଜରିମାନା ଆଦାୟ କରାଯିବ ବୋଲି ସୂଚନା ମିଳିଛି।

ଅନ୍ୟପକ୍ଷରେ ଆଜିର ଏହି ଜିଏସ୍‌ଟି ଚଢ଼ଉ ଖବର ସହରରେ ପ୍ରଚାର ହେବାକ୍ଷଣି ଟିକସ ଫାଙ୍କୁଥିବା ବ୍ୟବସାୟୀଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଥିଲା। ଦୋକାନୀମାନେ ନିଜ ନିଜ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରି ଫେରାର୍‌ ମାରିଥିବା ଦେଖିବାକୁ ମିଳିଥିଲା। ଏହି ଚଢ଼ଉରେ ଡେପୁଟି କମିସନର ସମୀର ମାଝୀ, ସିଟିଓ ନୀଳାଦ୍ରି ବିହାରୀ ଦାଡ଼ିଆ, ପରମେଶ୍ୱର ସାହୁ, ଅତିରିକ୍ତ ସିଟିଓ ଭବାନୀଶଙ୍କର ସାହୁ, ହରେକୃଷ୍ଣ ସାହୁ, ଏଏସ୍‌ଟିଓ ସୁଧାଂଶୁ ଶେଖର ବେହେରା, ନୈମିଶ ସାହୁ, ବଲାଙ୍ଗୀର ଜିଲ୍ଲା ମୁଖ୍ୟ କିଶୋର ଚନ୍ଦ୍ର ମେହେର, ରାଜେନ୍ଦ୍ର ନାଏକ, ଜିତେନ୍ଦ୍ରୀୟ ବାଗ, କ୍ଷୀରୋଦ ମାଝୀ, ଶରତ ଚନ୍ଦ୍ର ସେଠ, ସରୋଜ ଭେଟିଆ, ନନ୍ଦକିଶୋର ଜାଲ ପ୍ରମୁଖ ସାମିଲଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe