ବାତ୍ୟା ପ୍ରଭାବିତ ଜିଲ୍ଲାରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାମାନଙ୍କ ପାଇଁ ଏପ୍ରିଲ ମାସର ଜିଏସଟି ଫାଇଲିଂ ଶେଷ ତାରିଖ ଜୁନ ୨୦କୁ ବୃଦ୍ଧି

ଜୁନ ୧୨ରେ ଜିଏସଟି କାଉନସିଲର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର : ବାତ୍ୟା ପ୍ରଭାବିତ ଓଡ଼ିଶାର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାମାନଙ୍କ ପାଇଁ ଟିକିଏ ଆଶ୍ୱସ୍ଥିଭରା ଖବର । ଜିଏସଟି କାଉନସିଲର ସୁପାରିଶ କ୍ରମେ କେନ୍ଦ୍ର ଅର୍ଥମନ୍ତ୍ରାଳୟ ଅଧିନସ୍ଥ ସେଣ୍ଟ୍ରାଲ ବୋର୍ଡ ଅଫ ଇନ-ଡାଇରେକ୍ଟ ଟାକ୍ସେସ ଏଣ୍ଡ କଷ୍ଟମ୍ସ ପକ୍ଷରୁ ଏପ୍ରିଲ ମାସ ପାଇଁ ଜିଏସଟି ଫାଇଲିଂ ଶେଷ ତାରିଖ ଜୁନ ୨୦କୁ ବୃଦ୍ଧି କରାଯାଇଛି । ଏଥିପାଇଁ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ । ଏହି ସୁବିଧା ବାତ୍ୟା ପ୍ରଭାବିତ ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଜଗତସିଂପୁର, କେନ୍ଦ୍ରାପଡା, ଗଞ୍ଜାମ,କେନ୍ଦୁଝର, ମୟୁରଭଞ୍ଜ ଓ ନୟାଗଡ଼ ଜିଲ୍ଲା ରେ ଥିବା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାମାନଙ୍କ ପାଇଁ ଲାଗୁ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe