ବିଧାନସଭାରେ ଉଠିଲା ଚୁଡ଼ା, ମୁଢ଼ିରେ ଜିଏସଟି ପ୍ରସଙ୍ଗ: କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ

ପ୍ରଶ୍ନକାଳରେ ଉଠିଲା ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି

ଭୁବନେଶ୍ବର: ଆଜି ବିଧାନସଭାରେ ଉଠିଲା ଚୁଡ଼ା, ମୁଢ଼ି ଇତ୍ୟାଦି ରେ ଲାଗିଥିବା ଜିଏସଟି ପ୍ରସଙ୍ଗ। ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଯଦି କେନ୍ଦ୍ର ସରକାର ଚୁଡ଼ା, ମୁଢ଼ି ଇତ୍ୟାଦି ଉପରେ ଜିଏସଟି ଲଗାଉଛନ୍ତି, ତେବେ ରାଜ୍ୟ ସରକାର ଏହାକୁ ଓଡ଼ିଶାରେ ଲଗାନ୍ତୁ ନାହିଁ। ଏଥି ସହ ଯଦି ଲାଗୁ କରିବେ ତେବେ ସରକାର ନିଜ ତାହାକୁ ବହନ କରନ୍ତୁ ବୋଲି ଦାବି କରିଛନ୍ତି ବିଧାୟକ। ଚୁଡା, ମୁଢ଼ି, ଉଖୁଡ଼ା, ଘିଅ ଓ ଲହୁଣିରୁ ଜିଏସଟି ପ୍ରତ୍ୟାହାର ହେଉ। କେନ୍ଦ୍ରକୁ ଭେଟିବାକୁ ବି ପରାମର୍ଶ ଦେଇଛନ୍ତି ବିଧାୟକ ସୁରେଶ ରାଉତରାୟ।
ଏଣେ ଶାସକ ଦଳ ବିଧାୟକ ଅମର ପ୍ରସାଦ ଶତପଥୀ ମଧ୍ୟ ସମାନ ପ୍ରସଙ୍ଗ ଉଠାଇ କହିଛନ୍ତି,ଏହା ଦ୍ୱାରା ଗରିବଲୋକେ ହଇରାଣ ହେବେ। ଆମ ଅର୍ଥ ମନ୍ତ୍ରୀ ଏହା ଉପରେ ମନ୍ତବ୍ୟ ରଖନ୍ତୁ। ଏଥିରେ ଜିଏସଟି ପରିଷଦ ରାଜ୍ୟର ସହମତି ନେଇଛି କି ବୋଲି ବି ପ୍ରଶ୍ନ କରିଛନ୍ତି ଅମର ପ୍ରସାଦ ଶତପଥୀ।
ଏହାର ଉତ୍ତରରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, ଯେ ଜିଏସଟି ଉପରେ ରାଜ୍ୟ ସରକାର କିଛି କରିପାରିବେ ନାହିଁ। ଏବଂ ଏହି ଜିଏସଟି କେବଳ କମ୍ପାନିମାନଙ୍କରେ ହେଉଥିବା ପକେଟ୍ ଉପରେ ଲାଗୁହେବ। ଗ୍ରାମାଞ୍ଚଳରେ ବିକ୍ରି ହେଉଥିବା ଖୁଚୁରା ବ୍ୟବସାୟ କିମ୍ବା ଗ୍ରାହକଙ୍କ ଉପରେ ଏହାର ପ୍ରଭାବ ପଡ଼ିବନି।
ଗୃହର ଶୂନ୍ୟକାଳରେ ମୁଢ଼ି, ଚୁଡ଼ା ଇତ୍ୟାଦି ଉପରେ ଲାଗିଥିବା ଜିଏସଟି ନେଇ ହୋହଲ୍ଲା ହୋଇଥିଲା। ଗୃହର ମଧ୍ୟଭାଗରେ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିବା ପରେ ଗୃହକୁ ୧୦ମିନିଟ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି। ପରେ ଅବସ୍ଥା ନ ବଦଳିବାରୁ ଗୃହକୁ ପୁଣି ଅପରାହ୍ଣ ୪ଘଟିକା ଯାଏ ମୁଲତବୀ ଘୋଷଣା କଲେ ବାଚସ୍ପତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe