କେନ୍ଦୁପତ୍ରରୁ ୧୮% ଜିଏସଟି ପ୍ରତ୍ୟାହାର ନେଇ ସଂସଦରେ ଦାବି କଲେ ରାଜ୍ୟସଭା ସାଂସଦ

Advertisment
କେନ୍ଦୁପତ୍ରରୁ ୧୮% ଜିଏସଟି ପ୍ରତ୍ୟାହାର ନେଇ ସଂସଦରେ ଦାବି କଲେ ରାଜ୍ୟସଭା ସାଂସଦ

ପାଟଣାଗଡ଼: ନିକଟରେ ପଦ୍ମପୁର ଉପନିର୍ବାଚନ ରେ କେନ୍ଦୁପତ୍ରରେ କେନ୍ଦ୍ର ସରକାର ୧୮ ପ୍ରତିଶତ ଜିଏସଟି ଲଗାଇଥିବା ନେଇ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେଡିର ବହୁ ନେତା କହିଥିଲେ। ତେବେ ଏହାକୁ ପ୍ରତ୍ୟାହାର କରିବା ନେଇ ଶୁକ୍ରବାର ରାଜ୍ୟସଭାରେ ସାଂସଦ ନିରଞ୍ଜନ ବିଶି ଦାବି କରିଥିବା ଜଣାପଡିଛି।

କେନ୍ଦୁପତ୍ର କୁ ନେଇ ବିଭିନ୍ନ ସମୟରେ ଆନ୍ଦୋଳନ ତଥା ଦାବି କରା ଯାଉଥିବା ବେଳେ ଏବେ କେନ୍ଦୁ ପତ୍ରରେ କେନ୍ଦ୍ର ସରକାର ୧୮ ପ୍ରତିଶତ ଜିଏସଟି ଲଗାଇଥିବା ନେଇ ଶାସକ ବିଜେଡି ଓ ବିରୋଧୀ ବିଜେପି ମଧ୍ୟରେ କାଦୁଅ ଫିଙ୍ଗା ରାଜନିତି ଦେଖିବାକୁ ମିଳିଥିଲା ସଦ୍ୟ ସରିଥିବା ପଦ୍ମପୁର ଉପ ନିର୍ବାଚନ ସମୟରେ। ପଦ୍ମପୁର ଉପ ନିର୍ବାଚନରେ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ନିର୍ବାଚନୀ ସଭା ଗୁଡିକରେ ଶାସକ ଦଳର ନେତା ମାନେ ଲୋକଙ୍କୁ ତଥା କେନ୍ଦୁପତ୍ର ତୋଳାଳିଙ୍କୁ ଜଣାଇଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପଦ୍ମପୁର, ଝରବନ୍ଧ ଓ ପାଇକମାଲ ନିର୍ବାଚନୀ ସଭାରେ କେନ୍ଦ୍ର ସରକାର କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସଟି ଲଗାଉଥିବା ନେଇ କହିଥିଲେ। ତେବେ ଏହା ବର୍ତ୍ତମାନ ସଂସଦରେ ପଡିଥିବା ଜଣାପଡିଛି।

କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ, ଅସ୍ଥାୟୀ କର୍ମଚାରୀ ସମ୍ପର୍କରେ କହିବା ସହ କେନ୍ଦୁପତ୍ର ରେ ୧୮ ପ୍ରତିଶତ ଜିଏସଟି ପ୍ରତ୍ୟାହାର କରିବା ନେଇ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଦାବି କରିଛନ୍ତି। ତାଙ୍କ ଦାବୀ ଅନୁଯାୟୀ, ଓଡିଶାରେ ୮ ଲକ୍ଷ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ, ଅସ୍ଥାୟୀ କର୍ମଚାରୀ କାମ କରୁଥିବା ବେଳେ ସେଥିରେ ପ୍ରାୟତ ଗରିବ ଓ ଆଦିବାସୀ ସମାଜର ଲୋକେ ଅଛନ୍ତି। ଏଥିରୁ ଲୋକେ ନିଜ ପରିବାର ପ୍ରତିପୋଷଣ କରିଥାନ୍ତି। ଅପର ପକ୍ଷରେ ୨୦୦୬ ଜଙ୍ଗଲ ଜମି ଅଧିକାର ସ୍ବିକ୍ରୁତି ଆଇନ ଅନୁଯାୟୀ କେନ୍ଦୁପତ୍ର ଲଘୁ ଜଙ୍ଗଲ ଜାତ ଦ୍ରବ୍ଯ ଓ ଏହାର ସଂଗ୍ରହ ଓ ବିକ୍ରୟ ଆଦିବାସୀଙ୍କ ଅଧିକାର ରହିଛି। କେନ୍ଦୁପତ୍ର ରେ ୧୮ ପ୍ରତିଶତ ଜିଏସଟି ଲଗା ଯାଇଥିବାରୁ ତୋଳାଲୀ, ବନ୍ଧାଳୀ, ଅସ୍ଥାୟୀ କର୍ମଚାରୀ ଓ ଓଡିଶା ରାଜ୍ୟ ଭାବେ କ୍ଷତିଗ୍ରସ୍ତ ହେଉଛନ୍ତି। ତେଣୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ନେଇ ଦାବୀ କରିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe