ତାଳଚେରର ଦୁଇ ବ୍ୟବସାୟୀଙ୍କ ଘରେ ଜିଏସଟି ଚଢ଼ଉ

Advertisment
୫ହଜାର କୋଟିର ଜିଏସ୍‌ଟି ଫାଙ୍କି

The Economic Times

ଭୁବନେଶ୍ବର: ତାଳଚେରର ଦୁଇ କୋଇଲା ବ୍ୟବସାୟୀଙ୍କ ଘରେ ଜିଏସଟି ଚଢ଼ଉ ଚାଲିଛି। ଦୁଇ ବ୍ୟବସାୟୀ ମହେନ୍ଦ୍ର ବେହେରା ଓ ରାଜେନ୍ଦ୍ର ବେହେରାଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଚଢ଼ଉ ଜାରି ରଖିଛି ଜିଏସଟି ଟିମ୍। ୨୫ ଜଣିଆ ଜିଏସଟି ଟିମର ଚଢ଼ାଉ ଚାଲିଛି।
ମା ହିଙ୍ଗୁଳା ଟ୍ରାନ୍ସପୋର୍ଟ ଏବଂ ହିଙ୍ଗୁଳା ଟ୍ରେଡର୍ସରେ ଚଢ଼ାଉ ଜାରି ରହିଛି। ଦୁଇ ଭାଇ ମହେନ୍ଦ୍ର ଓ ରାଜେନ୍ଦ୍ରଙ୍କ ବାସଭବନ ଓ ଅଫିସରେ ଛାପା ମାରିଛି ଜିଏସଟି। ତାଳଚେର ସମେତ ଭୁବନେଶ୍ବର ଓ ଢେଙ୍କାନାଳରେ ଥିବା ବାସଭବନ, ବ୍ୟାବସାୟିକ ପ୍ରତିଷ୍ଠାନ ଓ କାର୍ଯ୍ୟାଳୟରେ ଚଢ଼ଉ ଚାଲିଛି। ଢେଙ୍କାନାଳ ଓ ତାଳଚେରରେ ଥିବା ମହେନ୍ଦ୍ରଙ୍କ ୪ଟି ବ୍ୟାବସାୟିକ ପ୍ରତିଷ୍ଠାନରେ ଚଢ଼ଉ ଚାଲିଛି।

ଭୁବନେଶ୍ୱର ଜିଏସଟି ପକ୍ଷରୁ ରାଜଧାନୀର ସୈନିକ ସ୍କୁଲ ଗଭର୍ଣ୍ଣମେଣ୍ଟ କଲୋନି ନିକଟରେ ଥିବା ଆପାର୍ଟମେଣ୍ଟରେ ଥିବା ମହେନ୍ଦ୍ରଙ୍କ ଏକ ଫ୍ଲାଟରେ ଚଢ଼ଉ କରାଯାଇଛି। ଏହାଛଡ଼ା କଟକ ଜିଏସଟି ପକ୍ଷରୁ ତାଳଚେର ହାଣ୍ଡିଧୁଆ ଛକରେ ଥିବା ଏକ କ୍ରସରରେ ଚଢ଼ଉ କରାଯାଇଛି। ତାଙ୍କର ଆୟ ଓ ୱେବସାଇଟରେ ଫାଇଲ ହୋଇଥିବା ଜିଏସଟି ତଥ୍ୟରେ ତାଳମେଳ ନଥିବାରୁ ଏହି ଚଢ଼ଉ କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe