ବୌଦ୍ଧ: ବୁଧବାର ସକାଳୁ ସମ୍ବଲପୁରରୁ ଆସିଥିବା ୧୦ ଜଣିଆ ଜିଏସ୍ଟି ଟିମ୍ ବୌଦ୍ଧ ଗାନ୍ଧୀ ଛକସ୍ଥିତ ଗୋପାଳଜୀ ହାର୍ଡଓୟାର ଦୋକାନରେ ଅତର୍କିତ ଚଢ଼ଉ କରିଥିଲା। ଉକ୍ତ ଦୋକାନ ମାଲିକ ଗଜାନନ ଅଗ୍ରୱାଲଙ୍କ ଆଉ ଏକ ଦୋକାନ, ବାଲାଜୀ ଷ୍ଟୋର ସହ ଘର ଓ ଗମ୍ଭାରୀପଦରସ୍ଥିତ ଗୋଦାମ ଉପରେ ମଧ୍ୟ ଏକକାଳୀନ ଚଢ଼ଉ କରିଥିବା ଜଣାପଡ଼ିଛି। ଜିଏସ୍ଟି ଠକେଇ ନେଇ ଅଭିଯୋଗ ଆଧାରରେ ସମ୍ବଲପୁରରୁ ଆସିଥିବା ସ୍ଵତନ୍ତ୍ର ଏନ୍ଫୋର୍ସମେଣ୍ଟ ଟିମ୍ ଏହି ଚଢ଼ଉ କରି ଆବଶ୍ୟକ କାଗଜପତ୍ର ଯାଂଚ ଜାରି ରଖିଥିବା ଜଣାପଡ଼ିଛି। କିନ୍ତୁ ଏନେଇ ଉକ୍ତ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ଖବର ଲେଖାଯିବା ପର୍ଯ୍ୟନ୍ତ ଚଢ଼ଉ ଜାରି ରହିଥିଲା।
ହାର୍ଡଓୟାର ଦୋକାନରେ ଜିଏସ୍ଟି ଚଢ଼ଉ
Advertisment
Follow Us