ବରପାଲି କୃଷ୍ଣଚନ୍ଦ୍ର ମେହେର ଦୋକାନରେ ଜିଏସ୍‌ଟି ଚଢ଼ଉ

Advertisment
ବରପାଲି କୃଷ୍ଣଚନ୍ଦ୍ର ମେହେର ଦୋକାନରେ ଜିଏସ୍‌ଟି ଚଢ଼ଉ

ବରପାଲି : ବରପାଲିଠାରେ ଥିବା ପ୍ରତିଷ୍ଠିତ ଶ୍ରୀକୃଷ୍ଣ ଶାଢ଼ି କେନ୍ଦ୍ର, ଶ୍ରୀକୃଷ୍ଣ ବସ୍ତ୍ରାଳୟ, ଶ୍ରୀକୃଷ୍ଣ ଗାର୍ମେଣ୍ଟ, ଶ୍ରୀକୃଷ୍ଣ ସେଣ୍ଟର ଓ ଏମାନଙ୍କ ମାଲିକଙ୍କ ଘରେ ସିଟି ଏବଂ ଜିଏସ୍‌ଟି ବିଭାଗ ପକ୍ଷରୁ ଚଢ଼ଉ ଜାରି ରହିଛି। ଏଥିରେ ବରଗଡ଼ ଆୟକର ବିଭାଗର ଡେପୁଟି କମିସନର ରଜନୀକାନ୍ତ ସେଠ, ସମ୍ବଲପୁର ଡେପୁଟି କମିସନର ସୁବୋଧ ପଣ୍ଡା, କମର୍ସିଆଲ ଟେକ୍ସ ଅଫିସର ଦିନେଶ ବାଗ, ଶୁଭ୍ରଜିତ ଦାଶ, ଆଶିଷ ଦାଶ, ଅମୃତସାଗର ଭୋଇ, ଲକ୍ଷ୍ମୀ ମେହେର, ଶେଖର ସାହୁ, ସୁନୀଲ ପାଣିଗ୍ରାହୀ, ସୁରଞ୍ଜନ ସାଗର, ଅଶ୍ବିନୀ ପାଢ଼ୀ, ବିଜୟ ମହାଳି, ଅତିରିକ୍ତ କମର୍ସିଆଲ ଟେକ୍ସ ଅଫିସର ଶିବଶଙ୍କର ବାରିକ, ଜଗଦୀଶ ସାହୁ, କରନ ସୁରେନ ପ୍ରମୁଖଙ୍କ ଉପସ୍ଥିତିରେ ଗୁରୁବାର ପୂର୍ବାହ୍ନ ୧୦ଟାରୁ ଚଢ଼ଉ କରାଯାଉଛି।

ଚଢ଼ଉ ସମୟରେ ଦୋକାନର ସମସ୍ତ କାଗଜପତ୍ର, ବିକ୍ରି କରାଯାଇଥିବା ରସିଦ, ଷ୍ଟକ୍‌ ସାମଗ୍ରୀର ଆକଳନ ଆଦି ତନଖି କରାଯାଉଛି। ସମସ୍ତ ତଦନ୍ତ ସରିବା ପରେ ପ୍ରକୃତ ତଥ୍ୟ ପ୍ରଦାନ କରାଯିବ ବୋଲି ଜିଲ୍ଲା ଡେପୁଟି କମିସନର ଶ୍ରୀ ସେଠ୍‌ ସୂଚନା ଦେଇଛନ୍ତି। ଏହି ଚଢ଼ଉରେ ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ାର ୨୫ ଜଣ ବିଭାଗୀୟ ଅଧିକାରୀଙ୍କ ସମେତ ୨୫ ଜଣ ପୁଲିସ କର୍ମଚାରୀ ସାମିଲ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe