ଜୁନାଗଡ଼ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ତାଳବନ୍ଧପଡ଼ାସ୍ଥିତ ରାହୁଲ ଆଣ୍ଡ କୋ କପଡ଼ା ଗୋଦାମରେ ବୁଧବାର ଜିଏସ୍ଟି ଚଢ଼ଉ ହୋଇଛି। ରାଜ୍ୟ ଜିଏସ୍ଟି କମିସନରଙ୍କ ନିର୍ଦେଶରେ ଦିନ ୧୧ଟାରୁ ସନ୍ଧ୍ୟା ୬ଟା ଯାଏ ଜିଏସ୍ଟି ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍ ଦ୍ୱାରା ଚଢ଼ଉ ହୋଇଥିଲା। କଳାହାଣ୍ଡି ସିଟି ଓ ଜିଏସ୍ଟି ଡେପୁଟି କମିସନର ସମୀର ମାଝୀଙ୍କ ନେତୃତ୍ୱରେ ହୋଇଥିବା ଚଢ଼ଉରେ ଜିଏସ୍ଟି ଅଧିକାରୀ ନୀଳାଦ୍ରି ଦାଢ଼ିଆ, ପାରେଶ୍ୱର ସାହୁ, ଅତିରିକ୍ତ ଜିଏସ୍ଟି ଅଧିକାରୀ ହରେକୃଷ୍ଣ ସାହୁ, ଭବାନୀ ପଟେଲ, ସହକାରୀ ଜିଏସ୍ଟି ଅଧିକାରୀ ଟଙ୍କଧର ସାହୁ, ସୁଧାଂଶୁ ବେହେରା, ନୈମିଶ ସାହୁ, ଅତିରିକ୍ତ ଜିଏସ୍ଟି ଅଧିକାରୀ ଏମ୍ଡି ଆଜରୁଦ୍ଧିନ, ଧରଣୀଧର ପୁରୋହିତ, ଶ୍ରୀକାନ୍ତ ପଣ୍ଡା ପ୍ରମୁଖ ସାମିଲ ଥିଲେ।
ଏ ସଂପର୍କରେ ଡେପୁଟି କମିସନର ଶ୍ରୀ ମାଝୀଙ୍କୁ ପଚାରିବାରୁ କହିଥିଲେ, ବର୍ତ୍ତମାନ ସୁଦ୍ଧା ତଦନ୍ତ ସରିନାହିଁ। ଅନେକ ଗୁରତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯିବା ସହ ପ୍ରୋପ୍ରାଇଟର ନଭଲ ଅଗ୍ରୱାଲଙ୍କୁ ସମନ ଜାରି କରାଯାଇଛି। ଆସନ୍ତା ତିନି ଦିନ ମଧ୍ୟରେ ଅଫିସରେ ଉପସ୍ଥିତ ହୋଇ ପକ୍ଷ ରଖିବାକୁ ତାଙ୍କୁ ନିର୍ଦେଶ ଦିଆଯାଇଛି ବୋଲି ସେ କହିଥିଲେ।
Follow Us