India TV
କଟକ : ଜିଏସ୍ଟି ପରିଷଦ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଜିଏସ୍ଟି ଆଇନ୍ ପ୍ରଣୟନ ପରଠୁ ନଭେମ୍ବର ୨୦୧୯ ମଧ୍ୟରେ ବାକିଥିବା ଜିଏସ୍ଟିଆର୍ ୧ ରିଟର୍ଣ୍ଣ ଦାଖଲ ନିମନ୍ତେ ସରକାର ବିଳମ୍ବ ଶୁଳ୍କ ଛାଡ଼ କରିଛନ୍ତି। ଚଳିତ ବର୍ଷ ଜାନୁଆରି ୧୦ ତାରିଖ ସୁଦ୍ଧା ରିଟର୍ଣ୍ଣ ଦାଖଲ କଲେ ଏହି ଛାଡ଼ ମିଳିବ। ୧୦ ତାରିଖ ପରେ ରିଟର୍ଣ୍ଣ ଦାଖଲ କଲେ ବିଳମ୍ବ ଶୁଳ୍କ ଦେବାକୁ ପଡ଼ିବ ବୋଲି ବାଣିଜ୍ୟକର ଏବ˚ ଦ୍ରବ୍ୟ ଓ ସେବାକର ଆୟୁକ୍ତଙ୍କ ପକ୍ଷରୁ ଜାରି ହୋଇଥିବା ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ସେହିପରି ଯେକୌଣସି ଦୁଇଟି ଟିକସ ଅବଧି ପାଇଁ ଜାନୁଆରି ୧୦ ତାରିଖ ପରେ ଯେଉଁ ଟିକସଦାତା ଜିଏସ୍ଟିଆର ୧ ଦାଖଲ କରିବାରେ ବିଫଳ ହେବେ ସେମାନଙ୍କୁ ଇ-େଓ୍ଵବିଲ୍ ବାହାର କରିବାର ସୁବିଧା ବନ୍ଦ କରିଦିଆଯିବ ବୋଲି କୁହାଯାଇଛି।
୨୦୧୯ ଅକ୍ଟୋବର ଓ ନଭେମ୍ବର ମାସର ଟିକସ ଅବଧି ପାଇଁ ଜିଏସ୍ଟିଆର ୩ ବି ରିଟର୍ଣ୍ଣ ଦାଖଲ କରିବାରେ ଖିଲାପ ଯୋଗୁଁ ୩୮୦୨୬ ଜଣ ଟିକସଦାତାଙ୍କ ଇ-େଵବିଲ୍ ବହାର କରିବା ବ୍ୟବସ୍ଥା ବନ୍ଦ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୬୪୭ ଜଣ ଟିକସଦାତା ସେମାନଙ୍କ ବକେୟା ରିଟର୍ଣ୍ଣ ଦାଖଲ କରିଛନ୍ତି ଓ ସେମାନଙ୍କ ଇ-େଵବିଲ୍ ବାହାର କରିବା ସୁବିଧାକୁ ପୁନଃ ପ୍ରଚଳନ କରାଯାଇଛି। ନିଜ ବ୍ୟବସାୟର ସୁପରିଚାଳନା ନିମନ୍ତେ ଟିକସଦାତାମାନେ ଏହି ଏକକାଳୀନ ବିଳମ୍ବ ଶୁକ୍ଳ ଛାଡ଼ ବ୍ୟବସ୍ଥାର ସୁଯୋଗ ନେବା ପାଇଁ ୨୦୧୭ ଜୁଲାଇ ମାସଠାରୁ ୨୦୧୯ ନଭେମ୍ବର ମାସ ପର୍ଯ୍ୟନ୍ତ ବାକିଥିବା ଜିଏସ୍ଟିଆର ୧ ରିଟର୍ଣ୍ଣଗୁଡ଼ିକୁ ଜାନୁଆରି ୧୦ ତାରିଖ ସୁଦ୍ଧା ଦାଖଲ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।
Follow Us