ପୁରୀ : ଜ୍ୟେଷ୍ଠ ଶୁକ୍ଳ ପକ୍ଷ ଦ୍ବାଦଶୀ ତିଥିରେ ଆଜି ଶ୍ରୀମନ୍ଦିରରେ ଚମ୍ପକ ଦ୍ବାଦଶୀ ନୀତି ପାଳିତ ହୋଇଛି। ଏହି ଅବସରରେ ନବବିବାହିତ ମହାପ୍ରଭୁ ଗୁଆଲି ଯାତ୍ରା କରିଛନ୍ତି। ସାହି ଗଳିକନ୍ଦି ବୁଲିବା ସମୟରେ ମହାପ୍ରଭୁଙ୍କଠାରେ ପଞ୍ଚିଗିରାଶି(ପନ୍ତି ଭୋଗ) ଲାଗି କରାଯାଇଛି। ଚମ୍ପା ଫୁଲ ସହ ଅନ୍ୟାନ୍ୟ ଧଳା ଫୁଲରେ ସଜେଇ ହୋଇ ମହାପ୍ରଭୁ ୭ ସାହି ୪୨ ଗଳି ବୁଲିଥିଲେ। ପରମ୍ପରା ଅନୁଯାୟୀ, ସନ୍ଧ୍ୟା ଧୂପ ପରେ ନବବିବାହିତ ଦେବ ଦମ୍ପତିଙ୍କୁ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଶ୍ରୀମନ୍ଦିରରୁ ଶ୍ରୀନଅର ପର୍ଯ୍ୟନ୍ତ ଶୋଭାଯାତ୍ରାରେ ନିଆଯାଇଥିଲା। ସେଠାରେ ମହାରାଣୀ ବନ୍ଦାପନା ଓ ପ୍ରସ୍ତୁତ ସ୍ବତନ୍ତ୍ର ଭୋଗ ମଣୋହି କରିଥିଲେ। ପରେ ଦେବ ଦମ୍ପତିଙ୍କୁ ଭକ୍ତ ଓ ସେବାୟତମାନେ ସହର ପରିକ୍ରମା କରାଇଥିଲେ। ସାହି ପରିକ୍ରମା ପରେ ନଗର ପରିକ୍ରମାରେ ଯାଇଥିବା ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ରାତିରେ ଶ୍ରୀମନ୍ଦିର ବିଜେ କରିଥିଲେ। ଏ ନେଇ ଆଜି ସ୍ବତନ୍ତ୍ର ନୀତି ପ୍ରସ୍ତୁତ ହୋଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us