Guard of honour given to the mortal remains of former Union Minister Devendra Pradhan Photograph: (sambad.in)
ଭୁବନେଶ୍ଵର: ଓଡ଼ିଶାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପାର୍ଥିବ ଶରୀର ପହଞ୍ଚିଛି । ଏୟାର ଇଣ୍ଡିଆର ବିମାନ ଯୋଗେ ମରଶରୀର ନୂଆଦିଲ୍ଲୀରୁ ଭୁବନେଶ୍ଵର ବିମାନବନ୍ଦରକୁ ଅଣାଯାଇଛି । ବିମାନବନ୍ଦରରେ ମରଶରୀରକୁ ଗାର୍ଡ ଅଫ୍ ଅନର ଦିଆଯାଇଛି ।
ଗାର୍ଡ ଅଫ୍ ଅନର ଦିଆଯିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବିମାନବନ୍ଦରରେ ଦେବେନ୍ଦ୍ରଙ୍କୁ ଶେଷ ଥର ପାଇଁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା।
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବିମାନ ବନ୍ଦରରେ ପହଞ୍ଚିଥିଲେ। ବିଭିନ୍ନ ଦଳର ରାଜନେତା ବିମାନ ବନ୍ଦରରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି। ପୁଲିସ ମହାନିର୍ଦ୍ଦେଶକ ଓ ମୁଖ୍ୟ ଶାସନ ସଚିବ ମଧ୍ୟ ଉପସ୍ଥିତ ଥିଲେ।
ଅଧିକ ପଢ଼ନ୍ତୁ: ରାଜ୍ୟରେ ପ୍ରଶାସନିକ ଅଧିକାରୀଙ୍କ ଘୋର ଅଭାବ: ୬୭ ଆଇଏଏସ୍, ୬୯ ଆଇପିଏସ୍, ୨୫୩ ଓଏଏସ୍ ପଦବୀ ଖାଲି
ଭୁବନେଶ୍ଵର ବିମାନବନ୍ଦରରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ମରଶରୀରକୁ ସିଧା ଦଳୀୟ କାର୍ଯ୍ୟାଳୟକୁ ନିଆଯିବ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ନେତା ଓ କର୍ମୀ ଦେବେନ୍ଦ୍ର ପ୍ରଧାନଙ୍କ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ସେଠାରୁ ଦେବେନ୍ଦ୍ରଙ୍କ ମରଶରୀରକୁ ଚନ୍ଦ୍ରଶେଖରପୁର ସ୍ଥିତ ବାସଭବନକୁ ନିଆଯିବ ।
ସେଠାରେ ସାଧାରଣ ଜନତା ଦେବେନ୍ଦ୍ରଙ୍କ ପାର୍ଥିବ ଶରୀର ଦର୍ଶନ କରିବେ । ଏହାପରେ ଆସନ୍ତାକାଲି ପୁରୀ ସ୍ଵର୍ଗଦ୍ଵାର ନିଆଯାଇ ଦେବେନ୍ଦ୍ର ପ୍ରଧାନଙ୍କ ଶେଷକୃତ୍ୟ କରାଯିବ ବୋଲି ସୂଚନା ମିଳିଛି ।
ଅଧିକ ପଢ଼ନ୍ତୁ: ବିଧବା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ବିଫଳ ହେବାରୁ କଇଁଚିରେ ଚୁଟି କାଟିଲେ: ଦଣ୍ଡ ବିଧାନ ବଦଳରେ ଆପୋଷ ବୁଝାମଣା ଉଦ୍ୟମ ଅଭିଯୋଗ
Follow Us