ବିଧାନସଭା ପରିସରରେ ବିଜୟଶ୍ରୀଙ୍କୁ ଗାର୍ଡ ଅଫ ଅନର

ବିଧାନସଭା ପରିସରରେ ବିଜୟଶ୍ରୀଙ୍କୁ ଗାର୍ଡ ଅଫ ଅନର

ଭୁବନେଶ୍ବର :  ଓଡ଼ିଶା ବିଧାନସଭା ପରିସରରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡ଼ି ନେତା ବିଜୟଶ୍ରୀ ରାଉତରାୟଙ୍କୁ ଗାର୍ଡ ଅଫ ଅନର ଦିଆଯ଼ାଇଛି । ବାତସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ସମେତ ବହୁ ନେତା ଓ କର୍ମୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହା ପରେ ତାଙ୍କ ମରଶରୀରକୁ ଜନ୍ମମାଟି ଭଦ୍ରକ ଜିଲ୍ଲା ବାସୁଦେବପୁରକୁ ନିଆଯ଼ାଉଛି । ସେଠାରେ ତାଙ୍କ ମରଶରୀରକୁ ସାରାଧଣ ଲୋକଙ୍କ ଶେଷ ଦର୍ଶନ ପାଇଁ ରଖାଯ଼ିବ ।

ଗତକାଲି ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ତାଙ୍କର ପରଲୋକ ହୋଇଥିଲା । ମେ’ ପ୍ରଥମ ସପ୍ତାହରେ ଶ୍ରୀ ରାଉତରାୟ କରୋନାରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହୋଇଥିଲେ। ‌ଚିକିତ୍ସା ପରେ ସେ କରୋନାରୁ ମୁକ୍ତ ହୋଇଥିଲେ। କିନ୍ତୁ କରୋନା ପରବର୍ତ୍ତୀ ଜଟିଳତା ଯୋଗୁ ଏକ ଡାକ୍ତରୀ ଦଳ ତତ୍ତ୍ବାବଧାନରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ବୁଧବାର ସକାଳୁ ଦେହ ଅଧିକ ଖରାପ ହୋଇଯାଇଥିଲା। ଡାକ୍ତରମାନଙ୍କ ସମସ୍ତ ଚେଷ୍ଟା ସତ୍ତ୍ବେ ତାଙ୍କ ରକ୍ତଚାପ ନିୟନ୍ତ୍ରଣକୁ ଆସିପାରି ନ ଥିଲା ବୋଲି ସାନ ପୁଅ ତଥା ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅପରାହ୍ନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe