ରାଜଗାଙ୍ଗପୁର ଷ୍ଟାଡିୟମରେ ସହିଦ ପ୍ରଦୀପ ପଣ୍ଡାଙ୍କୁ ଦିଆଗଲା ଗାର୍ଡ ଅଫ୍‌ ଅନର

ରାଜଗାଙ୍ଗପୁର ଷ୍ଟାଡିୟମରେ ସହିଦ ପ୍ରଦୀପ ପଣ୍ଡାଙ୍କୁ ଦିଆଗଲା ଗାର୍ଡ ଅଫ୍‌ ଅନର

ସୁନ୍ଦରଗଡ଼: ଜମ୍ମୁଓ କଶ୍ମୀରର ଫୁଲଓ୍ଵାମା ଠାରେ ଆତଙ୍କବାଦୀଙ୍କ ଗୁଳିରେ ନିହତ ହୋଇଥିବା ସୁନ୍ଦରଗଡ଼ ମାଟିର ବୀର ସନ୍ତାନ ତଥା ସିଆରପିଏଫ ଜବାନ ସହିଦ ପ୍ରଦୀପ ପଣ୍ଡାଙ୍କ ମରଶରୀର ଆଜି ସକାଳ ଟାରେ ରାଜଗାଙ୍ଗପୁର ମିନିଷ୍ଟାଡିୟମରେ ପହଞ୍ଚିବା ପରେ ସହିଦଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଲୋକାରଣ୍ୟ ହୋଇ ଉଠିଛି ରାଜଗାଙ୍ଗପୁର ମିନିଷ୍ଟାଡିୟମ। ସହିଦ ପ୍ରଦୀପ ପଣ୍ଡା ଅମର ରହେ ଧ୍ୱନୀରେ ଗଗନ ପବନ ପ୍ରକମ୍ପିତ ହୋଇଛି। ହୃଦୟର କୋହ ଓ ଆଖିର ଲୁହରେ ଶହଶହ ଲୋକ ସହିତ ଶ୍ରୀ ପଣ୍ଡାଙ୍କୁ ଜଣାଇଛନ୍ତି ଅଶ୍ରୁଳ ବିଦାୟ। ପରିସ୍ଥିତି ଏମିତ ଲାଗୁଥିଲା ସତେ ଯେମିତି ନିଜ ବୀର ସନ୍ତାନଙ୍କୁ ହରାଇ ସମଗ୍ର ସୁନ୍ଦରଗଡ଼ ବାସୀ ଦୁଃଖରେ ଅଧୀର। ସମସ୍ତଙ୍କ ମୁହଁରେ ପ୍ରଦୀପଙ୍କ ବାହାଦୁରିର କଥା।

publive-image

ସହିଦ ପ୍ରଦୀପ ପଣ୍ଡାଙ୍କ ମରଶରୀର ମିନିଷ୍ଟାଡିୟମଠାରେ ପହଞ୍ଚିବା ପରେ ସେଠାରେ ସିଆରପିଏଫ ପକ୍ଷରୁ ତାଙ୍କୁ ଗାଁ ଅଫ୍‌ ଅନର ପ୍ରଦାନ କରାଯାଇଥିଲା। ସିଆରପିଏଫ ଡିଆଇଜି ବିକେ ଶର୍ମା, ସୁନ୍ଦରଗଡ଼ ଜିଲ୍ଲାପାଳ ଭିନିତ ଭରଦ୍ୱାଜ, ଏସପି ପୀନାକ ମିଶ୍ର ପ୍ରମୁଖ ସେଠାରେ ସହିଦ ଶ୍ରୀ ପଣ୍ଡାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ବିରାଟ ପଟୁଆରେରେ ଶ୍ରୀ ପଣ୍ଡାଙ୍କ ମରଶରୀରକୁ ନିଜ ଗାଁ ଲିପ୍‌୍‌ଲୋଇକୁ ନିଆଯାଇଛି।
ସୂଚନାଯୋଗ୍ୟ ଯେ ଗତ ୩୦ ତାରିଖ ଦିନ ଜମ୍ମୁ ଓ କଶ୍ମୀର ପୁଲଓ୍ଵାମା ଠାରେ ଆତଙ୍କବାଦୀଙ୍କ ସହିତ ଗୁଳି ମିନିମୟ ସମୟରେ ସିଆରପିଏଫ ଜବାନ ପଦୀପ ପଣ୍ଡା ସହିଦ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe