ଉପରମୁଣ୍ଡରେ ପ୍ରବଳ ବର୍ଷା : ଗୁଡାରି-ବଂଶଧାରା ପୋଲ ଧୋଇଗଲା

Advertisment
ଉପରମୁଣ୍ଡରେ ପ୍ରବଳ ବର୍ଷା : ଗୁଡାରି-ବଂଶଧାରା ପୋଲ ଧୋଇଗଲା

ଗୁଣପୁର : ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ରାୟଗଡା ଜିଲ୍ଲାର ଗୁଡାରୀ ବଂଶଧାରା ନଦୀ ମୁହାଣରେ ଥିବା ଅସ୍ଥାୟୀ ପୋଲ ସଂପୂର୍ଣ୍ଣ ଭାବେ ଧୋଇ ହୋଇଯାଇଛି। ଏଥିଯୋଗୁଁ ଗତକାଲି ରାତିରୁ ଗୁଡାରି ବ୍ଲକର ୪ଟି ପଞ୍ଚାୟତବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ପ୍ରକାଶ ଥାଉକି, ଗୁଡାରୀ ବଂଶଧାରା ନଦୀରେ ନିର୍ମାଣ ହେଉଥିବା ସ୍ଥାୟୀ ପୋଲ କାର୍ଯ୍ୟ ଶେଷ ହୋଇନଥିବାରୁ ପ୍ରତିବର୍ଷ ଡିସେମ୍ବର ମାସରେ ପ୍ରଶାସନ ପକ୍ଷରୁ କାଠ ପୋଲ ନିର୍ମାଣ କରାଯାଉଥିଲା। ବର୍ଷା ଆରମ୍ଭ ତଥା ଜୁନ୍‌ ଦ୍ୱିତୀୟ ସପ୍ତାହରେ ଏହି କାଠ ପୋଲ ହଟାଇ ଦିଆଯାଉଥିଲା। ତେବେ ଚଳିତ ବର୍ଷ କାଠ ପୋଲ ପରିବର୍ତେ ହ୍ୟୁମ ପାଇପ୍‌ ପକାଯାଇ ତା’ଉପରେ ମାଟି ଓ ମୋରମ୍‌ ଢଳା ଯାଇ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଥିଲା। ଗତ କିଛି ଦିନ ତଳେ ବର୍ଷା ଯୋଗୁଁ ଏହି ଅସ୍ଥାୟୀ ରାସ୍ତା ଧୋଇ ହୋଇଯାଇଥିଲା। ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମାଟି ପକାଇ ଏହି ରାସ୍ତାକୁ ମରାମତି କରାଯାଇଥିଲା। ତେବେ ଗତକାଲି ରାତିରେ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ଏହି ଅସ୍ଥାୟୀ ରାସ୍ତା ସଂପୂର୍ଣ୍ଣ ଭାବେ ଧୋଇ ହୋଇଯାଇଥିଲା। ଏହାଦ୍ୱାରା ଗୁଡାରି ବ୍ଲକର ମଧୁବନ, ପେଣ୍ଡିଲି, ଖାରିଗୁଡା ଓ କର୍ଲାଘାଟି ପଞ୍ଚାୟତବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅସ୍ଥାୟୀ ରାସ୍ତା ଧୋଇ ହୋଇଯିବାରୁ ୪ଟି ପଞ୍ଚାୟତର ଲୋକେ ଗୁଡାରି ବ୍ଲକ ସଦର ମହକୁମାକୁ ଯିବା ପାଇଁ ପଦ୍ମପୁର, ଗୁମୁଡା, ଓଡରି ଗାଁ, ନାଇରା ଦେଇ ୪୮କିଲୋମିଟର ଯାତ୍ରା କରୁଛନ୍ତି।

ଅନ୍ୟପଟେ ଗୁଡାରି-ବାଇନାଗୁଡା ପର୍ଯ୍ୟନ୍ତ ଚାଲିଥିବା ସ୍ଥାୀୟ ପୋଲ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିିଛି। ଚଳିତ ମାସ ଶେଷ ସୁଦ୍ଧା ଭାରୀ ଯାନ ବ୍ୟତୀତ ଅନ୍ୟ ସମସ୍ତ ଯାନବାହାନ ଏହି ପୋଲ ଦେଇ ଚଳାଚଳ କରିବାକୁ ଅନୁମତି ମିଳିବାର ସମ୍ଭାବନା ରହିଛି। ଖୁବ କମ୍‌ ସମୟ ମଧ୍ୟରେ ସ୍ଥାୟୀ ପୋଲ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ଲୋକାର୍ପଣ କରାଯିବା ନେଇ ଗୁଡାରି ଅଞ୍ଚଳବାସୀ ଆଶା ବାନ୍ଧିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe