ଗୁଡ୍ଡୁ ମୁସ୍‌ଲିମ୍‌ ଲିଙ୍କ୍‌! ବରଗଡ଼ ଆସିଥିଲେ ଉତ୍ତରପ୍ରଦେଶ ଏସ୍‌ଟିଏଫ୍‌

Advertisment

ସୋହେଲାରେ ଥିଲା ଡ୍ରାଇଭର

ସୋହେଲାରେ ଥିଲା ଡ୍ରାଇଭର

ଗୁଡ୍ଡୁ ମୁସ୍‌ଲିମ୍‌ ଲିଙ୍କ୍‌! ବରଗଡ଼ ଆସିଥିଲେ ଉତ୍ତରପ୍ରଦେଶ ଏସ୍‌ଟିଏଫ୍‌

ବରଗଡ଼ : ଗତକାଲି ଉତ୍ତରପ୍ରଦେଶର କୁଖ୍ୟାତ ଅପରାଧୀ ଗୁଡ୍ଡୁ ମୁସ୍‌ଲିମ୍‌ ପୁରୀ ଆସିଥିବା ଏବଂ ସେହି ରାଜ୍ୟର ଏସ୍‌ଟିଏଫ୍‌ ଚଢ଼ାଉ କରିବା ପୂର୍ବରୁ ଖସି ଯାଇଥିବା ନେଇ ଚର୍ଚ୍ଚା ହୋଇଥିଲା। ଆଜି ତା’ର ବରଗଡ଼ ଲିଙ୍କ୍‌ ସାମ୍ନାକୁ ଆସିଛି। ଗୁଡ୍ଡୁ ମୁସ୍‌ଲିମ୍‌ର ଡ୍ରାଇଭର ବରଗଡ଼ର ସୋହେଲାରେ ଥିବାବେଳେ ତାକୁ ଧରିବା ପାଇଁ ଏସ୍‌ଟିଏଫ୍‌ ଟିମ୍‌ ବରଗଡ଼ ଆସିଥିଲା। ବରଗଡ଼ ଆସିଥିବା ନେଇ ବି ସ୍ପଷ୍ଟ କରିଛନ୍ତି ଉତ୍ତରାଞ୍ଚଳ ଆଇଜି ଡା.ଦୀପକ କୁମାର।

ହସ୍ତଗତ ସୂଚନା ଅନୁସାରେ, ଗୁଡ୍ଡୁର ଘନି‌ଷ୍ଠ ଡ୍ରାଇଭର୍‌ ବରଗଡ଼ ଜିଲ୍ଲା ସୋହେଲାରେ କିଛିଦିନ ଧରି ଲୁଚିଥିଲା। ସୋହେଲା ଅଂଚଳରେ ରହୁଥିବା ରାଜା ଖାନ୍‌ ସହ ଏହି ଡ୍ରାଇଭର୍‌ ଜଣକର ଉତ୍ତମ ସଂପର୍କ ରହିଥିଲା। ଉତ୍ତରପ୍ରଦେଶର ଏସ୍‌ଟିଏଫ୍‌ ଟିମ୍‌ ସ୍ଥାନୀୟ ମସ୍‌ଜିଦ୍‌ରୁ ରାଜାକୁ ଉଠାଇ ନେଇଥିଲେ। ଗୁଡ୍ଡୁ ମୁସଲିମ୍‌ ନିଜ ଡ୍ରାଇଭର ସହାୟତାରେ ରାଜା ପାଖରେ ରହିଥିବା ଏସ୍‌ଟିଏଫ୍‌ ଅନୁମାନ କରୁଥିଲା। କିନ୍ତୁ, ଜେରାପରେ ରାଜାକୁ ଏସ୍‌ଟିଏଫ୍‌ ଛାଡ଼ି ଦେଇଥିଲା। ଏହାପରେ ଟିମ୍‌ ଉତ୍ତରପ୍ରଦେଶ ଫେରିଯାଇଥିଲା।
ରାଜା ଖାନ୍‌ ଲୁହୁରାଚଟିରେ ରହି ତନଖି ଫାଟକରେ ବାହାର ରାଜ୍ୟରୁ ଆସୁଥିବା ଭାରୀ ଯାନଗୁଡ଼ିକର ସେଲ୍‌ସ ଟ୍ୟାକ୍ସ ଫାଙ୍କିବା ସହ ଓଭରଲୋଡ୍‌ ପାସିଂ କରିବା କାମରେ ଲିପ୍ତ ଥିଲା। ଫଳରେ ରାଜାର ବାହାର ରାଜ୍ୟର ବଡ଼ ଟ୍ରାନ୍ସପୋର୍ଟ କମ୍ପାନି ସହ ସଂପର୍କ ଗଢ଼ି ଉଠିଥିଲା। ସୋହେଲାର ଲୁହୁରାଚଟି ଏବଂ ବରଗଡ଼ ଭଟଲି ଛକ ସ୍ଥିତ ନିଗମାନନ୍ଦ ବିହାର ପରି ବିଭିନ୍ନ ସ୍ଥାନରେ ରାଜାର ଘର ରହିଛି। ଉତ୍ତରପ୍ରଦେଶ ଏସ୍‌ଟିଏଫ୍‌ର ତନାଘନା ପରେ ଉକ୍ତ ଘରେ ତାଲା ପଡ଼ିଛି ଏବଂ ତା’ର ପରିବାର ଲୋକ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି।

ତେବେ, ଉତ୍ତରପ୍ରଦେଶ ଏସ୍‌ଟିଏଫ୍‌ ଚଢ଼ାଉ ସମ୍ପର୍କରେ ସ୍ଥାନୀୟ ପୁଲିସ ଅବଗତ ନଥିଲା। ଯଦି ରାଜାର ଆପରାଧିକ କାର୍ଯ୍ୟକଳାପ ଥିଲା, ତେବେ ସ୍ଥାନୀୟ ପୁଲିସ୍‌ ତାକୁ କାହିଁକି ପୂର୍ବରୁ ଗିରଫ କରିନଥିଲା ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ଏହି ଘଟଣା ପୁଲିସ୍‌ର ଦୁର୍ବଳତାକୁ ପଦା‌ରେ ପକାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe