୭୩ତମ ସାଧାରଣତନ୍ତ୍ର ଦିବସରେ କେଉଁଠାରେ କିଏ ଉଡାଇବେ ଜାତୀୟ ପତାକା, ନିଷ୍ପତ୍ତି ହେଲା ଚୂଡ଼ାନ୍ତ

Advertisment
୭୩ତମ ସାଧାରଣତନ୍ତ୍ର ଦିବସରେ କେଉଁଠାରେ କିଏ ଉଡାଇବେ ଜାତୀୟ ପତାକା, ନିଷ୍ପତ୍ତି ହେଲା ଚୂଡ଼ାନ୍ତ

ଭୁବନେଶ୍ୱର: ରାଜ୍ୟରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ଚାଲିଛି। କରୋନା ସଂକ୍ରମଣ ମଧ୍ୟରେ ଏଥର ରାଜ୍ୟବ୍ୟାପୀ ଗଣତନ୍ତ୍ର ଦିବସ ପାଳନ କରାଯିବ। ଭୁବନେଶ୍ୱରସ୍ଥିତ ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ପତାକା ଉତ୍ତୋଳନ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ବିଭିନ୍ନ ଜିଲ୍ଲା ଗୁଡ଼ିକରେ ମନ୍ତ୍ରୀ, ରାଜସ୍ୱ କମିସନର ଓ ଜିଲ୍ଲାପାଳ ମାନେ ପତାକା ଉତ୍ତୋଳନ କରିବେ।

ତେବେ ରାଜ୍ୟର କେଉଁ ଜିଲ୍ଲାରେ କିଏ ପତାକା ଉତ୍ତୋଳନ କରିବେ, ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି। ସମ୍ବଲପୁରରେ ଆୟୋଜିତ ଜିଲ୍ଲା ସ୍ତରୀୟ ପତାକା ଉତ୍ତୋଳନ ସମାରୋହରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଜାତୀୟ ପତାକା ଉତ୍ତୋଳନ କରିବେ। କଟକରେ ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ନୟାଗଡ଼ରେ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମୟୂରଭଂଜର ବାରିପଦାରେ ଖାଦ୍ୟ ଓ ଉପଭୋକ୍ତା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବରଗଡ଼ରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଅନୁଗୁଳରେ ପଞ୍ଚାୟତିରାଜ ଓ ନଗର ଉନ୍ନୟନ ପ୍ରତାପ ଜେନା ଓ ସୁବର୍ଣ୍ଣପୁରରେ କୃଷି ମନ୍ତ୍ରୀ ଅରୁଣ ସାହୁ ପତାକା ଉତ୍ତୋଳନ କରିବେ।

ସେହିପରି ସୁନ୍ଦରଗଡ଼ରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ, ଗଂଜାମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ମାଲକାନଗିରିରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସରକା, ରାୟଗଡ଼ାରେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ବାଲେଶ୍ୱରରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, କେନ୍ଦ୍ରାପଡ଼ାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ, ଜଗତସିଂହପୁରରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, କନ୍ଧମାଳର ଫୁଲବାଣୀ ଠାରେ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ପୁରୀରେ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ନବରଂଗପୁରରେ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଓ କୋରାପୁଟରେ କ୍ରୀଡ଼ା ଏବଂ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଜାତୀୟ ପତାକା ଉତ୍ତୋଳନ କରିବେ।

କନ୍ଧମାଳରେ ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିସନର, ରାଉରକେଲାରେ ଉତ୍ତରାଞ୍ଚଳ ରାଜସ୍ୱ କମିସନର ଓ ଖୋର୍ଦ୍ଧାରେ କେନ୍ଦ୍ରୀୟ ରାଜସ୍ୱ କମିସନର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ। ଅନ୍ୟପଟରେ ବଲାଙ୍ଗୀର, ଭଦ୍ରକ, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଜପତିର ପାରଳାଖେମୁଣ୍ଡି, ଯାଜପୁର, ଝାରସୁଗୁଡ଼ା ଓ କଳାହାଣ୍ଡିର ଭବାନୀପାଟଣାରେ ଜିଲ୍ଲାପାଳ ମାନେ ପତାକା ଉତ୍ତୋଳନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe