୨୦୨୦-୨୧ ବର୍ଷର ଯୁକ୍ତ ୩ ପ୍ରଥମ ବର୍ଷର ଦ୍ୱିତୀୟ ପର୍ଯ୍ୟାୟ ଆଡ୍‌ମିସନ୍‌ ପାଇଁ ମାର୍ଗଦର୍ଶିକା ଓ ସମୟସୀମା ଜାରି

Advertisment
୨୦୨୦-୨୧ ବର୍ଷର ଯୁକ୍ତ ୩ ପ୍ରଥମ ବର୍ଷର ଦ୍ୱିତୀୟ ପର୍ଯ୍ୟାୟ ଆଡ୍‌ମିସନ୍‌ ପାଇଁ ମାର୍ଗଦର୍ଶିକା ଓ ସମୟସୀମା ଜାରି

ଭୁବନେଶ୍ୱର: ଆଜି ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ଯୁକ୍ତ ୩ ପ୍ରଥମ ବର୍ଷର ଦ୍ୱିତୀୟ ପର୍ଯ୍ୟାୟ ଆଡ୍‌ମିସନ୍‌ ପାଇଁ ସମସ୍ତ ଡିଗ୍ରି କଲେଜର ଅଧ୍ୟକ୍ଷଙ୍କ ନିମନ୍ତେ ମାର୍ଗଦର୍ଶିକା ଓ ସମୟସୀମା ଜାରି କରିଛନ୍ତି।

ଜାରି ମାର୍ଗଦର୍ଶିକା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ଯେଉଁମାନେ ‘ସିଏଏଫ୍‌’ (କମନ୍‌ ଆପ୍ଲିକେସନ୍‌ ଫର୍ମ) ଦାଖଲ କରି ନାହାନ୍ତି ସେମାନେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପୁଣି ଥରେ ଆବେଦନ କରିପାରିବେ। ସେଥିପାଇଁ ସେମାନଙ୍କୁ ଅନ୍‌ଲାଇନ୍‌ରେ ‘ସିଏଏଫ୍‌’ ଫିସ୍‌ ଦାଖଲ କରିବାକୁ ପଡ଼ିବ।
ପ୍ରଥମ ପର୍ଯ୍ୟାୟରେ ଆଡ୍‌ମିସନ୍‌ କରିଥିବା କିଂବା ନ କରିଥିବା ଆବେଦନକାରୀ ବା ଛାତ୍ରଛାତ୍ରୀମାନେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟରେ ଆଡ୍‌ମିସନ୍‌ ପାଇଁ ଆବେଦନ କରିପାରିବେ। ସେମାନଙ୍କୁ ଆଉ ‘ସିଏଏଫ୍‌’ ଫିସ୍‌ ଦାଖଲ କରିବାକୁ ପଡ଼ିବ ନାହିଁ।

ବିଭିନ୍ନ କଲେଜ ଏବଂ ବିଷୟରେ ଥିବା ଖାଲି ରହୁଥିବା ସିଟ୍‌ଗୁଡ଼ିକୁ ‘ଏସ୍‌ସି, ଏସ୍‌ଟି, ଇଏସ୍‌ଏମ୍‌/ଏସ୍‌ଡିପି/ସିଓଏମ୍‌’ ବର୍ଗଙ୍କ ପାଇଁ ସଂରକ୍ଷଣ କରାଯିବ।

ସାଧାରଣ ପ୍ରୋସ୍‌ପେକ୍ଟସ୍‌ ଅନୁସାରେ, ‘ଏନ୍‌ସିସି, ଏନ୍‌ଏସ୍‌ଏସ୍‌, ରୋଭର୍‌ ଆଣ୍ଡ୍‌ ରେଞ୍ଜର୍‌, ସ୍ପୋର୍ଟସ୍‌ ଆଣ୍ଡ୍‌ ଗେମ୍‌ସ୍‌’ ବର୍ଗରେ ଆବେଦନକାରୀ/ଛାତ୍ରଛାତ୍ରୀଙ୍କୁ ପ୍ରାଧାନ୍ୟ ଦିଆଯିବ।

କେବଳ ନମ୍ବରକୁ ଆଧାର କରି ଆବେଦନକାରୀ/ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯିବ। କିନ୍ତୁ, ଭିନ୍ନକ୍ଷମ ଆବେଦନକାରୀ/ଛାତ୍ରଛାତ୍ରୀଙ୍କୁ ସମସ୍ତ ବର୍ଗରେ ନମ୍ବର ନିର୍ବିଶେଷରେ ଆଗ ପ୍ରାଧାନ୍ୟ ଦିଆଯିବ।

ଡିସେମ୍ବର ୨୩ ତାରିଖ ପୂର୍ବାହ୍ନ ୧୧ଟାରେ ଓ୍ଵବ୍‌ସାଇଟ୍‌ରେ ଅନ୍‌ଲାଇନ୍‌ ‘ସିଏଏଫ୍‌’ ମିଳିବ। ଅନ୍‌ଲାଇନ୍‌ ‘ସିଏଏଫ୍‌’ ଦାଖଲର ଶେଷ ତାରିଖ ହେଉଛି ଡିସେମ୍ବର ୨୮ ତାରିଖ ରାତି ୧୧ଟା ୪୫। ସେହିପରି, ଜାନୁଆରି ୨ ତାରିଖ ଅପରାହ୍ଣ ୨ଟାରେ ମେରିଷ୍ଟ୍‍ ଲିଷ୍ଟ୍‍ ପ୍ରକାଶ ପାଇବ।

ଅନ୍‌ଲାଇନ୍‌ ଆଡ୍‌ମିସନ୍‌ ଫିସ୍‌ ଦାଖଲ ଜାନୁଆରି ୨ ତାରିଖ ଅପରାହ୍ନ ୨ଟାରୁ ଜାନୁଆରି ୬ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ।
ଜାନୁଆରି ୬ ତାରିଖରୁ ଜାନୁଆରି ୧୦ ତାରିଖ ସନ୍ଧ୍ୟା ୫ଟାରେ ଦ୍ୱିତୀୟ ପର୍ଯ୍ୟାୟ ମନୋନୀତ ଛାତ୍ରଛାତ୍ରୀମାନଙ୍କର ଅନ୍‌ଲାଇନ୍‌ ଆଡ୍‌ମିସନ୍‌ ଏବଂ ଅପ୍‌ଡେସନ୍‌ ଚାଲିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe