ଡିସେମ୍ବର ଗାଇଡଲାଇନ: ବନ୍ଦ ରହିବ ସିନେମା ହଲ, କରୋନା କଟକଣା ସହ ଖୋଲିବ ମୁକ୍ତାକାଶ ରଙ୍ଗମଞ୍ଚ

ଡିସେମ୍ବର ଗାଇଡଲାଇନ: ବନ୍ଦ ରହିବ ସିନେମା ହଲ, କରୋନା କଟକଣା ସହ ଖୋଲିବ ମୁକ୍ତାକାଶ ରଙ୍ଗମଞ୍ଚ

ଭୁବନେଶ୍ୱର: କରୋନା ଭାଇରସ୍‌ ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଡିସେମ୍ବର ମାସ ପାଇଁ ଗାଇଡଲାଇନ୍‌ ଜାରି କରିଛନ୍ତି। ନୂଆ ଗାଇଡଲାଇନ୍‌ ଅନୁସାରେ କଣ୍ଟେନ୍‌ମେଣ୍ଟ ଜୋନ୍‌ ଅଂଚଳରେ ଲକ୍‌ଡାଉନ୍‌ ଜାରି କରାଯାଇପାରିବ। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶାନୁସାରେ ସ୍ଥାନୀୟ ପ୍ରଶାସନ (ଜିଲ୍ଲାପାଳ, ପୌରସଂସ୍ଥାର କମିସନ) ସତର୍କତାର ସହିତ ଲକ୍‌ଡାଉନ୍‌ ଜୋନ୍‌ ଘୋଷଣା କରିପାରିବେ। ତେବେ କଣ୍ଟେନମେଣ୍ଟ୍ ଜୋନ ବାହାରେ କିପରି ଗତିବିଧି ରହିବ ସେ ନେଇ ଗାଇଡଲାଇନରେ ସ୍ପଷ୍ଟ ସୂଚନା ଦିଆଯାଇଛି।

କଣ୍ଟେନମେଣ୍ଟ୍ ଜୋନ ସହ କଣ୍ଟେନମେଣ୍ଟ୍ ଜୋନ ବାହାରେ ମଧ୍ୟ ସିନେମା ହଲ, ସୁଇମିଂ ପୁଲ, ମନୋରଞ୍ଜନ କମ୍ପ୍ଲେକ୍ସ, ଥିଏଟର, ଅଡିଟୋରିୟମ, ସମାବେଶ ହଲ ଇତ୍ୟାଦି ବନ୍ଦ ରହିବ। ତେବେ କଣ୍ଟେନମେଣ୍ଟ୍ ଜୋନ ବାହାରେ କୋଭିଡ କଟକଣା ସହ ମୁକ୍ତାକାଶ ରଙ୍ଗମଞ୍ଚ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ହେଲେ ବଡ଼ ଧରଣର ସମାବେଶକୁ ଅନୁମତି ଦିଆଯାଇ ନାହିଁ। କୌଣସି ଅଧିକାରୀ ଜିଲ୍ଲାରେ ବା ସହରରେ ଲକଡାଉନ କରିବା ନିଷ୍ପତ୍ତି ନେଇ ପାରିବେ ନାହିଁ। ଯଦି ଆବଶ୍ୟକ ପଡ଼େ, ତେବେ ଜିଲ୍ଲାପାଳ/ମୁନିସିପାଲ କମିସନର କେନ୍ଦ୍ର ସରକାରଙ୍କ ଅନୁମତି ପାଇଁ ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କୁ ଏ ନେଇ ଜଣାଇ ପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe