reporters today
ଭୁବନେଶ୍ୱର: ରାଜ୍ୟରେ ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ ପାଳନ କରାଯିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ରିଲିଫ୍ କମିସନର ସ୍ବତନ୍ତ୍ର ଗାଇଡଲାଇନ ଜାରି କରିଛନ୍ତି। ଏଥିରେ କୁହାଯାଇଛି ଯେ, ଯେଉଁମାନେ ବ୍ୟକ୍ତିଗତ ଭାବେ ନିଜ ଘରେ ଜାତୀୟ ପତାକା ଉତ୍ତୋଳନ କରିବେ ସେହି ସ୍ଥାନରେ ସର୍ବାଧିକ ପାଇଁ ୫ ଜଣ ଉପସ୍ଥିତ ରହିପାରିବେ।
ଅପରପକ୍ଷରେ କ୍ଲବ୍, ବେସରକାରୀ ଅନୁଷ୍ଠାନରେ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ ପାଇଁ ୧୦ ଜଣଙ୍କୁ ଅନୁମତି ଦିଆଯିବ। ଜାତୀୟ ପତାକା ଉତ୍ତୋଳନ ବେଳେ ମାସ୍କ ପିନ୍ଧିବା, ସାନିଟାଇଜ୍ କରାଯିବା ଓ ସାମାଜିକ ଦୂରତା ବଜାୟ ରଖିବା ଭଳି ସବୁ କୋଭିଡ୍ କଟକଣା ମାନିବାକୁ ପରାମର୍ଶ ଦିଆଯାଇଛି।
Follow Us