ପୁରୀ: କରୋନା କଟକଣାକୁ ଆଖି ଆଗରେ ରଖି ପୁରୀ ଶ୍ରୀମନ୍ଦିର ପାଇଁ ଗାଇଡଲାଇନ ଜାରି କରିଛି ମନ୍ଦିର ପ୍ରଶାସନ। ଗତ କିଛି ଦିନ ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଆସନ୍ତାକାଲିଠାରୁ ପ୍ରତି ରବିବାର ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରଖିବା ସହ ସଂକ୍ରମଣକୁ ଏଡାଇବା ପାଇଁ ଏସଓପି ଜାରି କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର।
Latest Duniyaଏସଓପି ଅନୁଯାୟୀ, ରବିବାରକୁ ଛାଡ଼ି ଅନ୍ୟ ଦିନ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲା ରହିବ। ସକାଳ ୬ଟାରୁ ଦର୍ଶନ ଆରମ୍ଭ ହେବ। ପ୍ରତି ରବିବାର ଦର୍ଶନ ବନ୍ଦ ରହିବା ସହ ମନ୍ଦିର ପରିସରକୁ ସାନିଟାଇଜ କରାଯିବ। ରାତି ସମୟରେ ଭକ୍ତ ଦର୍ଶନ ସାରି ଯିବା ପରେସପ୍ତାହକୁ ଦୁଇ ଥର ମନ୍ଦିର ପରିସର ସାନିଟାଇଜ କରାଯିବ। ଦର୍ଶନ ପାଇଁ ଆସୁଥିବା ସମସ୍ତ ଭକ୍ତଙ୍କୁ କରୋନା କଟକଣା ମାନିବାକୁ ହେବ। ଅନ୍ୟ ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁକରଣ କରାଯିବ। ଏହା ସହ ସମୟ ସମୟରେ କରୋନା ସ୍ଥିତିକୁ ଦେଖି ଏସଓପିରେ ପରିବର୍ତ୍ତନ ଅଣାଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ କ୍ରିଷନ କୁମାର।
Follow Us