ବିମାନ ଯାତ୍ରୀଙ୍କ ପାଇଁ ନୂଆ ମାର୍ଗଦର୍ଶିକା

Advertisment
ବିମାନ ଯାତ୍ରୀଙ୍କ ପାଇଁ ନୂଆ ମାର୍ଗଦର୍ଶିକା

Jaguar Clubs of North America

ନୂଆଦିଲ୍ଲୀ : କେବଳ ଲକ୍ଷଣ ବିହୀନ ଯାତ୍ରୀମାନେ ବିମାନଯାତ୍ରା ପରେ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ ବୋଲି ରବିବାର କେନ୍ଦ୍ର ସରକାର କହିଛନ୍ତି। କିନ୍ତୁ ସେମାନେ ୧୪ ଦିନ ନିଜକୁ ଆତ୍ମ-ତଦାରଖରେ ରଖିବେ। ଯଦି ସେମାନଙ୍କ ପାଖରେ କୌଣସି ଲକ୍ଷଣ ଦେଖା ଦିଏ, ସେମାନେ ଜିଲ୍ଲା ପର୍ଯ୍ୟବେକ୍ଷଣ ଅଧିକାରୀଙ୍କୁ କିମ୍ବା ରାଜ୍ୟ/କେନ୍ଦ୍ରର କଲ୍‌ ସେଣ୍ଟରକୁ ଅବଗତ କରିବେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ମାର୍ଗଦର୍ଶିକା ଅନୁଯାୟୀ ଲକ୍ଷଣବିହୀନ ନାଗରିକମାନେ କୌଣସି ଯାନରେ କୌଣସି ସ୍ଥାନକୁ ଯାତ୍ରା କରିପାରିବେ। ଭାରତ ଆଗମନ ପାଇଁ ଆନ୍ତର୍ଜାତିକ ବିମାନରେ ବସିବା ପୂର୍ବରୁ ସେହି ଯାତ୍ରୀମାନେ ଏକ ସ୍ୱୀକାରନାମା ଦେବେ ଯେ ସେମାନେ ୧୪ ଦିନର ନିଶ୍ଚିତ ସଙ୍ଗରୋଧରେ ରହିବେ। ସେଥିରୁ ୭ ଦିନ ଦେୟଯୁକ୍ତ ଆନୁଷ୍ଠାନିକ ସଙ୍ଗରୋଧ ଏବଂ ଆଉ ୭ ଦିନ ନିଜ ଘରେ ଏକାନ୍ତବାସରେ ଆତ୍ମ-ତଦାରଖରେ ରହିବେ। ଯେଉଁମାନେ ମାନବିକ ସଂକଟରେ ଥିବେ, ଗର୍ଭବତୀ ଥିବେ, ପରିବାରରେ କାହାର ମୃତ୍ୟୁ ହୋଇଥିବ, ଗମ୍ଭୀର ଅସୁସ୍ଥତା ଥି‌ବେ ବା ୧୦ ବର୍ଷରୁ କମ୍‌ ଶିଶୁମାନଙ୍କ ସହ ମାଆବାପା ଥିବେ, ସେମାନଙ୍କ ପାଇଁ ଏହି ସଙ୍ଗରୋଧ କଟକଣା ଲାଗୁ ହେଉନଥିଲେ ବି ସେମାନେ ଆରୋଗ୍ୟ ସେତୁ ଆପ୍‌ ନିଶ୍ଚିତ ବ୍ୟବହାର କରିବେ।

ଅନ୍ୟ ସମସ୍ତ ଯାତ୍ରୀଙ୍କୁ ଆରୋଗ୍ୟ ସେତୁ ଆପ୍‌ ଡାଉନ୍‌ଲୋଡ୍‌ କରି ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି। ବିଭିନ୍ନ ରାଜ୍ୟ ମଧ୍ୟ ସେମାନଙ୍କ ସଙ୍ଗରୋଧ ଓ ଏକାନ୍ତବାସର ନିୟମ ଜାରି କରିବାକୁ କେନ୍ଦ୍ର ପରାମର୍ଶ ଦେଇଛି। ଅର୍ଥାତ୍‌ ଘରୋଇ ହେଉ ବା ଆନ୍ତର୍ଜାତିକ, ରାଜ୍ୟ ସରକାର ସେମାନଙ୍କ ପାଇଁ ପ୍ରବେଶ କଟକଣା ଜାରି କରିବେ। ସମସ୍ତଙ୍କୁ ଜଣ ଜଣ କରି ଯାଞ୍ଚ କରି ରେଳଗାଡ଼ି, ବିମାନ ବା ବସ୍‌ରେ ବସିବାକୁ ଅନୁମତି ଦେବେ।

ଘରୋଇ ବିମାନଯାତ୍ରୀ ଯେଉଁମାନେ ଲକ୍ଷଣଯୁକ୍ତ ଜଣାପଡ଼ିବେ ସେମାନଙ୍କୁ ଏକାନ୍ତବାସରେ ରଖାଯାଇ ନିକଟସ୍ଥ ସ୍ୱାସ୍ଥ୍ୟସେବା ସୁବିଧା ସ୍ଥଳକୁ ନିଆଯିବ। ସେଠାରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଯେଉଁମାନଙ୍କର ଅଧିକ ଲକ୍ଷଣ ଥିବ, ସେମାନଙ୍କୁ ଆଇସିଏମ୍‌ଆର୍‌ କଟକଣା ଅନୁଯାୟୀ କୋଭିଡ୍‌ ହସପିଟାଲ(ଉଭୟ ସରକାରୀ ଓ ଘରୋଇ ଚିକିତ୍ସାକେନ୍ଦ୍ର)ରେ ଭର୍ତ୍ତି କରାଯିବ। ପଜିଟିଭ୍‌ ଥିଲେ ସେଇଠି ରହିବେ। ନେଗେଟିଭ୍‌ ଥିଲେ, ଘରକୁ ଯିବାର ଅନୁମତି ପାଇବେ। ତେବେ ସେମାନେ ୭ ଦିନ ଆତ୍ମ ଏକାନ୍ତବାସରେ ରହିବେ। ତେବେ ସମସ୍ତ ଆନ୍ତର୍ଜାତିକ ଯାତ୍ରୀ ପହଞ୍ଚୁ ପହଞ୍ଚୁ ସେମାନଙ୍କର ସ୍କ୍ରିନିଂ କରାଯିବ ଏବଂ ଲକ୍ଷଣ ଥିବା ଯାତ୍ରୀମାନଙ୍କୁ ତୁରନ୍ତ ହସପିଟାଲକୁ ନିଆଯିବ। ଅନ୍ୟ ଯାତ୍ରୀମାନେ ରାଜ୍ୟ ଦ୍ୱାରା କରାଯାଇଥିବା ଆନୁଷ୍ଠାନିକ ସଙ୍ଗରୋଧକୁ ୭ ଦିନ ପାଇଁ ଯିବେ। କୌଣସି ଲକ୍ଷଣ ଜଣାପଡ଼ିଲେ ସେମାନେ ଜିଲ୍ଲା ପର୍ଯ୍ୟବେକ୍ଷଣ ଅଧିକାରୀଙ୍କୁ ଜଣାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe