ନିର୍ମାଣ କାମକୁ ସର୍ତ୍ତମୂଳକ ଅନୁମତି : ୬୦ ବର୍ଷରୁ ଊର୍ଧ୍ବ, ଥଣ୍ଡା ଥିଲେ କାମ କରିବା ମନା, ଦିନ ୧୧ରୁ ୩ଟା ପର୍ଯ୍ୟନ୍ତ କାମ ଉପରେ କଟକଣା

ଅସଂଗଠିତ ଶ୍ରମିକଙ୍କ ସୁରକ୍ଷା ସଂପର୍କିତ ଆଇନ କାର୍ଯ୍ୟକାରୀ ପ୍ରସଂଗ: ସରକାରଙ୍କ ସତ୍ୟପାଠ ଦାଖଲ, ମାର୍ଚ୍ଚ ୨୧ରେ ପରବର୍ତ୍ତୀ ଶୁଣାଣି

NewsClick

ଭୁବନେଶ୍ବର : ସରକାରୀ ଓ ବେସରକାରୀ ନିର୍ମାଣ ସ୍ଥାନରେ କୋଭିଡ୍-୧୯ ପ୍ରସାର ରୋକିବା ଲାଗି ମାନକ ଅପରେଟିଂ ପ୍ରଣାଳୀ ବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର ଜାରି କରାଯାଇଛି। ଆଜି ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରାଯିବା ସହିତ ସମାନ୍ତରାଳ ଭାବେ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ମଧ୍ୟ ନିର୍ଦେଶାବଳୀ ଜାରି କରାଯାଇଛି।

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ନିର୍ମାଣ ପ୍ରକ୍ରିୟାରେ ଜଡ଼ିତ ଶ୍ରମିକ, ଟେକ୍ନିସିଆନ୍, ସୁପରଭାଇଜର ଓ ଅନ୍ୟମାନଙ୍କ ମଧ୍ୟରେ ସାମାଜିକ ଦୂରତା ନିର୍ଦେଶାବଳୀ କଡ଼ାକଡ଼ି ଭାବେ ପାଳନ କରାଯିବ। ନିର୍ମାଣ ସ୍ଥାନରେ କାମ କରୁଥିବା ସବୁ ବ୍ୟକ୍ତି ଫେସ୍ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ। ଠିକାଦାର ବା ନିର୍ମାଣ ସଂସ୍ଥା ବାହାରୁ ଆସୁଥିବା ଶ୍ରମିକଙ୍କ ପାଇଁ ସାଧାରଣ ପରିବହନ ବ୍ୟବସ୍ଥା ଉପରେ ନିର୍ଭର ନ କରି ସ୍ବତନ୍ତ୍ର ପରିବହନ ବ୍ୟବସ୍ଥା କରିବେ। ଏହି ଯାନରେ କିନ୍ତୁ ଅନୁମୋଦିତ କ୍ଷମତା ଠାରୁ ୩୦ରୁ ୪୦ ପ୍ରତିଶତ ଯାତ୍ରୀ ପରିବହନ ଲାଗି ଅନୁମତି ଦିଆଯିବ।

କାର୍ଯ୍ୟସ୍ଥଳରେ କାମ କରିବା, ଭୋଜନ, ବିଶ୍ରାମ ଆଦି ବେଳେ ବା ଶ୍ରମ ଶିବିରରେ ଶୋଇବା ବେଳେ ସାମାଜିକ ଦୂରତ୍ବ ନିଶ୍ଚୟ ପାଳନ କରାଯିବ। ଶ୍ରମିକମାନେ କାମ କରିବା ବେଳେ ପରସ୍ପରର ନିକଟତର ହେବାକୁ ଅନୁମତି ଦିଆଯିବ ନାହିଁ। ଠିକାଦାର କର୍ମକ୍ଷେତ୍ରରେ ସାବୁନ, ମଗ, ପାଣି ବାଲଟି, ଟାେଵଲ୍ ଆଦି ରଖିବେ ଓ ହାତ ଧୋଇବାକୁ ପ୍ରବର୍ତାଇବେ। ଏପରିକି ହାତ େଧାଇବା ବେଳେ ସେମାନଙ୍କୁ ଏକତ୍ର ହେବାକୁ ଅନୁମତି ଦିଆଯିବ ନାହିଁ। ଶ୍ରମିକମାନେ କଣ କରିବେ, ନ କରିବେ ସେସବୁ କାର୍ଯ୍ୟସ୍ଥଳରେ ଏକ ବୋର୍ଡରେ ଉଲ୍ଲେଖ ରହିବ। ସେମାନଙ୍କୁ ସଚେତନ କରିବା ଦାୟିତ୍ବ ମଧ୍ୟ ସଂପୃକ୍ତ ନିର୍ମାଣ ସଂସ୍ଥା ବା ଠିକାଦାରକଙ୍କର।

ସରକାର କହିଛନ୍ତି ଯେ କୌଣସି ପରିସ୍ଥିତିରେ ବି ୬୦ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ କାମ କରିବାକୁ ଅନୁମତି ଦିଆଯିବ ନାହିଁ। କୌଣସି ଅସୁସ୍ଥ, ଥଣ୍ଡା, କାଶ, ଛିଙ୍କ ଆଦି ଥିଲେ କାମ କରିବା ଲାଗି ଅନୁମତି ପ୍ରଦାନ କରାଯିବନାହିଁ। ବରଂ ସଂପୃକ୍ତ ନିର୍ମାଣ ସଂସ୍ଥା ବା ଠିକାଦାର ତାଙ୍କୁ ନେଇ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ପରାମର୍ଶ କରିବେ। ନିର୍ମାଣ କାମ କରିବା ସମୟରେ ଗୁଟଖା,ପାନ ଆଦି ଖାଇବା ବା ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ନିଷେଧ।

ଅନ୍ୟପକ୍ଷରେ କର୍ମକ୍ଷେତ୍ରରେ ନିର୍ମାଣକାରୀ ସଂସ୍ଥା ବା ଠିକାଦାର ଶ୍ରମିକଙ୍କୁ ଗ୍ରୀଷ୍ମ ତାତିରୁ ରକ୍ଷା ପାଇଁ ପର୍ଯ୍ୟାପ୍ତ ଛାୟା ପ୍ରଦାନ କରୁଥିବା ଭଳି ବ୍ୟବସ୍ଥା କରିବେ। ଦିନ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କୌଣସି କାର୍ଯ୍ୟ କରାଯିବ ନାହିଁ। ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା ହେବ ଓ ତା ସହିତ ଗ୍ଲୁକୋଜ୍, ଓଆରଏସ୍ ଆଦି ସେଠାରେ ମହଜୁଦ ରଖିବେ। କାମ କରିବା ଲାଗି ଯେଉଁ ଅଧିକାରୀ ଅନୁମତି ଦେେବ ସେ ଏସବୁ ପାଳନ ହେଉଛି କି ନାହିଁ, ତାହାକୁ ନିଶ୍ଚିତ କରିବେ ବୋଲି ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦେଶନାମା ଜାରି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe