ଭୁବନେଶ୍ୱର,କଟକ ପାଇଁ ଜାରି‌ ହେଲା ନିର୍ଦେଶନାମା : ନଭେମ୍ବରରେ ବି ୫୦ % କର୍ମଚାରୀରେ ଚାଲିବ ସରକାରୀ କାର୍ଯ୍ୟାଳୟ

Advertisment
କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗାଭତ୍ତା ୪ % ବଢ଼ିଲା

New Indian Express

ଭୁବନେଶ୍ୱର : ନଭେମ୍ବର ମାସରେ ମଧ୍ୟ ଭୁବନେଶ୍ବର ଓ କଟକରେ ଥିବା ସରକାରୀ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ। ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ନିର୍ଦେଶନାମା ଜାରି ହୋଇଛି। କରୋନା ସଂକ୍ରମଣକୁ ନେଇ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ତେବେ ସମସ୍ତ ଶନିବାର ସରକାରୀ କାର୍ଯ୍ୟାଳୟ ପୂର୍ବଭଳି ବନ୍ଦ ରହିବ।

ଅପରପକ୍ଷରେ ଏସ୍‌ଆରସି, ଓସ୍‌ଡମା, ପୁଲିସ, ଅଗ୍ନିସେବା, ସ୍ବାସ୍ଥ୍ୟସେବା ଓ ମ୍ୟୁନସିପାଲଟି ସେବା ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ ବୋଲି କୁହାଯାଇଛି। ଯଦି ଏହି ସମୟରେ କୌଣସି ସରକାରୀ କର୍ମଚାରୀ କରୋନା ସଂକ୍ରମିତ ହୁଅନ୍ତି ତା’ହେଲେ ଗତ ଜୁଲାଇ ମାସରେ ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍‌ ନେଇ ଯେଉଁ ପ୍ରୋଟୋକଲ ଜାରି ହୋଇଛି ତାହାକୁ ପାଳନ କରାଯିବ। ଏହାସହ ଯେଉଁ ଅଧିକାରୀ/ଷ୍ଟାଫ୍‌ଙ୍କୁ ଭିପିଏନ୍‌ ଦିଆଯାଇଛି ସେମାନେ ରୋଷ୍ଟର ଡ୍ୟୁଟି ନ ଥିବା ‌ବେଳେ ଘରେ ରହି କାର୍ଯ୍ୟ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe