ପୋଷ୍ୟ ସ୍କୁଲ ପାଇଁ ନିର୍ଦେଶାବଳୀ ଜାରି

‘ମୋ ସ୍କୁଲ’ ପ୍ରକଳ୍ପର ସମୀକ୍ଷା: ‘ସୁରଭି’ରେ ଆକର୍ଷଣ ସାଜିବ ‘ଆକାଂକ୍ଷୀ ପାଭିଲିଅନ୍‌’

YouTube

ଭୁବନେଶ୍ବର : ମୋ ସ୍କୁଲ ଅଭିଯାନରେ ଚାଲିଥିବା ପୋଷ୍ୟ ସ୍କୁଲ ଗ୍ରହଣ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ ସ୍ବେଚ୍ଛାକୃତ। ଏହା ମାଧ୍ୟମରେ ସମାଜର ଜଣେ ସଫଳ ତଥା ପ୍ରତିଷ୍ଠିତ ବ୍ୟକ୍ତି ସର୍ବାଧିକ ୩ଟି ସରକାରୀ ବିଦ୍ୟାଳୟକୁ ପୌଷ୍ୟ ଭାବେ ଗ୍ରହଣ କରି ବ୍ୟକ୍ତିଗତସ୍ତରରେ ଉକ୍ତ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତିର ଦାୟିତ୍ବ ନେଇପାରିବେ। ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ଜଣେ ବ୍ୟକ୍ତି ନିଜେ ପଢ଼ିଥିବା ବିଦ୍ୟାଳୟ, ନିଜର ପିତାମାତା, ଅଭିଭାବିକ କିମ୍ବା ଗୁରୁଜନ ପଢ଼ିଥିବା ବିଦ୍ୟାଳୟ, ବ୍ୟକ୍ତିଗତ ଭାବେ ଆଗ୍ରହୀ ଥିବା କୌଣସି ବିଦ୍ୟାଳୟ କିମ୍ବା ଅନ୍ୟ କୌଣସି କାରଣ ତଥା ଆଗ୍ରହ ଦୃଷ୍ଟିରୁ ଯେକୌଣସି ବିଦ୍ୟାଳୟକୁ ପୋଷ୍ୟ ଭାବେ ଆପଣାଇ ପାରିବେ।

ପୋଷ୍ୟ ଗ୍ରହଣ କରିଥିବା ସହୃଦୟ ବ୍ୟକ୍ତି ଉକ୍ତ ବିଦ୍ୟାଳୟ ପାଇଁ ଜଣେ ପରାମର୍ଶଦାତା ଓ ମାର୍ଗଦର୍ଶକର ଭୂମିକା ନେଇପାରିବେ। ବିଦ୍ୟାଳୟ ପରିଚାଳନା କିମ୍ବା ଦୈନିକ କାର୍ଯ୍ୟକଳାପରେ ତାଙ୍କର ସମ୍ପୃକ୍ତି ରହିବ ନାହିଁ। ପୋଷ୍ୟ ନେଇଥିବା ବ୍ୟକ୍ତି ତଥା ମେଣ୍ଟରଙ୍କ ସ୍ୱେଚ୍ଛାକୃତ ସହଯୋଗ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ଓ ନିର୍ଦ୍ଦିଷ୍ଟ ସମୟ ପାଇଁ ବୈଧ ରହିବ। ଏହି କାର୍ଯ୍ୟକ୍ରମ ଅଧୀନରେ ବିଦ୍ୟାଳୟଗୁଡ଼ିକ ‘ବିଦ୍ୟାଳୟ ଉନ୍ନତୀକରଣ ଆକ୍ସନ ପ୍ଲାନ୍’ ସହ ସ୍କୁଲ୍‌ର ବିକାଶ ସମ୍ପର୍କିତ ଏକ ତାଲିକା ପ୍ରସ୍ତୁତ କରିବେ। ଏହି ଆକ୍ସନ ପ୍ଲାକୁ କାର୍ଯ୍ୟକାରୀ କରିବା ବାଧ୍ୟତାମୂଳକ ନୁହେଁ, ନିଜ ପୋଷ୍ୟ ବିଦ୍ୟାଳୟ ପାଇଁ ଆହୁରି ଅନେକ କିଛି କରିପାରିବେ। ପିଲାଙ୍କ ପାଇଁ ସ୍ବତନ୍ତ୍ର କୋଚିଂ କ୍ଲାସ୍‌ର ବନ୍ଦୋବସ୍ତ, ଭବିଷ୍ୟତ ଗଢ଼ିବା ପାଇଁ ବୃତ୍ତିଗତ ପରାମର୍ଶ, ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ସୁପର-୩୦ କ୍ଲାସ୍‌ରୁମ୍ ଭଳି କୋଚ୍‌ ସଂସ୍ଥାର ବ୍ୟବସ୍ଥା କରାଇପାରିବେ। ବିଦ୍ୟାଳୟର ଭିଭିଭୂମି ଉନ୍ନତିରେ ସହଯୋଗ କରିପାରିବେ। ବିଦ୍ୟାଳୟଗୁଡ଼ିକ ନିୟମିତ ବ୍ୟବଧାନରେ କାର୍ଯ୍ୟକ୍ରମ ଅଗ୍ରଗତି ସମ୍ପର୍କିତ ସମସ୍ତ ତଥ୍ୟ ୱେବ୍‌ସାଇଟ୍‌ରେ ଅପ୍‌ଡେଟ୍ କରିବା ସହ ଏନେଇ ବ୍ଲକ୍ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରିବେ। ସ୍କୁଲ୍ ଆଡପ୍‌ସନ୍‌ ସମ୍ପର୍କିତ ଅନୁଭୂତି ବାଣ୍ଟିବା ପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷକ ବର୍ଷକୁ ଦୁଇଥର ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe