ବାବୁଙ୍କ ମନଇଚ୍ଛା ବିଦେଶ ଗସ୍ତ ଉପରେ ଲଗାମ୍‌

Advertisment

ବର୍ଷକୁ ତିନି ଥର ଯାଇପାରିବେ, ଥରକେ ୫ଦିନ ପାଇଁ ଅନୁମତି ମିଳିବ

ବର୍ଷକୁ ତିନି ଥର ଯାଇପାରିବେ, ଥରକେ ୫ଦିନ ପାଇଁ ଅନୁମତି ମିଳିବ

ବାବୁଙ୍କ ମନଇଚ୍ଛା ବିଦେଶ ଗସ୍ତ ଉପରେ ଲଗାମ୍‌

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ବରିଷ୍ଠ ଅଧିକାରୀମାନଙ୍କ ବିଦେଶ ଗସ୍ତ ଉପରେ ସରକାର ଲଗାମ କଷିଛନ୍ତି। ଏଣିକି ଆଉ ଯିଏ ଯେତେ ଥର ପାରିବ ସେତେଥର ବିଦେଶ ଗସ୍ତରେ ଯାଇପାରିବେନି। ଗୋଟିଏ ଆର୍ଥିକ ବର୍ଷରେ ସର୍ବାଧିକ ତିନି ଥର ଯାଇପାରିବେ। ଗୋଟିଏ ଗସ୍ତରେ ଯାତ୍ରା ସମୟକୁ ଛାଡ଼ି ସର୍ବାଧିକ ୫ଦିନ ପାଇଁ ଅନୁମତି ମିଳିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

କେବଳ ଏତିକି ନୁହେଁ ଉପରିସ୍ଥ ଅଧିକାରୀ ଯେପରି ମନଇଚ୍ଛା ବିଦେଶ ଗସ୍ତରେ ନ ଯିବେ ତାହା ବିଭାଗୀୟ ସଚିବ ନିଶ୍ଚିତ କରିବେ। ବିଦେଶରେ ହେଉଥିବା କାର୍ଯ୍ୟକ୍ରମକୁ ଯିବା ପାଇଁ ସେହି ସମ୍ପର୍କିତ ବିଭାଗର ଦାୟିତ୍ୱରେ ଥିବା ଅଧିକାରୀ ହିଁ ବିଦେଶ ଯିବାକୁ ଯୋଗ୍ୟ ହେବେ। ଅନ୍ୟ କେହି ଯିବେ ନାହିଁ। ଯଦି ବିଭାଗୀୟ ସଚିବ ସଙ୍ଗରେ ଯିବା ଆବଶ୍ୟକ ଥିବ ତେବେ ସଚିବ ହିଁ କେବଳ ଯାଇପାରିବେ। ତାଙ୍କ ପ୍ରତିନିଧି ଭାବେ କେହି ଯିବେ ନାହିଁ। ବିଧାନସଭା ଅଧିବେଶନ ସମୟରେ କୌଣସି ବିଭାଗର ସଚିବ ବିଦେଶ ଗସ୍ତରେ ଯାଇପାରିବେନି। ଯଦି ସଚିବ ଯିବା ନିତାନ୍ତ ଆବଶ୍ୟକ ଥିବ ତେବେ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ନେଇ ଯିବେ।

ଏହାବାଦ୍‌ ଯଦି କୌଣସି ଅଧିକାରୀଙ୍କୁ ବ୍ୟକ୍ତିଗତ ନିମନ୍ତ୍ରଣ ଆସିଥିବ ତେବେ ସେ ଏନେଇ ଛୁଟି ନେଇ ଯାଇପାରିବେ। ଏଥିପାଇଁ ସେ ସମସ୍ତ ଖର୍ଚ୍ଚ ବହନ କରିବେ। ରାଜ୍ୟ ସରକାର ଏନେଇ ଟଙ୍କାଟିଏ ବି ଦେବେନି। ବିଦେଶ ଗସ୍ତ ପୂର୍ବରୁ ଏବେ ଯେପରି ଅନୁମତି ନେବାକୁ ପଡ଼ୁଛି ସେହିପରି ଅନୁମତି ଆଣି ସମସ୍ତ ତଥ୍ୟ ସମ୍ବଳିତ ଫର୍ମ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାଖଲ କରିବାକୁ ପଡ଼ିବ। ବିଦେଶ ଗସ୍ତର ୧୫ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏହା ଦାଖଲ ହେବା ଦରକାର। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ଚିଠି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe