ସ୍ପଷ୍ଟ କଲେ ସରକାର : ଖୋଲିବ ଦୋକାନ, ଖୋଲିବନି ମଲ୍‌

Advertisment

ମଦ ଦୋକାନ, ସେଲୁନ୍‌, ରେସ୍ତୋରାଁ ବନ୍ଦ, ଅଧା କର୍ମଚାରୀରେ ଖୋଲିବ ଦୋକାନ, ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ

ମଦ ଦୋକାନ, ସେଲୁନ୍‌, ରେସ୍ତୋରାଁ ବନ୍ଦ, ଅଧା କର୍ମଚାରୀରେ ଖୋଲିବ ଦୋକାନ, ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ

ସ୍ପଷ୍ଟ କଲେ ସରକାର : ଖୋଲିବ ଦୋକାନ, ଖୋଲିବନି ମଲ୍‌

Nikkei Asian Review

ନୂଆଦିଲ୍ଲୀ/ଭୁବନେଶ୍ବର : ସାରା ଦେଶରେ ଲକ୍‌ଡାଉନ୍ ଜାରି ରହିଥିଲେ ମଧ୍ୟ ବିଭିନ୍ନ ଦୋକାନ ଖୋଲିବା କ୍ଷେତ୍ରରେ ସରକାର ଧୀରେ ଧୀରେ କଟକଣା ହଟାଇବା ଆରମ୍ଭ କରିଛନ୍ତି। ରାଜ୍ୟ ସରକାରକଙ୍କ ନିୟମରେ ପଞ୍ଜୀକୃତ ଆବାସିକ ଅଞ୍ଚଳର ଦୋକାନ, ସାହି-ବସ୍ତି-ଗଳିରେ ଥିବା ଗୋଟିକିଆ ଦୋକାନ, ପୌରାଞ୍ଚଳ ବାହାରେ ଥିବା ଆବାସିକ କଂପ୍ଲେକ୍ସ, ମାର୍କେଟ କଂପ୍ଲେକ୍ସର ଦୋକାନଗୁଡ଼ିକ ଏବେ ଖୋଲିପାରିବ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ଉଭୟ ଅତ୍ୟାବଶ୍ୟକ ବା ଅଣଅତ୍ୟାବଶ୍ୟକ ସାମଗ୍ରୀ ବିକୁଥିବା ସେହି ସ୍ଥାନୀୟ ଦୋକାନଗୁଡ଼ିକ ଖୋଲା ରହିବ। ତେବେ ମଲ୍‌, ମଲ୍ଟିପ୍ଲେକ୍ସ, ସିନେମାହଲ୍‌, ମାର୍କେଟ କଂପ୍ଲେକ୍ସ, ମଦ ଦୋକାନ, ସେଲୁନ୍‌, ରେଷ୍ଟୁରାଣ୍ଟ ଓ ସପିଂ କଂପ୍ଲେକ୍ସ ବନ୍ଦ ରହିବ।

କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ପୌରନିଗମ ଓ ପୌରାଞ୍ଚଳ ବାହାରେ ଥିବା ଦୋକାନରେ ୫୦% କର୍ମଚାରୀରେ ଦୋକାନଗୁଡ଼ିକ ଖୋଲିବ। ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଉଥିବା ଇ-କମର୍ସ କମ୍ପାନିମାନେ ବିକିପାରିବେ। ତେବେ ଦୋକାନୀ ଓ ଦୋକାନର କର୍ମଚାରୀମାନେ ମାସ୍କ, ଗ୍ଲୋବ୍‌ସ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା ନିୟମ ପାଳିବେ। ତେବେ ରାଜ୍ୟମାନେ ନିଷ୍ପତ୍ତି ନେବେ ଯେ ସେମାନେ କଟକଣାକୁ ଜାରି ରଖିବେ କି ଅନୁମତି ଦେବେ।

ଓଡ଼ିଶା ଦୋକାନ ଓ ବ୍ୟାବସାୟିକ ପ୍ରତିଷ୍ଠାନ ଆଇନ- ୧୯୫୬ରେ ପଞ୍ଜୀକୃତ ହୋଇଥିବା ଦୋକାନଗୁଡ଼ିକୁ ଖୋଲିବା ପାଇଁ ଆଜି ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି। କିନ୍ତୁ କେଉଁ ଦୋକାନ କେତେବେଳ ପର୍ଯ୍ୟନ୍ତ ଖୋଲାରହିବ, ସେଥିପାଇଁ ଜିଲ୍ଲାସ୍ତରରେ ଜିଲ୍ଲାପାଳ ଓ ମହାନଗର ନିଗମ ଅଞ୍ଚଳରେ କମିସନର ନିଷ୍ପତ୍ତି ନେବେ ବୋଲି ରାଜସ୍ବ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି।

ବିଭାଗ ପକ୍ଷରୁ ଜାରି ସଂଶୋଧିତ ନିର୍ଦ୍ଦେଶନାମା ଅନୁଯାୟୀ, କୌଣସି ଅଞ୍ଚଳରେ ମଲ୍ଟି ବ୍ରାଣ୍ଡ୍‌ କିମ୍ବା ସିଙ୍ଗଲ୍‌ ବ୍ରାଣ୍ଡ୍‌ ଉତ୍ପାଦ ବିକ୍ରି କରୁଥିବା ବଡ଼ ସପିଂ ମଲ୍‌ କିମ୍ବା ଦୋକାନ ଖୋଲିବ ନାହିଁ। ଏପରିକି ପୌରାଞ୍ଚଳ ବାହାରେ ଥିବା ଏସବୁ ବଡ଼ ଦୋକାନ ଖୋଲିବା ଉପରେ କଟକଣା ଜାରି କରାଯାଇଛି। କେବଳ ଏକୁଟିଆ ଦୋକାନ, ରେସିଡେନ୍‌ସିଆଲ୍‌ କମ୍ପ୍ଲେକ୍‌ସ୍‌ ଓ ମାର୍କେଟ୍‌ କମ୍ପ୍ଲେକ୍‌ସ୍‌ରେ ଥିବା ଦୋକାନଗୁଡ଼ିକୁ ଖୋଲିବାକୁ ଅନୁମତି ମିଳିବ।‌

ସେହିପରି ଦେଶରେ ଗଣପରିବହନ ବନ୍ଦ ସଂପୂର୍ଣ୍ଣ ରହିବ ବୋଲି କେନ୍ଦ୍ର ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ସହର ହେଉ କି ଗାଁ କୋଭିଡ୍‌-୧୯ ହଟ୍‌ସ୍ପଟ୍‌ ଓ ଅବରୋଧ ଅଞ୍ଚଳରେ ଥିବା ସମସ୍ତ ଦୋକାନବଜାର ବନ୍ଦ ରହିବ। ଗୋଟିକିଆ ବ୍ରାଣ୍ଡ ବା ଏକାଧିକ ବ୍ରାଣ୍ଡର ମଲ୍‌ ସହର ଭିତରେ ବା ବାହାରେ ଥିଲେ ବନ୍ଦ ରହିବ। ଜିମ୍‌, କ୍ରୀଡ଼ା‌ କଂପ୍ଲେକ୍ସ, ସନ୍ତରଣାଗାର, ଥିଏଟର, ବାର୍‌, ମଦଦୋକାନ, ପ୍ରେକ୍ଷାଳୟ, ସଭାଗୃହ, ମଲ୍‌ରେ ଥିବା ବୁଟିକ୍‌ ବନ୍ଦ ରହିବ ବୋଲି ସ୍ପଷ୍ଟ କରିଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe