କେନ୍ଦ୍ରମନ୍ତ୍ରୀ ଦ୍ବୟ ଖାଇବା ବେଳେ ଗୁଇନ୍ଦାଗିରି!

Advertisment
କେନ୍ଦ୍ରମନ୍ତ୍ରୀ ଦ୍ବୟ ଖାଇବା ବେଳେ ଗୁଇନ୍ଦାଗିରି!

Wikipedia

ବରଗଡ଼: ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି ଏବଂ ବିଜେପି ମଧ୍ୟରେ ରାଜନୈତିକ ତିକ୍ତତା ଚରମସୀମାରେ ପହଂଚିଛି। ରବିବାର ଦୁଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ନରେନ୍ଦ୍ର ସିଂ ତୋମାରଙ୍କ ଗସ୍ତକୁ ନେଇ ନିର୍ବାଚନମଣ୍ଡଳୀ ସରଗରମ ରହିଥିଲା। ତେବେ ମନ୍ତ୍ରୀଦ୍ବୟଙ୍କ ସହ ସାଂସଦ ଏବଂ ତୁଙ୍ଗନେତାମାନେ ମଧ୍ୟାହ୍ନ ଭୋଜନ କରୁଥିବାବେଳେ ଏହାର ଗୁଇନ୍ଦାଗିରି ଚାଲିଥିବା ବିଜେପି ଅଭିଯୋଗ କରି ଥାନା ଦ୍ବାରସ୍ଥ ହୋଇଛି। ଏନେଇ ଯୁବନେତା ପ୍ରୀତେଶ ବହିଦାର ଥାନାରେ ବିଧିବଦ୍ଧ ଅଭିଯୋଗ କରିଛନ୍ତି।

ଅଭିଯୋଗ ପତ୍ରରେ ଦର୍ଶାଯାଇଛି ଯେ ମନ୍ତ୍ରୀଦ୍ବୟଙ୍କ ସମେତ ଅନ୍ୟ ବରିଷ୍ଠ ନେତା ପଦ୍ମପୁରର ପୁରୁଷୋତ୍ତମପୁର ନିବାସୀ ଅମିତ ଗର୍ଗଙ୍କ ଘରେ ମଧ୍ୟାହ୍ନ ଭୋଜନ କରୁଥିଲେ। ଏତିକି ବେଳେ ଜଣେ ଅଜଣା ବ୍ୟକ୍ତି ସେଠାରେ ପହଂଚି ମୋବାଇଲ୍‌ରେ ସବୁ ଦୃଶ୍ୟ ରେକର୍ଡିଂ କରି ଚାଲିଥିଲା। କେନ୍ଦ୍ରମନ୍ତ୍ରୀମାନଙ୍କ ସୁରକ୍ଷାକର୍ମୀ ସଂପ୍ତୃକ୍ତ ଯୁବକକୁ ଏଥିରୁ ବାରଣ ବରିବା ସହିତ ପରିଚୟ ମାଗିଥିଲେ। ଏହାପରେ ବ୍ୟକ୍ତିଜଣକ ନିଜକୁ ଜିଲ୍ଲା ଗୁଇନ୍ଦା ବିଭାଗର କର୍ମଚାରୀ ବୋଲି ପରିଚୟ ଦେଇଥିଲା। ତାକୁ ସେଠାରେ ପଚରାଉଚୁରା ଆରମ୍ଭ ହେବା ପରେ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲା। ସେଠାରେ ତା'ର ମୋବାଇଲ୍‌ ଏବଂ ପରିଚୟପତ୍ର ପଡ଼ିଥିଲା। ତନାଘନା ପରେ ସେ ଜଣେ ଜାଲ୍‌ ଗୁଇନ୍ଦା ଅଧିକାରୀ ବୋଲି ସନ୍ଦେହ ହେବା ପରେ ଥାନାରେ ଅଭିଯୋଗ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe