Gulua-Barsha Controversy Photograph: (sambad.in)
ଭୁବନେଶ୍ବର: ଗୁଲୁଆଙ୍କ ଭିଡିଓ ପରେ ପତ୍ନୀଙ୍କ ପୋଷ୍ଟ । ସସପେନ୍ସ ବଢାଇଲା ବର୍ଷା ଙ୍କ ପୋଷ୍ଟ । କେଉଁ କାହାଣୀର ପର୍ଦ୍ଦାଫାସ କରିବେ ଗୁଲୁଆଙ୍କ ପତ୍ନୀ । ସୋସିଆଲ ମିଡିଆରେ ଏମିତି ସାଙ୍ଘାତିକ କଥା ଲେଖିବା ପରେ ସବୁ ମିଡିଆ ଆଗରେ ଖୁଲାସା କରିଥିଲେ ।
ତେବେ ଗୁଲୁଆଙ୍କ ୨ ମିନିଟ ୩୭ ସେକେଣ୍ଡର ଭିଡିଓରେ ନିଜ କଥା କହିବା ସହ ନିଜର ଲୋକ ତାଙ୍କୁ ଧମକ ଦେଉଥିବା ଭିଡିଓ କ୍ୟାପ୍ସନରେ ଲେଖିଛନ୍ତି ଯାହାଙ୍କୁ ସେ ବହୁତ ବିଶ୍ବାସ କରନ୍ତି । ତାସହ ତାଙ୍କୁ ଇଙ୍ଗିତ କରି କିଛି ପୋଷ୍ଟ ତାଙ୍କୁ ମାନସିକ ନିର୍ଯାତନା ଦେଇଛି ବୋଲି ଗୁଲୁଆ କହିଥିବା ବେଳେ ଠିକ୍ ସମାନ ସମୟରେ ଗୁଲୁଆଙ୍କ ପତ୍ନୀ ବର୍ଷାଙ୍କର ଏକ ପୋଷ୍ଟ ମଧ୍ଯ ବେଶ ଚର୍ଚ୍ଚା ସୃଷ୍ଟି କରିଛି । ବର୍ଷା କିଛି କାହାଣୀର ପର୍ଦ୍ଦାଫାସ କରିବା ନେଇ ପୋଷ୍ଟ କରିଥିଲେ । ମହାନ କଳାକାର ଏବଂ ନାୟକଙ୍କୁ ଇଙ୍ଗିତ କରି ସେ ଲେଖିଛନ୍ତି ।
ଆହୁରି ପଢନ୍ତୁ- Comedian Mr. Gulua: କମେଡ଼ିଆନ ଗୁଲୁଆଙ୍କୁ କିଏ ଦେଉଛି ଧମକ ? ଭିଡ଼ିଓ କରି ସୁରକ୍ଷା ଲୋଡ଼ିଲେ, ନିଜର ଲୋକ କହି କାହାକୁ ଇଙ୍ଗିତ କଲେ ?
ଖାଲି ଆଜି ନୁହେଁ ଗତକାଲି ବି ସେ ଏକ ପୋଷ୍ଟ କରି ପ୍ରଶ୍ନ ଉଠାଇଥିଲେ କି – କଣ ୟୁଟ୍ୟୁବରେ ସୁଯୋଗ ପାଇବା ପାଇଁ କିଛି ଝିଅ କମ୍ପରମାଇଜ କରିପାରନ୍ତି ? ତା ପୂର୍ବରୁ ଡିସେମ୍ବର ୨୨ ତାରିଖରେ ‘ବହୁତ ଜଲଦି ଜଣେ ମହାନ କଳାକାରର କଳାକାରନାମର ଖୁଲାସ କରିବାକୁ’ ବର୍ଷା ପୋଷ୍ଟ କରିଥିଲେ… ଆଉ ଆଜି ଗୁଲୁଆଙ୍କ ପୋଷ୍ଟ ଏବଂ ସେଥିରେ ନିଜର ଲୋକ ବୋଲି ଯାହାକଙ୍କୁ କହୁଛନ୍ତି ତାହା ସନ୍ଦେହ ବଢାଇଥିବା ବେଳେ ସେହି ନିଜର ଲୋକ ଆଉ ବର୍ଷା ନୁହନ୍ତି ତ ? ତାହା ଏବେ ବିରାଟ ପ୍ରଶ୍ନ ଚିହ୍ନ ସୃଷ୍ଟି କରିଥିବା ବେଳେ ମିଡିଆ ଆଗରେ ବଡ଼ ଖୁଲାସା କରି ଗୁଲୁଆଙ୍କ ଅଭିଯୋଗର ଗୁମର ଫିଟାଇଛନ୍ତି ବର୍ଷା ।
ଆହୁରି ପଢନ୍ତୁ- Gulua-Varsha Conflict: ପିଇସା ଫେରାଇଲେନି ପଇସା, ସଂଗୀନ ଅଭିଯୋଗ ଆଣିଲେ ବର୍ଷା
ମୁହଁ ଖୋଲିଲେ ବର୍ଷା
ମିଷ୍ଟର ଗୁଲୁଆଙ୍କ ପତ୍ନୀ କହିଛନ୍ତି ମୋତେ ନିର୍ଯାତନା ଦେଇ ଘରୁ ବିଦା କରିଛନ୍ତି । ଗୁଲୁଆ ମିଛ କହୁଛନ୍ତି, ମୋ ପାଖରେ ସବୁ ପ୍ରମାଣ ଅଛି । ଅନ୍ୟ ଝିଅଙ୍କ ସହ ସମ୍ପର୍କରେ ଥିଲେ ଗୁଲୁଆ । କୋର୍ଟରେ ପ୍ରମାଣ ରଖିବି । ସତ କି ମିଛ କୋର୍ଟରେ ପ୍ରମାଣ ହେବ । ୮ ମାସ ବହୁତ ସହିଛି , ବର୍ଷେ ହେବ ଚୁପ୍ ରହିଥିଲି, ଏବେ କିନ୍ତୁ ମୁଁ ଚୁପ୍ ରହିବିନି । ।ସେ ମୋତେ ଘରୁ ମାଡ ମାରି ବିଦା କରିଦେଇଥିଲେ । ତା ପୂର୍ବରୁ ଆମ ମଧ୍ୟରେ ବିବାଦ ଦେଖାଦେଇଥିଲା, ଯାହାକୁ ମୁଁ କେବେ କାହା ଆଗରେ କହୁନଥିଲି ।
ଅନ୍ୟଙ୍କ ସହ ସମ୍ପର୍କକୁ ମନା କରିବାରୁ ମାଡ ମାରିଥିଲେ: ବର୍ଷା
ବର୍ଷା କହିଛନ୍ତି ଯେ ୨୦୨୪ ମସିହା ଜୁନ-ଜୁଲାଇ ମାସରୁ ଗୁଲୁଆ ଅନ୍ୟ ଯୁବତୀଙ୍କ ସହ ସମ୍ପର୍କ ରଖିବାରୁ ସେ ଏଭଳି ନ କରିବାକୁ ମନା କରିଥିଲେ । ଆଉ ମନା କରିବାରୁ ଗୁଲୁଆ ରାଗିଯାଇ ଅନେକ ଥର ତାଙ୍କୁ ଗାଳିଗୁଲଜ କରିବା ସହ ତାଙ୍କୁ ମାଡ ମରାଯିବା ସହ ଅକଥନୀୟ ଅତ୍ୟାଚାର କରାଯାଉଥିଲା । ଅନେକ ଥର ଦୁଇ ପରିବାର ମଧ୍ୟରେ ବୁଝାମଣା ହେବା ସତ୍ତ୍ୱେ ଓ ଗୁଲୁଆଙ୍କୁ ବୁଝାଇବା ସତ୍ତ୍ୱେ ସେ ବୁଝିନଥିଲେ । କେବଳ ମୋ ପରିବାର ନୁହେଁ ପୁଲିସ ବି ତାଙ୍କୁ ବୁଝାଇଛନ୍ତି, କିନ୍ତୁ ପରକୀୟା ପ୍ରୀତି ରଖିବାରୁ ବିରତ ହୋଇନଥିଲେ ଗୁଲୁଆ ।
Follow Us