ପଥର କୁଅାଁରି ଧସିବା ଘଟଣା : ୧୫ ଦିନ ପରେ ବାହାରିଲା ଦ୍ୱିତୀୟ ଶବ

Advertisment
ପଥର କୁଅାଁରି ଧସିବା ଘଟଣା : ୧୫ ଦିନ ପରେ ବାହାରିଲା ଦ୍ୱିତୀୟ ଶବ

କୋରାପୁଟ/ଜୟପୁର : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ବରିପୁଟ ଗୁମ୍ମା ପଥର କୁଅାଁରି ଅଘଟଣର ୧୫ଦିନ ପରେ ଆଜି ଦ୍ୱିତୀୟ ମୃତଦେହ ମିଳିଛି। ଗତକାଲି ଜେସିବି ଅପରେଟର୍‌ ଘନଶ୍ୟାମ ଗୁରୁଙ୍କ ମୃତଦେହ ମିଳିଥିଲାବେଳେ ଆଜି ସଞ୍ଜୟ ଦାସଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟ ଶେଷ ହେବାପରେ ପୁଲିସ୍‌ ଠିକା ସଂସ୍ଥା ମ୍ୟାନେଜର ବିଜୟ କୁମାର ଝାଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।

କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ବରିପୁଟ ନିକଟରେ ଗୁମ୍ମା ପଥର କୁଅାଁରିରେ ଗତ ୩୧ ତାରିଖରେ ଦୁର୍ଘଟଣା ହୋଇଥିଲା। ପାହାଡ ଧସିବାରୁ ପଥର ତଳେ ଦୁଇ ଜଣ ଜେସିବି ଅପରେଟର ଚାପି ହୋଇ ଯାଇଥିଲେ। ୧ତାରିଖରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ବେଳେ ଅଗ୍ନିଶମ ବାହିନୀ, ଓଡ୍ରାଫ, ଏନଡିଆରଏଫ ଓ ସେନା ପକ୍ଷରୁ ମିଳିତ ଅପରେସନ୍‌ କରାଯାଇଥିଲା। ଆଜି ବ୍ଲାଷ୍ଟିଂ କରି ପଥର କାଢିବା ପରେ ଜେସିବି ଅପରେଟର୍‌ ସଂଜୟ ଦାସଙ୍କ ମୃତଦେହ ମିଳିଥିଲା। ତାଙ୍କ ଭିଣୋଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ। ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଏକ ସ୍ୱତନ୍ତ୍ର କଫିନ୍‌ରେ ମୃତଦେହକୁ ରଖାଯିବା ପରେ ଆମ୍ବୁଲାନ୍ସରେ ସଂଜୟଙ୍କ ପୈତୃକ ଗ୍ରାମ ଆଠଗଡର ଖୁଣ୍ଟକଟାକୁ ପଠାଇ ଦିଆଯାଇଛି। ତାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ୫ ଲକ୍ଷ ଏବଂ ରେଡକ୍ରସ ଫଣ୍ଡରୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe