ଗୁମୁଡୁମାହା ଗୁଳିକାଣ୍ଡ: ବିଚାର ବିଭାଗୀୟ କମିସନଙ୍କ ତଦନ୍ତ ଶେଷ

Advertisment

୨୦ ଜଣଙ୍କ ସାକ୍ଷ୍ୟ ଗ୍ରହଣ

୨୦ ଜଣଙ୍କ ସାକ୍ଷ୍ୟ ଗ୍ରହଣ

ଗୁମୁଡୁମାହା ଗୁଳିକାଣ୍ଡ: ବିଚାର ବିଭାଗୀୟ କମିସନଙ୍କ ତଦନ୍ତ ଶେଷ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ବହୁଚର୍ଚ୍ଚିତ ଗୁମୁଡୁମାହା ଗୁଳିକାଣ୍ଡ ଓ ଏଥିରେ ଏକ ଦେଢ଼ ବର୍ଷର ଶିଶୁ ସମେତ ୫ ଜଣଙ୍କ ମୃତ୍ୟୁ ମାମଲାର ବିଚାର ବିଭାଗୀୟ ତଦନ୍ତ କମିସନ ତାଙ୍କ ତଦନ୍ତ ଶେଷ କରିଛନ୍ତି। ଉଭୟ ପକ୍ଷ ଓକିଲଙ୍କ ଜବାବ ସୁଆଲ ମଧ୍ୟ ଶେଷ ହୋଇଛି। ଖୁବ୍‌ ଶୀଘ୍ର ରିପୋର୍ଟ ରାଜ୍ୟ ସରକାରଙ୍କ ଗୃହ ବିଭାଗକୁ ପ୍ରଦାନ କରାଯିବ ବୋଲି ସ୍ୱତନ୍ତ୍ର ସରକାରୀ ଓକିଲ ବିଜୟକୃଷ୍ଣ ପଟ୍ଟନାୟକ ସୂଚନା ଦେଇଛନ୍ତି। ଏହି ମାମଲାରେ ତଦନ୍ତ କମିସନ ତଥା ଫୁଲବାଣୀ ଜିଲ୍ଲା ଦୌରାଜଜ୍‌ ଜନାବ ମହମ୍ମଦ ଅଜମଲଙ୍କ ନିକଟରେ ସମୁଦାୟ ୨୦ ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ। ୧୦ଟି ପର୍ଯ୍ୟାୟରେ ୯ ଜଣ ସରକାରୀ ଓ ୧୧ ଜଣ ପ୍ରତ୍ୟକ୍ଷଦର୍ଶୀ ଏବଂ ଆହତଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା। ଘଟଣା ଏବଂ ସରକାରଙ୍କ ପରବର୍ତୀ ପଦକ୍ଷେପ ବିଷୟରେ ସରକାରୀ ସାକ୍ଷୀ କମିସନଙ୍କ ଠାରେ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ। ସେହିପରି ରାତିରେ ଘଟିଥିବା ଘଟଣାର ବିବରଣୀ, ଚିକିତ୍ସା ଓ ସରକାରଙ୍କ ପକ୍ଷରୁ ପ୍ରଦାନ ସହାୟତା ବିଷୟରେ ପ୍ରତ୍ୟକ୍ଷଦର୍ଶୀ ମାନେ ସାକ୍ଷ୍ୟ ପ୍ରଦାନ କରିଥିଲେ। କମିସନଙ୍କ ତଦନ୍ତ ଶେଷ ହୋଇଥିବା ବେଳେ ବର୍ତମାନ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe