ଭଞ୍ଜନଗରରେ ଗୁଳି, ବର୍ତ୍ତିଲେ ଯୁବକ

Advertisment
ଭଞ୍ଜନଗରରେ ଗୁଳି, ବର୍ତ୍ତିଲେ ଯୁବକ

ଭଂଜନଗର : ଗଂଜାମ ଜିଲ୍ଲା ଭଂଜନଗର ବସ୍‌ଷ୍ଟାଣ୍ଡରେ ଆଜି ରାତିରେ ଗୁଳି ଫୁଟିଛି। ରାତି ପ୍ରାୟ ସାଢ଼େ ୯ଟା ସମୟରେ ବସଷ୍ଟାଣ୍ଡ ନିକଟ ମହାବୀର ଛକରେ ଠିିଆ ହୋଇଥିବା ଚାକୁଣ୍ଡାପଲ୍ଲୀ ଗ୍ରାମର କୃଷ୍ଣ ଗୌଡ଼ଙ୍କ ଉପରକୁ ଦୁଇ ରାଉଣ୍ଡ୍‌ ଗୁଳି ହୋଇଛି। ତେବେ ସୌଭାଗ୍ୟବଶତଃ କୃଷ୍ଣଙ୍କ ଦେହରେ ଗୁଳି ବାଜି ନଥିଲା। ତୃତୀୟ ଗୁଳିଟି ବେକାର ଯାଇଥିଲା। ତା’ପରେ ବି ଆଉ ପ୍ରାୟ ଦୁଇ ରାଉଣ୍ଡ ଗୁଳି କରିଥିଲେ। ଘଟଣାସ୍ଥଳରେ ଭଂଜନଗର ଏସଡିପିଓ ଉତ୍କଳ କେଶରୀ ଦାଶ ଓ ଥାନା ଅଧିକାରୀ ବିଶ୍ୱଜ ରାଉତ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ଘଟଣାସ୍ଥଳରୁ ଏକ ଜୀବନ୍ତ ଗୁଳି ଓ ଗୋଟିଏ ଖୋକା ଜବତ କରିଛି। ଗୁଳି ଚଳାଇଥିବା ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଚିହ୍ନଟ କରିଛି, ରାତି ସୁଦ୍ଧା କାହାକୁ ଗିରଫ କରି ନଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe