ବାଲିଘାଟ ବିବାଦରୁ ଗୁଳିକାଣ୍ଡ ମାମଲା: ବିଜେଡି ନେତାଙ୍କ ସମେତ ୩ ଅଟକ, କୁମ୍ଭରେ ବୁଡ଼ ପକାଇବାକୁ ଯାଇଛନ୍ତି ୨ ଅଭିଯୁକ୍ତ

Advertisment

ବାଲିଘାଟ ବିବାଦକୁ ନେଇ ଶନିବାର ରାତିରେ ସେକ୍ଟର୍‌-୪ରେ ହୋଇଥିବା ଗୁଳିମାଡ଼ ଘଟଣାରେ ପୁଲିସ ଜଣେ ବିଜେଡି ନେତାଙ୍କ ସମେତ ୩ ଜଣଙ୍କୁ ଅଟକ ରଖିଛି। ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି।

ବାଲିଘାଟ ବିବାଦକୁ ନେଇ ଶନିବାର ରାତିରେ ସେକ୍ଟର୍‌-୪ରେ ହୋଇଥିବା ଗୁଳିମାଡ଼ ଘଟଣାରେ ପୁଲିସ ଜଣେ ବିଜେଡି ନେତାଙ୍କ ସମେତ ୩ ଜଣଙ୍କୁ ଅଟକ ରଖିଛି। ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି।

sand

Photograph: ( SANDRP)

ରାଉରକେଲା: ବାଲିଘାଟ ବିବାଦକୁ ନେଇ ଶନିବାର ରାତିରେ ସେକ୍ଟର୍‌-୪ରେ ହୋଇଥିବା ଗୁଳିମାଡ଼ ଘଟଣାରେ ପୁଲିସ ଜଣେ ବିଜେଡି ନେତାଙ୍କ ସମେତ ୩ ଜଣଙ୍କୁ ଅଟକ ରଖିଛି। ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି। କୁଆରମୁଣ୍ଡା ବ୍ଲକ୍‌ ପଦ୍ମପୁର ପଞ୍ଚାୟତ ଅନ୍ତର୍ଗତ ଚାନ୍ଦିପୋଷ ବାଲିଘାଟରୁ ବାଲିଉଠା ବିବାଦକୁ ନେଇ ବିଜୟ ଲାକ୍ରା ନାମକ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ବିଜୟ ଏବେ ଆଇଜିଏଚ୍‌ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। ଘଟଣାକୁ ୨୪ ଘଣ୍ଟା ବିତିଥିଲେ ବି ତାଙ୍କ ବେକ ଭିତରେ ରହିଥିବା ଗୁଳିକୁ ଏଯାଏଁ ବାହାର କରାଯାଇପାରିନି। ବିଜୟଙ୍କ ପତ୍ନୀ ଆଶାରାଣୀ କେରକେଟା କହିଛନ୍ତି, ବାଲିଘାଟ ବିବାଦକୁ ନେଇ ଗତବର୍ଷ ଜୁଲାଇ ୨୪ ତାରିଖରେ ତାଙ୍କ ସ୍ବାମୀଙ୍କୁ ଘର ଆଗରେ କିଛି ଦୁର୍ବୃତ୍ତ ଗୁଳିମାଡ଼ କରିଥିଲେ। ସୌଭାଗ୍ୟବଶତଃ ସେଥର ତାଙ୍କ ସ୍ବାମୀ ବର୍ତ୍ତିଯାଇଥିଲେ। ଦୁର୍ବୃତ୍ତମାନେ ତାଙ୍କ ଗାଡ଼ି ଭଙ୍ଗାରୁଜା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଅତିରିକ୍ତ ଏସ୍‌ପି ପ୍ରଭାଶଙ୍କର ନାୟକ କହିଛନ୍ତି, ବାଲିଘାଟ ବେପାରକୁ କେନ୍ଦ୍ରକରି ବିଜୟଙ୍କୁ ଗୁଳିମାଡ଼ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏସ୍‌ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତଦନ୍ତ ଚାଲିଛି। ଫେରାର୍‌ ଅଭିଯୁକ୍ତଙ୍କୁ ଖୋଜିବାକୁ ୩ଟି ପୁଲିସ୍‌ ଟିମ୍‌ ରାଜ୍ୟ ବାହାରକୁ ଯାଇଛନ୍ତି। ଖୁବ୍‌ଶୀଘ୍ର ସମସ୍ତ ଚିତ୍ର ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି। 

କୁମ୍ଭରେ ବୁଡ଼ ପକାଇବାକୁ ଯାଇଛନ୍ତି ୨ ଅଭିଯୁକ୍ତ
ଫେରାରଙ୍କୁ ଧରିବାକୁ ରାଜ୍ୟ ବାହାରକୁ ଗଲା ପୁଲିସ

ବାଲିଘାଟ ଚଳାଉଥିବା ୪ଜଣଙ୍କ ମଧ୍ୟରୁ ଦୁଇଜଣ କୁମ୍ଭମେଳାକୁ ବୁଡ଼ ପକାଇବାକୁ ଯାଇଛନ୍ତି। ସେମାନଙ୍କୁ ଧରିବାକୁ ପୁଲିସ ଟିମ୍‌ ପ୍ରୟାଗରାଜ ଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ବିଜୟ ଲାକ୍ରାଙ୍କ ନିଜଘର କୁଆରମୁଣ୍ଡାର ଭାଲୁଡୁଙ୍ଗୁରିରେ। ସେ କୁଆରମୁଣ୍ଡା ବ୍ଲକ୍‌ ଚାନ୍ଦିପୋଷ ବାଲିଘାଟରେ ବାଲି ଉତ୍ତୋଳନ କାମ ଦେଖାଶୁଣା କରୁଥିଲେ। ଉକ୍ତ ବାଲିଘାଟକୁ ମୋହନ ଅଗ୍ରୱାଲ ନାମକ ବ୍ୟବସାୟୀ ଲିଜ୍‌ ସୂତ୍ରରେ ନେଇଛନ୍ତି। ହେଲେ ତାକୁ ମୋହନଲାଲଙ୍କ ଭାଇ ଘନଶ୍ୟାମ ଅଗ୍ରୱାଲ, ମଣ୍ଟୁ ଛାବ୍ରା, ରାଜେଶ କେରକେଟା ଏବଂ ସନ୍ଦୀପ ମିଶ୍ର ମିଳିତ ଭାବେ ଚଳାଉଛନ୍ତି। ବ୍ୟାବସାୟିକ ବିବାଦକୁ ନେଇ କିଛି ମାସ ତଳେ ବିଜୟଙ୍କ ସହ ବାଲିଘାଟ ଚଳାଉଥିବା ଚାରି ପାର୍ଟନର୍‌ଙ୍କର ବଚସା ହୋଇଥିଲା। ସେମାନେ ବିଜୟଙ୍କୁ ବାଲିଘାଟରୁ ବାହାର କରିଦେବା ସହ ବାଲିଘାଟକୁ ନ ଆସିବାକୁ ଧମକ ଦେଇଥିଲେ। ବିଜୟଙ୍କ ଅଭିଯୋଗ ଅନୁଯାୟୀ କିଛିଦିନ ତଳେ କୁଆରମୁଣ୍ଡାରେ ବାଲିଘାଟ ଚଳାଉଥିବା ଚାରି ପାର୍ଟନର୍‌ ତାଙ୍କୁ ମାଡ଼ ମଧ୍ୟ ମାରିଥିଲେ।

ଜୀବନପ୍ରତି ବିପଦ ଥିବାରୁ କୁଆରମୁଣ୍ଡା ଭାଲୁଡୁଙ୍ଗୁରିରେ ନ ରହି ବିଜୟ ରାଉରକେଲା ସେକ୍ଟର-୪ ଅନ୍ତର୍ଗତ ଏ -୮୮ କ୍ବାର୍ଟର୍ସରେ ପରିବାର ସହ ରହୁଥିଲେ। ଉପରୋକ୍ତ ଚାରି ପାର୍ଟନର୍‌ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ଓ ସେମାନେ ହିଁ ଏହି ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ବିଜୟ ଅଭିଯୋଗ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଶନିବାର ରାତି ପ୍ରାୟ ୮ଟାରେ ବିଜୟ ନିଜ ଦୁଇବର୍ଷର ଝିଅ ସହ ତାଙ୍କ ବ୍ରେଜା କାର୍‌ (ଓଡି୧୪ଆର୍‌୫୫୨୬)ରେ ବୁଲୁଥିବାବେଳେ ଏ-୩୦ ନମ୍ବର କ୍ବାର୍ଟର୍ସ ଆଗରେ ହେଲ୍‌ମେଟ୍‌ ପିନ୍ଧା ଦୁଇ ଦୁର୍ବୃତ୍ତ ମୋଟରସାଇକଲ୍‌ରେ ଆସି ତାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ଗୁଳିମାଡ଼ର ଶିକାର ବିଜୟ ଲାକ୍ରା ଗତ ୨୦୧୨ ମସିହାରେ ଏକ ହତ୍ୟା ମାମଲାରେ ଜେଲ୍‌ ଯାଇଥିଲେ। ୮ ମାସ ଜେଲ୍‌ରେ ରହିବା ପରେ ଜାମିନ୍‌ରେ ବାହାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe