ଗୁପ୍‌ଚୁପ୍‌ ଦୋକାନରେ ବନ୍ଧୁକ ଡିଲ୍‌!

ଥରକୁ ୫ଟି ବନ୍ଧୁକ ସହ ୩୪ଟି ଗୁଳି ପୁଲିସ ଜବତ କରିବା ପରେ ବିହାର ଲିଙ୍କ୍ ନେଇ ଖୋଳତାଡ଼ କରୁଛି। କିଏ କିଏ ବନ୍ଧୁକ କାରବାର ପରିଚାଳନା କରୁଥିଲେ? କାହା ପାଖରୁ ବନ୍ଧୁକ ବରଗଡ଼କୁ ଆସୁଥିଲା?

ବନ୍ଧୁକ ଦେଖାଇ ଲୁଟି ନେଲେ ନଗଦ ଟଙ୍କା ସହ ୧୦ ଲକ୍ଷ ଟଙ୍କାର ଅଳଙ୍କାର

ବରଗଡ଼: ଥରକୁ ୫ଟି ବନ୍ଧୁକ ସହ ୩୪ଟି ଗୁଳି ପୁଲିସ ଜବତ କରିବା ପରେ ବିହାର ଲିଙ୍କ୍ ନେଇ ଖୋଳତାଡ଼ କରୁଛି। କିଏ କିଏ ବନ୍ଧୁକ କାରବାର ପରିଚାଳନା କରୁଥିଲେ? କାହା ପାଖରୁ ବନ୍ଧୁକ ବରଗଡ଼କୁ ଆସୁଥିଲା? କିଏ କିଏ ବେଆଇନ ବନ୍ଧୁକ କିଣିଛନ୍ତି? ଏସବୁ ଦିଗରେ ପୁଲିସ ତଦନ୍ତ ଚଳାଇଥିବାବେଳେ ଅନେକ ରୋଚକ ତଥ୍ୟ ପାଇଲାଣି। ଗୁପ୍‌ଚୁପ୍‌ ଦୋକାନରେ ବନ୍ଧୁକ କାରବାରର ଡିଲ୍‌ ଫିକ୍ସ ହେଉଥିଲା ବୋଲି ପୁଲିସ ଜାଣିବାକୁ ପାଇଛି। ବରଗଡ଼ରେ ଏକାଥରକେ ପୁଲିସ ୫ ବନ୍ଧୁକ ଜବତ କରିବା ଘଟଣା ପ୍ରଥମ ହୋଇଥିବା ବେଳେ କେବଳ ଡକାୟତି ପାଇଁ ନା ଏହାପଛରେ ଆଉ କିଛି ଭିତିରିଆ କାରବାର ରହିଛି, ସେ ଦିଗରେ ପୁଲିସ ତଦନ୍ତ କରିଥିଲା। ଏହା ପରେ ବନ୍ଧୁକ କିଣାବିକା କାରବାରରେ ଗୋଟିଏ ଗୋଷ୍ଠୀ ଥିବା ପୁଲିସ ଜାଣିବାକୁ ପାଇଥିଲା।

ପୁଲିସ ହାତରେ ଧରାପଡ଼ି ଜେଲ୍‌ ଯାଇଥିବା ୫ ଜଣଙ୍କ ମଧ୍ୟରୁ ରାଜଦୀପ ଚୌଧୁରୀ ଓ ରାଜେଶ ଚୌଧୁରୀ ବିହାର ରାଜ୍ୟ ସମସ୍ତିପୁର ଜିଲ୍ଲାର ବାସିନ୍ଦା। ଏ ଦୁଇ ଜଣ କିଛି ବର୍ଷ ହେଲା ବରଗଡ଼ ଜିଲ୍ଲାରେ ରହୁଥିଲେ। ଏଠିକାର ଠିକଣା ମଧ୍ୟ ଆଧାରକାର୍ଡରେ ପରିବର୍ତ୍ତନ କରାଇଥିଲେ। ଏଠି ରହି ଗୁପ୍‌ଚୁପ୍‌ ବ୍ୟବସାୟ କରୁଥିଲେ। ରାଜଦୀପ ବରପାଲିରେ ଗୁପ୍‌ଚୁପ୍‌ ବ୍ୟବସାୟ କରୁଥିବା ବେଳେ ରାଜେଶ ସୋହେଲାରେ ବ୍ୟବସାୟ କରୁଥିଲା। ଏ ଦୁଇ ଜଣଙ୍କୁ ସମସ୍ତେ ଗୁପ୍‌ଚୁପ୍‌ ବିକାଳି ବୋଲି ଜାଣିଥିଲେ। କିନ୍ତୁ ବନ୍ଧୁକ କାରବାର ଏମାନଙ୍କର ଭିତିରିଆ ବେପାର ଥିଲା। ବିହାରରୁ ବନ୍ଧୁକ ୫୦ ହଜାର ଟଙ୍କାରେ କିଣି ଏଠାରେ ଅପରାଧୀମାନଙ୍କୁ ଅଧିକ ଦାମରେ ବିକ୍ରି କରୁଥିଲେ। ଜୀବନ୍ତ ଗୁଳିର ବେପାର ବି ଚାଲିଥିଲା। ବନ୍ଧୁକ ନେବାକୁ ଥିବା ଗ୍ରାହକମାନଙ୍କ ସହ ଗୁପ୍‌ଚୁପ୍‌ ଦୋକାନରେ ଡିଲ୍‌ ଫିକ୍ସ ହେଉଥିଲା। ପୁଲିସ ବିହାର ଲିଙ୍କ୍‌ ତଦନ୍ତ ଚଳାଇଥିଲେ ମଧ୍ୟ ଏମାନଙ୍କ ସହ ଆଉ କିଏ କିଏ ଜଡ଼ିତ ଥିଲେ ତାର ତଥ୍ୟ ବାହାର କଲାଣି। ଏହି ମାମଲାରେ ଆହୁରି ଅନେକଙ୍କ ସଂପୃକ୍ତି ଥିବାରୁ ପୁଲିସ ତଦନ୍ତକୁ ତ୍ୱରାନ୍ୱିତ କରିଛି। ଏକ ସ୍ୱତନ୍ତ୍ର ଟିମ୍‌ ଗଠନ ହୋଇଥିବା ବେଳେ ଏସ୍‌ପିଙ୍କ ତତ୍ତ୍ବାବଧାନରେ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe