ନିର୍ବାଚନ ସମୟରେ ବନ୍ଧୁକ କାରବାର: ମିଳିଛି ୯୮ଟି ମୁଙ୍ଗେର ବନ୍ଧୁକ

ଭୋଟ୍ କେନ୍ଦ୍ର ଜଗିବେ ୨୦୫ ପ୍ଲାଟୁନ୍ ଫୋର୍ସ

ନିର୍ବାଚନ ସମୟରେ ବନ୍ଧୁକ କାରବାର: ମିଳିଛି ୯୮ଟି ମୁଙ୍ଗେର ବନ୍ଧୁକ

କଟକ : ରାଜ୍ୟରେ ଚଳିତ ପୌର ନିର୍ବାଚନ ସମୟ ବନ୍ଧୁକ କାରବାର ଅଧିକ ସକ୍ରିୟ ହୋଇଛି। ରାଜ୍ୟରେ ମୋଟ ୯୮ଟି ଚୋରା ଦେଶୀ ଓ ବିଦେଶୀ ମଦ ପୁଲିସ ଜବତ କରିଛି। ଜବତ ହୋଇଥିବା ବନ୍ଧୁକ ମୁଖ୍ୟତଃ ବିହାରର ମୁଙ୍ଗେରରୁ ଚାଲାଣ ହୋଇଥିବା କୁହାଯାଉଛି। ବନ୍ଧୁକ ଭଳି ଚୋରା ନିଶା କାରବାର ବି ରାଜ୍ୟରେ ଦ୍ରୁତ ଗତିରେ ବ୍ୟାପିଛି। ୨୪ ହଜାର ୬୬୩ ଲିଟର୍ ମଦ ଜବତ ହୋଇଛି। ଜବତ ମଦର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି।

ସୂଚନା ଅନୁଯାୟୀ, ନିର୍ବାଚନକୁ ଦୃଷ୍ଟିରେ ରଖି ପୁଲିସ ବିଭାଗ ଓ ଅବକାରୀ ବିଭାଗ ମିଳିତ ଭାବେ ଏକ ସ୍ବତନ୍ତ୍ର ଡ୍ରାଇଭ୍ ପୌର ନିର୍ବାଚନ ପାଇଁ ଆରମ୍ଭ କରିଥିଲେ। ଆସନ୍ତାକାଲି ନିର୍ବାଚନ ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଆଜି ପୁଲିସ ବିଭାଗ ଜବତ ହୋଇଥିବା ଚୋରା ସାମଗ୍ରୀ ସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ କରିଛି। ବନ୍ଧୁକ ଓ ମଦ ଭଳି ୩.୪୪୪ କେଜି ଓଜନର ଗଞ୍ଜେଇ ଓ ବ୍ରାଉନସୁଗାର ଜବତ ହୋଇଛି। ରାଜ୍ୟରେ ମୋଟ ୧୩ ଶହ ୭୭ଟି ଅବକାରୀ ମାମଲା ରୁଜୁ ହୋଇଛି। ଯେଉଁ ଅପରାଧୀ ନିର୍ବାଚନ ସମୟରେ ବିଶୃଙ୍ଖଳା ସୃଷ୍ଟି କରିବାର ଆଶଙ୍କା ଥିଲା, ସେମାନଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଛି। ମୋଟ ୪୮୦ଟି ଓାରେଣ୍ଟ କାର୍ଯ୍ୟକାରୀ କରାଯାଇଛି।

ଅନ୍ୟପଟେ ଆଜି ରାଜ୍ୟରେ ୧୦୩ଟି ପୌରାଞ୍ଚଳ ଏବଂ ୩ଟି ପୌର ନିଗମରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ନିର୍ବାଚନ କମିସନରଙ୍କ ନିର୍ଦ୍ଦେଶାବଳୀ ଆଧାରରେ ପୁଲିସ ବିଭାଗ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୌରାଞ୍ଚଳ ପାଇଁ ୧୦୦ ପ୍ଲାଟୁନ ପୁଲିସ ଫୋର୍ସ ସହିତ ୩୪୦ଟି ମୋବାଇଲ୍ ପାଟ୍ରୋଲିଂ ପାର୍ଟି ନିୟୋଜିତ କରାଯାଇଛି। ଏମାନଙ୍କୁ ସହଯୋଗ କରିବା ପାଇଁ ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀ ନିୟୋଜିତ ହେବେ। ପୌରାଞ୍ଚଳରେ ମୋଟ ୧୭ ଶହ ୩୧ ଓାର୍ଡରେ ୩ ହଜାର ୬୮ଟି ବୁଥରେ ମତଦାନ କାର୍ଯ୍ୟକ୍ରମ ହେବାକୁ ଯାଉଛି। ସେହିଭଲି ୩ଟି ପୌର ନିଗମ (କଟକ, ଭୁବନେଶ୍ବର ଓ ବ୍ରହ୍ମପୁର)ରେ ୧୦୫ ପ୍ଲାଟୁନ୍ ପୁଲିସ ଫୋର୍ସ ନିୟୋଜିତ ହେବେ। ଏମାନଙ୍କ ସହିତ ୧୧୦ଟି ମୋବାଇଲ୍ ପାର୍ଟି ଉପସ୍ଥିତ ରହିବେ। ମୋଟ ୧୬୮ଟି ଓାର୍ଡରେ ଥିବା ୧୪ ଶହ ୭ଟି ବୁଥରେ ମତଦାନ ହେବାକୁ ଯାଉଛି। ରାଜ୍ୟରେ ଏହି ନିର୍ବାଚନ ସମୟରେ ଷ୍ଟ୍ରଂଗ ରୁମରେ ଥିବା ଇଭିଏମ୍ ମେସିନ୍ ଜଗିବା ପାଇଁ ପର୍ଯ୍ୟାପ୍ତ ସିସି କ୍ୟାମେରା ଖଞ୍ଜାଯାଇଛି। ଇଭିଏମ୍ ଟାମ୍ପରିଂ ଅଭିଯୋଗ ବିଭିନ୍ନ ସମୟରେ ଉଠୁ ଥିବାରୁ ଇଭିଏମ୍ ମେସିନକୁ ସିସି କ୍ୟାମେରା ସ୍କାନରରେ ରଖାଯାଇଥିବା ପୁଲିସ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe