ଭୁବନେଶ୍ବର ବିମାନ ବନ୍ଦରବନ୍ଦରରୁ ବନ୍ଧୁକ ଜବତ, ଜଣେ ଅଟକ

Advertisment
ଭୁବନେଶ୍ବର ବିମାନ ବନ୍ଦରବନ୍ଦରରୁ ବନ୍ଧୁକ ଜବତ, ଜଣେ ଅଟକ

ଭୁବନେଶ୍ବର: ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର‌ରୁ ଆଜି ଏକ ବନ୍ଧୁକ ଜବତ ହୋଇଛି। ଏୟାର ଏସିଆ ବିମାନରେ ଭୁବନେଶ୍ୱରରୁ ବାଙ୍ଗାଲୁରୁ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କ ନିକଟରୁ ଏହି ଦେଶୀ ବନ୍ଧୁକ ଜବତ  ହୋଇଛିI ସଂପୃକ୍ତ ବ୍ୟକ୍ତିଙ୍କର ଲଗେଜ ସ୍କାନିଂ କରାଯାଉଥିବା ବେଳେ ସେ ଏୟାରପୋର୍ଟ ସିକ୍ୟୁରିଟିଙ୍କ ଦ୍ବାରା ଧରାପଡ଼ିଛନ୍ତି।  ଏୟାରପୋର୍ଟ ଥାନା ପୁଲିସ ଅଭିଯୁକ୍ତ ଯାତ୍ରୀକୁ ଅଟକ ରଖି ପଚରାଉଚରା କରୁଛି । ଅଟକ ଅଭିଯୁକ୍ତର ନାଁ ରାମଚନ୍ଦ୍ର ଜେନା (୨୧) ବୋଲି ଜଣାପଡ଼ିଛି। ତାଙ୍କର ଘର ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଂଚଳରେ।

ସୂଚନାଯୋଗ୍ୟ, ଭୁବନେଶ୍ବର ବିମାନବନ୍ଦରରୁ ପୂର୍ବରୁ ଅନେକ ଥର ସୁନା ଜବତ ହୋଇଛି। ସୁନା ଚାଲାଣ ଘଟଣରେ ଅନେକ ଥର ଅଭିଯୁକ୍ତମାନେ ଗିରଫ ମଧ୍ୟ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe