ବନ୍ଧୁକ ଲାଇସେନ୍ସ ଯାଞ୍ଚ ଢିଲା: ମୃତ ବ୍ୟକ୍ତିଙ୍କ ନାଁରେ ୧୬ ଲାଇସେନ୍ସ

Advertisment

ମୟୂରଭଞ୍ଜ ଜିଲ୍ଲାରେ ଲାଇସେନ୍ସପ୍ରାପ୍ତ ବନ୍ଧୁକ ଓ ଗୁଳି ବ୍ୟବହାରରେ ଗୁରୁତର ଅନିୟମିତତା ସାମ୍ନାକୁ ଆସୁଛି। ବିଭାଗୀୟ ଅଧିକାରୀଙ୍କ ଯାଞ୍ଚରେ ଅବହେଳା ଯୋଗୁଁ ଲାଇସେନ୍ସଧାରୀମାନେ ବନ୍ଧୁକ ବ୍ୟବହାର ନିୟମକୁ ଉଲ୍ଲଙ୍ଘନ କରୁଛନ୍ତି।

ମୟୂରଭଞ୍ଜ ଜିଲ୍ଲାରେ ଲାଇସେନ୍ସପ୍ରାପ୍ତ ବନ୍ଧୁକ ଓ ଗୁଳି ବ୍ୟବହାରରେ ଗୁରୁତର ଅନିୟମିତତା ସାମ୍ନାକୁ ଆସୁଛି। ବିଭାଗୀୟ ଅଧିକାରୀଙ୍କ ଯାଞ୍ଚରେ ଅବହେଳା ଯୋଗୁଁ ଲାଇସେନ୍ସଧାରୀମାନେ ବନ୍ଧୁକ ବ୍ୟବହାର ନିୟମକୁ ଉଲ୍ଲଙ୍ଘନ କରୁଛନ୍ତି।

xcxcss

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଲାଇସେନ୍ସପ୍ରାପ୍ତ ବନ୍ଧୁକ ଓ ଗୁଳି ବ୍ୟବହାରରେ ଗୁରୁତର ଅନିୟମିତତା ସାମ୍ନାକୁ ଆସୁଛି। ବିଭାଗୀୟ ଅଧିକାରୀଙ୍କ ଯାଞ୍ଚରେ ଅବହେଳା ଯୋଗୁଁ ଲାଇସେନ୍ସଧାରୀମାନେ ବନ୍ଧୁକ ବ୍ୟବହାର ନିୟମକୁ ଉଲ୍ଲଙ୍ଘନ କରୁଛନ୍ତି। ଏଥିସହ ଆତ୍ମରକ୍ଷା ଆଳରେ ବନ୍ଧୁକ ହାତେଇ ବନ୍ୟଜନ୍ତୁ ଶିକାର ଓ ଅପରାଧରେ ବ୍ୟବହାର କରୁଛନ୍ତି। ଏମିତି କି ମୃତଲୋକଙ୍କ ନାଁରେ ମାଳମାଳ ବନ୍ଧୁକ ଥିବା ମଧ୍ୟ ଅଭିଯୋଗ ଆସୁଛି।

ଜିଲ୍ଲାର ୩୧ଟି ଥାନା ଅଧୀନରେ ମୋଟ ୫୮୩ଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ ରହିଛି। ବାରିପଦା ଟାଉନ୍‌ ଥାନା ଅଧୀନରେ ସର୍ବାଧିକ ୧୦୩, ଭଞ୍ଜପୁରରେ ୩୯, ଝାରପୋଖରିଆରେ ୩୭, କରଞ୍ଜିଆରେ ୩୨, ଉଦଳାରେ ୨୭, ରାସଗୋବିନ୍ଦପୁରରେ ୨୪, ରାଇରଙ୍ଗପୁର ଟାଉନ୍‌ ଥାନା ଅଧୀନରେ ୨୩, ତିରିଂରେ ୨୨, ଶୁଳିଆପଦାରେ ୨୦, ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନରେ ୧୯, ବାଙ୍ଗରିପୋଷି, ବଡ଼ସାହି ଓ ଖୁଣ୍ଟା ଥାନା ଅଧୀନରେ ୧୭ଟି ଲେଖାଏଁ, ବେତନଟୀ ଓ ମୋରଡ଼ା ଥାନା ଅଧୀନରେ ୧୬ଟି ଲେଖାଏଁ, କୁଳିଆଣାରେ ୧୫ଟି, ବାଦାମପାହାଡ଼, ବହଳଦା ଓ ବାରିପଦା ସଦର ଥାନା ଅଧୀନରେ ୧୪ଟି ଲେଖାଏଁ, କପ୍ତିପଦାରେ ୧୩, ବୈଶିଙ୍ଗା, ବିଶୋଇ, ଚାନ୍ଦୁଆ ଓ ଘାଗରବେଡ଼ା ଥାନା ଅଧୀନରେ ୧୧ଟି ଲେଖାଏଁ, ଜାମଦାରେ ୯ଟି, ଯଶିପୁର ଓ ରାରୁଆଁ ଥାନା ଅଧୀନରେ ୭ଟି ଲେଖାଏଁ, ମାହୁଲଡ଼ିହା ଓ ଠାକୁରମୁଣ୍ଡା ଥାନା ଅଧୀନରେ ୩ଟି ଲେଖାଏଁ ଲାଇସେନ୍ସପ୍ରାପ୍ତ ବନ୍ଧୁକ ରହିଛି। ଜିଲ୍ଲାର କେବଳ ଶରତ ଥାନା ଅଧୀନରେ କାହାକୁ ବନ୍ଧୁକ ଲାଇସେନ୍ସ ମିଳିନି। ନିୟମ ଅନୁଯାୟୀ, ଜଣେ ଲାଇସେନ୍ସଧାରୀ ବର୍ଷକୁ ୧୦୦ଟି ଗୁଳି କିଣିପାରିବେ ଓ ଏକକାଳୀନ ସର୍ବାଧିକ ୫୦ଟି ଗୁଳି ରଖିପାରିବେ। ପ୍ରତ୍ୟେକ ଗୁଳିର ବ୍ୟବହାର ସମ୍ପର୍କରେ ଉଭୟ ଥାନା ଓ ଜିଲ୍ଲା ପ୍ରଶାସନକୁ ଅବଗତ କରିବେ। କିନ୍ତୁ ତାହା ଅନୁପାଳନ କରୁନାହାନ୍ତି ଲାଇସେନ୍ସଧାରୀ। ସେହିପରି ନିୟମିତ ଯାଞ୍ଚ ଅଭାବରୁ ଜିଲ୍ଲା ବାହାରେ ରହୁଥିବା ବ୍ୟକ୍ତିମାନେ ମଧ୍ୟ ଏହି ଜିଲ୍ଲାରୁ ଲାଇସେନ୍ସ ହାସଲ କରୁଛନ୍ତି। ମୟୂରଭଞ୍ଜରୁ ବନ୍ଧୁକ ଓ ଗୁଳିର ଲାଇସେନ୍ସ ନେଇଥିବା ୧୫ରୁ ଅଧିକ ଲୋକ ଏବେ ଜିଲ୍ଲାରେ ରହୁନାହାନ୍ତି। ସେମାନେ ଗୁଳି ବ୍ୟବହାର କରୁଥିବା ବେଳେ ଏହାର ଖୋକା ଦାଖଲ କରୁନଥିବା ଜଣାପଡ଼ିଛି। ହେଲେ ସ୍ଥାନୀୟ ପୁଲିସକୁ ହାତ କରି ସେମାନଙ୍କ ଲାଇସେନ୍ସ ନବୀକରଣ ହେଉଛି। ସେହିପରି ମୃତ ଲୋକଙ୍କ ନାଁରେ ଏବେ ବି ୧୬ଟି ବନ୍ଧୁକ ରହିଥିବା ଜଣାପଡ଼ିଛି। 

ବ୍ୟବସ୍ଥାର ଗଳାବାଟ ଦେଇ ବିନା ଅନୁମତିରେ ଗୁଳି ବିକ୍ରି ହେଉଥିବାରୁ ଅପବ୍ୟବହାର ବଢ଼ିଚାଲିଛି। ଚଳିତ ମାସ ୩ ତାରିଖରେ ବାଙ୍ଗରିପୋଷି ଥାନା ଅଧୀନ ଚିତ୍ତରଞ୍ଜନ ଗିରିଙ୍କ ଘରୁ ୯୫୪ଟି ଗୁଳିର ରସିଦ ଓ ଏକାଧିକ ଗୁଳି ଜବତ ହୋଇଥିଲା। ସେ ଉକ୍ତ ଗୁଳିକୁ ଶିକାରୀମାନଙ୍କୁ ବିକ୍ରି କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା। ଶିମିଳିପାଳରେ ବନ୍ୟଜନ୍ତୁଙ୍କ ହତ୍ୟା ପାଇଁ ଶହଶହ ଗୁଳି ବ୍ୟବହାର ହେଉଥିବା ଅଭିଯୋଗ ଆସୁଥିବାରୁ ଏହାର ଯାଞ୍ଚ ଜରୁରି ବୋଲି କହିଛନ୍ତି ପରିବେଶବିତ୍‌ ଭାନୁମିତ୍ର ଆଚାର୍ଯ୍ୟ। ଅତିରିକ୍ତ ଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାୟକ କହିଛନ୍ତି ଯେ, ବନ୍ଧୁକ ଲାଇସେନ୍ସ ନେଇ ଯାଞ୍ଚ କରାଯାଉଛି। ଆଗାମୀ ଦିନରେ ଏଥିପ୍ରତି ବିଶେଷ ଧ୍ୟାନ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe